ପ୍ରଧାନମନ୍ତ୍ରୀ ୩୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଓ ଶିଳାନ୍ୟାସ କରିବେ
ଆଇଆଇଟି ଜାମ୍ମୁ, ଆଇଆଇଏମ୍ ଜାମ୍ମୁ, ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଆଇଟିଡିଏମ୍ କାଞ୍ଚିପୁରମ୍‌, ଆଇଆଇଏମ୍ ବୋଧଗୟା, ଆଇଆଇଏମ୍ ବିଶାଖାପାଟଣା, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ (ଆଇଆଇଏସ୍‌) କାନପୁର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଉଦ୍‌ଘାଟନ ହେବ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ
ଜାମ୍ମୁ ଏମ୍ସର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ; ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ
ଜାମ୍ମୁ ବିମାନ ବନ୍ଦରର ନୂତନ ଟର୍ମିନାଲ ଗୃହ ଏବଂ ଜାମ୍ମୁରେ କମନ୍ ୟୁଜର ଫାସିଲିଟି ପେଟ୍ରୋଲିୟମ ଡିପୋର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଜାମ୍ମୁ ଓ କଶ୍ମୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଏବଂ ରେଳ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଜାମ୍ମୁ ଓ କାଶ୍ମୀରରେ ନାଗରିକ ଏବଂ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ 'ବିକଶିତ ଭାରତ ବିକଶିତ ଜାମ୍ମୁ' କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବୃଆରୀ ୨୦ ତାରିଖରେ ଜାମ୍ମୁ ଗସ୍ତରେ ଯିବେ ।

ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ  ଚଳାଚଳ, ପେଟ୍ରୋଲିୟମ, ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପ ଗୁଡିକ ଜଡିତ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଆଦେଶ ବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ 'ବିକଶିତ ଭାରତ ବିକଶିତ ଜାମ୍ମୁ' କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ ।

ଶିକ୍ଷା କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ

ସମଗ୍ର ଦେଶରେ ଶିକ୍ଷା ଏବଂ ଦକ୍ଷତା ଭିତ୍ତିଭୂମିର ଉନ୍ନତିକରଣ ଏବଂ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ପ୍ରାୟ ୧୩,୩୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ  କରିବେ ଏବଂ ଶିଳାନ୍ୟାସ କରିବେ । ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଟି ଜାମ୍ମୁ, ଆଇଆଇଆଇଟିଡିଏମ୍ କାଞ୍ଚିପୁରମ୍‌, କାନପୁରରେ ଅବସ୍ଥିତ ଭାରତୀୟ ଦକ୍ଷତା ପ୍ରତିଷ୍ଠାନ (ଆଇଆଇଏସ୍‌) - ଉନ୍ନତ ଜ୍ଞାନକୌଶଳ ଉପରେ ଏକ ଅଗ୍ରଣୀ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ୍‌; ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦୁଇଟି କ୍ୟାମ୍ପସ - ଦେବପ୍ରୟାଗ (ଉତ୍ତରାଖଣ୍ଡ) ଏବଂ ଅଗରତାଲା (ତ୍ରିପୁରା) ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଦେଶର ତିନୋଟି ନୂତନ ଆଇଆଇଏମ୍ ଯଥା ଆଇଆଇଏମ୍ ଜାମ୍ମୁ, ଆଇଆଇଏମ୍ ବୋଧଗୟା ଏବଂ ଆଇଆଇଏମ୍ ବିଶାଖାପାଟଣାକୁ ଉଦଘାଟନ କରିବେ । ସେ ସମଗ୍ର ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପାଇଁ ୨୦ଟି ନୂତନ କୋଠା ଏବଂ ୧୩ଟି ନୂତନ ନବୋଦୟ ବିଦ୍ୟାଳୟ (ଏନ୍‌ଭି) କୋଠାର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଦେଶର ୫ଟି କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ, ଗୋଟିଏ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଏବଂ ନବୋଦୟ ବିଦ୍ୟାଳୟ ପାଇଁ ୫ଟି ବହୁମୁଖୀ ହଲ୍‌ର ଶିଳାନ୍ୟାସ କରିବେ । ଏହି ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ କୋଠା ଗୁଡ଼ିକ ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏମ୍ସ ଜାମ୍ମୁ

ଜାମ୍ମୁ ଏବଂ କାଶ୍ମୀରର ଲୋକମାନଙ୍କୁ ବ୍ୟାପକ, ଗୁଣାତ୍ମକ ଏବଂ ସାମଗ୍ରିକ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜାମ୍ମୁର ବିଜୟପୁର (ସାମ୍ବା) ଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଜାମ୍ମୁର ଉଦ୍‌ଘାଟନ କରିବେ । ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ଏହି ଅନୁଷ୍ଠାନର ଶିଳାନ୍ୟାସ କରିଥିଲେ, ଏହା କେନ୍ଦ୍ର ସରକାରଙ୍କର  ଏକ ପ୍ରମୁଖ ଯୋଜନା , ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିଷ୍ଠା କରାଯାଉଛି ।

୧୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏବଂ ୨୨୭ ଏକର ପରିମିତ ଅଞ୍ଚଳରେ ସ୍ଥାପିତ ଏହି ହସ୍ପିଟାଲରେ ୭୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୨୫ ଆସନ ବିଶିଷ୍ଟ ମେଡିକାଲ କଲେଜ, ୬୦ ଶଯ୍ୟା ବିଶିଷ୍ଟ ନର୍ସିଂ କଲେଜ, ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଆବାସିକ ବାସଗୃହ, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ରାତ୍ରି ଆଶ୍ରୟସ୍ଥଳୀ, ଗେଷ୍ଟ ହାଉସ୍ , ଅଡିଟୋରିୟମ, ସପିଂ କମ୍ପ୍ଳେକ୍ସ ଇତ୍ୟାଦି ସୁବିଧା ରହିଛି । ଏହି ଅତ୍ୟାଧୁନିକ ହସ୍ପିଟାଲରେ କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋ - ଏଣ୍ଟେରୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ଏଣ୍ଡୋକ୍ରିନୋଲୋଜି, ବର୍ନସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସମେତ ୧୮ଟି ସ୍ପେଶାଲିଟି ଏବଂ ୧୭ଟି ସୁପର ସ୍ପେଶାଲିଟିରେ ଉଚ୍ଚମାନର ରୋଗୀ ସେବା ଯୋଗାଇ ଦିଆଯିବ । ଅନୁଷ୍ଠାନରେ ଏକ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍‌, ଜରୁରୀକାଳୀନ ଏବଂ ଟ୍ରମା ୟୁନିଟ୍‌, ୨୦ଟି ମୋଡ୍ୟୁଲାର ଅପରେସନ୍ ଥିଏଟର, ଡାଇଗ୍ନୋଷ୍ଟିକ୍ ଲାବୋରେଟୋରି, ବ୍ଲଡ୍ ବ୍ୟାଙ୍କ, ଫାର୍ମାସି ଇତ୍ୟାଦି ରହିବ । ଏହି ଡାକ୍ତରଖାନା ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉପଯୋଗ କରି ଏହି କ୍ଷେତ୍ରର ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିବ ।

ନୂଆ ଟର୍ମିନାଲ ଗୃହ, ଜାମ୍ମୁ ବିମାନ ବନ୍ଦର

 

 

ପ୍ରଧାନମନ୍ତ୍ରୀ ଜାମ୍ମୁ ବିମାନ ବନ୍ଦରରେ ଏକ ନୂତନ ଟର୍ମିନାଲ ଗୃହର ଶିଳାନ୍ୟାସ କରିବେ । ୪୦,୦୦୦ ବର୍ଗ ମିଟର ଅଞ୍ଚଳରେ ବିସ୍ତାରିତ ହେବାକୁ ଥିବା ଏହି ନୂତନ ଟର୍ମିନାଲ ଗୃହରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ନୂତନ ଟର୍ମିନାଲ ଗୃହ ପରିବେଶ ଅନୁକୂଳ ହେବ ଏବଂ ଏପରି ନିର୍ମାଣ କରାଯିବ , ଯାହା ଏହି ଅଞ୍ଚଳର ସ୍ଥାନୀୟ ସଂସ୍କୃତିକୁ ପ୍ରଦର୍ଶିତ କରିବ । ଏହା ବିମାନ ଚଳାଚଳ ବ୍ୟବସ୍ଥାକୁ ସୁଦୃଢ଼ କରିବ, ପର୍ଯ୍ୟଟନ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ରେଳ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ବନିହାଲ – ଖାରୀ - ସମ୍ବର - ସଙ୍ଗାଲଦାନ (୪୮ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ ଏବଂ ନୂତନ ଭାବେ ବିଦ୍ୟୁତିକରଣ ହୋଇଥିବା ବାରମୂଳା – ଶ୍ରୀନଗର-ବନିହାଲ - ସଙ୍ଗଲଦାନ ସେକ୍ସନ (୧୮୫.୬୬ କିଲୋମିଟର) ସମେତ ବିଭିନ୍ନ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ପ୍ରଧାନମନ୍ତ୍ରୀ ଏହି ଅଂଚଳରେ ପ୍ରଥମ ବିଦ୍ୟୁତ୍ ଚାଳିତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ସଙ୍ଗାଲଦାନ ଷ୍ଟେସନ ଏବଂ ବାରମୂଳା ଷ୍ଟେସନ ମଧ୍ୟରେ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ବନିହାଲ – ଖରୀ - ସମ୍ବର - ସଙ୍ଗାଲଦାନ ସେକ୍ସନ କାର୍ଯ୍ୟକ୍ଷମ ହେବା ଗୁରୁତ୍ୱପୂର୍ଣ୍ଣ , କାରଣ ଏଥିରେ ସମସ୍ତ ମାର୍ଗରେ ବାଲାଷ୍ଟ ଲେସ୍ ଟ୍ରାକ୍ (ବିଏଲ୍‌ଟି)ର ବ୍ୟବହାର ରହିଛି ଯାହା ଯାତ୍ରୀଙ୍କୁ ଉତ୍ତମ ଚାଳନାର ଅନୁଭୂତି ପ୍ରଦାନ କରୁଛି । ସେହିପରି ଭାରତର ଦୀର୍ଘତମ ପରିବହନ ଟନେଲ ଟି - ୫୦ (୧୨.୭୭ କିଲୋମିଟର) ଖାରୀ - ସମ୍ବର ମଧ୍ୟରେ ଏହି ଭାଗରେ ଅବସ୍ଥିତ । ରେଳ ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ଉନ୍ନତି ଆଣିବ, ପରିବେଶ ସ୍ଥାୟୀତାକୁ ସୁନିଶ୍ଚିତ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

ସଡ଼କ ପ୍ରକଳ୍ପ

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଜାମ୍ମୁ - କଟ୍ରା ଏକ୍ସପ୍ରେସୱେକୁ ସଂଯୋଗ କରୁଥିବା ଦିଲ୍ଲୀ - ଅମୃତସର - କଟ୍ରା ଏକ୍ସପ୍ରେସୱେର ଦୁଇଟି ପ୍ୟାକେଜ୍ (୪୪.୨୨ କିଲୋମିଟର) , ଶ୍ରୀନଗର ରିଙ୍ଗରୋଡ୍‌କୁ ୪ ଲେନ୍ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ; ଜାତୀୟ ରାଜପଥ -୦୧ ର ୧୬୧ କିଲୋମିଟର ଦୀର୍ଘ ଶ୍ରୀନଗର - ବାରମୁଳା-ଉରି ରାସ୍ତାର ଉନ୍ନତିକରଣ ପାଇଁ ୫ଟି ପ୍ୟାକେଜ୍‌; ଏବଂ ଜାତୀୟ ରାଜପଥ- ୪୪୪ରେ କୁଲଗାଓଁ ବାଇପାସ ଏବଂ ପୁଲୱାମା ବାଇପାସ୍ ନିର୍ମାଣ ସମେତ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିବେ ।

ଦିଲ୍ଲୀ - ଅମୃତସର - କଟ୍ରା ଏକ୍ସପ୍ରେସୱେର ଦୁଇଟି ପ୍ୟାକେଜ୍ ସମ୍ପୂର୍ଣ୍ଣ ହେବା ପରେ ମାତା ବୈଷ୍ଣୋ ଦେବୀଙ୍କ ପବିତ୍ର ପୀଠକୁ ତୀର୍ଥଯାତ୍ରୀଙ୍କ ଦର୍ଶନ ସୁବିଧା ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ମଧ୍ୟ ଏହା ତ୍ୱରାନ୍ୱିତ କରିବ । ଶ୍ରୀନଗର ରିଙ୍ଗ୍ ରୋଡ୍‌ର ୪ ଲେନ୍ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନର ସୁମ୍ବଲ - ୱାୟୁଲ୍ ଜାତୀୟ ରାଜପଥ - ୧ର ଉନ୍ନତିକରଣ ଅନ୍ତର୍ଭୁକ୍ତ । ୨୪.୭ କିଲୋମିଟର ଲମ୍ବର ଏହି ବ୍ରାଉନଫିଲ୍ଡ ପ୍ରକଳ୍ପ ଶ୍ରୀନଗର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହ୍ରାସ କରିବ । ଏହା ଦ୍ୱାରା ମନସବଳ ହ୍ରଦ ଏବଂ ଖିର ଭବାନୀ ମନ୍ଦିର ଭଳି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ସହ ଯୋଗାଯୋଗରେ ଉନ୍ନତି ଆସିବ ଏବଂ ଲେହ, ଲଦାଖକୁ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ ।

ଜାତୀୟ ରାଜପଥ - ୦୧ର ୧୬୧ କିଲୋମିଟର ଦୀର୍ଘ ଶ୍ରୀନଗର – ବାରାମୁଲା - ଉରି ରାସ୍ତାର ଉନ୍ନତିକରଣ ପ୍ରକଳ୍ପ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହା ବାରମୂଳା ଓ ଉରି ଅଂଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ଏବଂ କାଜିଗୁଣ୍ଡ – କୁଲଗାଓଁ - ସୋପିଆନ - ପୁଲୱାମା – ବଡଗାଓଁ - ଶ୍ରୀନଗରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୪୪୪ର କୁଲଗାଓଁ ବାଇପାସ୍ ଏବଂ ପୁଲୱାମା ବାଇପାସ୍ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବ ।

ସିୟୁଏଫ୍ ପେଟ୍ରୋଲିୟମ ଡିପୋ

ପ୍ରଧାନମନ୍ତ୍ରୀ ଜାମ୍ମୁରେ ସିୟୁଏଫ (କମନ୍ ୟୁଜର ଫାସିଲିଟି) ପେଟ୍ରୋଲିୟମ ଡିପୋର ବିକାଶ ପାଇଁ ଏକ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରାୟ ୬୭୭ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଅତ୍ୟାଧୁନିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଡିପୋରେ ମୋଟର ସ୍ପିରିଟ୍ (ଏମ୍‌ଏସ୍ ), ହାଇ ସ୍ପିଡ୍ ଡିଜେଲ୍ (ଏଚ୍ ଏସ୍ ଡି), ଉନ୍ନତମାନର କିରୋସିନ୍ ତେଲ (ଏସ୍‌କେଓ), ଏଭିଏସନ୍ ଟର୍ବାଇନ୍ ଇନ୍ଧନ / ବିମାନ ଇନ୍ଧନ (ଏଟିଏଫ୍‌), ଇଥାନଲ୍‌, ବାୟୋ ଡିଜେଲ୍ ଏବଂ ଶୀତକାଳୀନ ଗ୍ରେଡ୍ ଏଚ୍‌ଏସ୍‌ଡି ସଂରକ୍ଷଣ ପାଇଁ ପ୍ରାୟ ୧୦୦,୦୦୦ କିଲୋଲିଟର୍ ଷ୍ଟୋରେଜ୍ କ୍ଷମତା ରହିବ ।

ଅନ୍ୟାନ୍ୟ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ସମଗ୍ର ଜାମ୍ମୁ ଓ କାଶ୍ମୀରରେ ନାଗରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସର୍ବସାଧାରଣ ସୁବିଧା ଯୋଗାଇବା ପାଇଁ ୩୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି, ଅନେକ ସଡ଼କ ପ୍ରକଳ୍ପ ଏବଂ ସେତୁ; ଗ୍ରିଡ୍ ଷ୍ଟେସନ, ଷ୍ଟେସନ ଟ୍ରାନ୍ସମିସନ ଲାଇନ ଗ୍ରହଣ ପ୍ରକଳ୍ପ; ସାଧାରଣ ବର୍ଜ୍ୟ ବସ୍ତୁ ବିଶୋଧନ କାରଖାନା ଏବଂ ନର୍ଦ୍ଦମା ପରିଶୋଧନ ପ୍ଲାଣ୍ଟ; ଅନେକ ଡିଗ୍ରୀ କଲେଜ କୋଠା; ଶ୍ରୀନଗର ସହରରେ ବୁଦ୍ଧିମତାପୂର୍ଣ୍ଣ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା; ଆଧୁନିକ ନରୱାଲ ଫଳ ମଣ୍ଡି; କଠୁଆରେ ଡ୍ରଗ୍ ଟେଷ୍ଟିଂ ଲାବୋରେଟୋରୀ; ଏବଂ ଗଣ୍ଡରୱାଲ ଏବଂ କୁପୱାରାରେ ୨୨୪ଟି ଫ୍ଲାଟ ନିର୍ମାଣ ।

ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହେବ ସେଥିରେ ଜାମ୍ମୁ - କାଶ୍ମୀରରେ ପାଞ୍ଚଟି ନୂତନ ଶିଳ୍ପାଞ୍ଚଳର ବିକାଶ; ଜାମ୍ମୁ ସ୍ମାର୍ଟ ସିଟିର ସମନ୍ୱିତ କମାଣ୍ଡ୍ ଆଣ୍ଡ ୍ କଣ୍ଟ୍ରୋଲ୍ ସେଣ୍ଟର ପାଇଁ ଡାଟା ସେଣ୍ଟର / ବିପର୍ଯ୍ୟୟ ପୁନରୁଦ୍ଧାର କେନ୍ଦ୍ର; ପାରିମ୍ପୋରା ଶ୍ରୀନଗରରେ ଟ୍ରାନ୍ସପୋର୍ଟ ନଗରର ଉନ୍ନତିକରଣ; ୬୨ଟି ସଡ଼କ ପ୍ରକଳ୍ପ ଓ ୪୨ଟି ସେତୁର ଉନ୍ନତିକରଣ ଏବଂ ପରିବହନ ଆବାସ ବିକାଶ ପାଇଁ ପ୍ରକଳ୍ପ - ଅନନ୍ତନାଗ, କୁଲଗାମ୍‌, କୁପୱାରା, ସୋପିଆନ୍ ଏବଂ ପୁଲୱାମା ଜିଲ୍ଲାର ୯ଟି ସ୍ଥାନରେ ୨୮୧୬ଟି ଫ୍ଲାଟ୍ ନିର୍ମାଣ ଅନ୍ତର୍ଭୁକ୍ତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”