11 ଅକ୍ଟୋବରରେ ଉଜ୍ଜୟିନୀ ଠାରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଗୁଜରାଟରେ 14,500 କୋଟି ଟଙ୍କାରୁ ଅଧିକ ନିବେଶର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ମୋଧେରାକୁ ଭାରତର ପ୍ରଥମ ଚବିଶ ଘଣ୍ଟା ସୌର ଶକ୍ତିରେ ସଞ୍ଚାଳିତ ହେଉଥିବା ଗ୍ରାମ ଭାବରେ ଘୋଷିତ କରିବେ ଏବଂ ମେହସାନାରେ 3900 କୋଟି ଟଙ୍କାରୁ ଅଧିକ ନିବେଶରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ମୋଧେଶ୍ବରି ମାତା ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ ତଥା ମେହସାନାର ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ଯିବେ
ପ୍ରଧାନମନ୍ତ୍ରୀ ଭାରୁଚରେ ରସାୟନ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ଉପରେ କେନ୍ଦ୍ରିତ 8000 କୋଟି ଟଙ୍କାରୁ ଅଧିକ ନିବେଶରେ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ 1300 କୋଟି ଟଙ୍କା ନିବେଶରେ ସ୍ବାସ୍ଥ୍ୟ ଯତ୍ନ ସହିତ ସମ୍ପର୍କିତ ସୁବିଧାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ତଥା ମୋଦି ଶୈକ୍ଷଣିକ ସଙ୍କୁଳର ପ୍ରଥମ ଚରଣର ମଧ୍ୟ ଉଦ୍‌ଘାଟନ କରିବେ
ପ୍ରଧାନମନ୍ତ୍ରୀ ଜାମନଗରରେ 1450 କୋଟି ଟଙ୍କାର ନିବେଶରେ ଜଳସେଚନ, ବିଜୁଳି, ଜଳଯୋଗାଣ ଏବଂ ସହରୀ ଭିତ୍ତିଭୂମି ଢାଞ୍ଚା ସହି ସମ୍ବନ୍ଧିତ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 9 ରୁ 11 ଅକ୍ଟୋବର ପର୍ଯ୍ୟନ୍ତ ଗୁଜରାଟର ପରିଦର୍ଶନ କରିବେ ଏବଂ ଏହାପରେ 11 ଅକ୍ଟୋବରରୁ ମଧ୍ୟ ପ୍ରଦେଶର ପରିଦର୍ଶନରେ ଯିବେ।

ପ୍ରଧାନମନ୍ତ୍ରୀ 9 ଅକ୍ଟୋବରରେ ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସେ ସନ୍ଧ୍ୟା ପ୍ରାୟ 6.45 ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ, ଏହାପରେ ସେ ସନ୍ଧ୍ୟା ପ୍ରାୟ 7.30 ରେ ସୂର୍ଯ୍ୟ ମନ୍ଦିର ଯିବେ।

ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ 10 ଅକ୍ଟୋବରର ପ୍ରାୟ 11 ଘ.ରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଦେଶକୁ ସମର୍ପିତ ଏବଂ ଉଦ୍‌ଘାଟନ କରିବେ ଓ ଦ୍ବିପହର ପ୍ରାୟ 3.15 ଘ.ରେ ଅହମ୍ମଦାବାଦରେ ମୋଦୀ ଶୈକ୍ଷଣିକ ସ୍କୁଲର ଉଦ୍‌ଘାଟନ କରିବେ। ଏହାପରେ ଶ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ 11 ଅକ୍ଟୋବରର ଅପରାହ୍ନ 2.15 ଘ.ରେ ସିଭିଲ୍ ହସ୍‌ପିଟାଲ୍ ଅସରୱା, ଅହମ୍ମଦାବାଦରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ଯାହାପରେ ସେ ଉଜ୍ଜୟିନୀରେ ଶ୍ରୀ ମହାକାଳେଶ୍ବର ମନ୍ଦିର ଯିବେ ଯେଉଁଠାରେ ସେ ସନ୍ଧ୍ୟା ପ୍ରାୟ 5 ଘ.ରେ ଦର୍ଶନ ଏବଂ ପୂଜା କରିବେ। ଏହାପରେ ସେ ସନ୍ଧ୍ୟା ପ୍ରାୟ 6.30  ମିରେ ଶ୍ରୀ ମହାକାଳ ଲୋକକୁ ଦେଶକୁ ସମର୍ପିତ କରିବେ ଏବଂ ସନ୍ଧ୍ୟା 7.15 ମିନିଟରେ ଉଜ୍ଜୟିନୀରେ ସାର୍ବଜନିନ କାର୍ଯ୍ୟକ୍ରମରେ ସାମିଲ୍ ହେବେ।

ପ୍ରଧାନମନ୍ତ୍ରୀ ମେହଶାନାରେ

ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଅଧ୍ୟକ୍ଷତା କରିବେ ଏବଂ ମୋଧରା, ମେହସାନାରେ 3900 କୋଟି ଟଙ୍କାର ଅଧିକ ନିବେଶର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ମୋଧେରା ଗ୍ରାମରେ ଭାରତର ପ୍ରଥମ ଚବିଶ ଘଣ୍ଟା ସୌର ଶକ୍ତିରେ ସଞ୍ଚାଳିତ ଗ୍ରାମ ଘୋଷିତ କରିବେ। ଏହା ଏହି ପ୍ରକାରର ପ୍ରଥମ ପ୍ରକଳ୍ପ ଅଟେ ଯାହା ମୋଧେରା ସହରର ସୂର୍ଯ୍ୟ ମନ୍ଦିରର ସୌର ଶକ୍ତିରେ ସଞ୍ଚାଳନ କରିବାର ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ସାକାର କରିଥାଏ। ଏଥିରେ ଗ୍ରାଉଣ୍ଡ ମାଉଣ୍ଟେଡ୍‌ ସୌର ଶକ୍ତି ପ୍ରଣାଳୀ ତଥା ଆବାସୀୟ ଏବଂ ସରକାରୀ ଭବନରେ 1300 ରୁ ଅଧିକ ରୁଫଟପ୍ ସୋଲାର ସିଷ୍ଟମ ବିକଶିତ କରିବା ସାମିଲ୍ ରହିଛି। ଏସବୁ ଗୁଡ଼ିକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ (ବିଇଏସଏସ) ସହିତ ସମନ୍ବିତ କରାଯାଇଛି। ଏହି ପ୍ରକଳ୍ପ ଏହି ବିଷୟକୁ ପ୍ରଦର୍ଶିତ କରିଥାଏ ଯେ ଭାରତର ନବୀକରଣୀୟ ଶକ୍ତି କୌଶଳ କେଉଁ ଭଳି ଭାବରେ ଲୋକମାନଙ୍କୁ ତୃଣମୂଳ ସ୍ତରରୁ ସଶକ୍ତ କରୁଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶକୁ ସମର୍ପିତ କରାଯାଇଥିବା ଏହି ପ୍ରକଳ୍ପରେ ଅହମ୍ମଦାବାଦ-ମେହସାନା ଗେଜ୍ ପରିବର୍ତ୍ତନ ପ୍ରକଳ୍ପ ସାବରମତୀ-ଜଗୁଦାନ ଖଣ୍ଡର ଗଜ ପରିବର୍ତ୍ତନ; ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ନନ୍ଦସନ ଜିଓଲୋଜିକାଲ୍‌ ଅଏଲ୍‌ ପ୍ରଡକ୍‌ସନ ପ୍ରୋଜେକ୍ଟ; ଖେରାବାରୁ ସିଙ୍ଗୋଡ଼ା ଝିଲ୍ ମଧ୍ୟରେ ସୁଜଳମ୍ ସୁଫଳମ୍ କେନାଲ୍ ପ୍ରକଳ୍ପ; ଧାରୋଇ ଡ୍ୟାମ ଆଧାରିତ ବଡ଼ନଗର ଖେରାଲୁ ଏବଂ ଧରୋଇ ସମୂହ ସୁଧାର ଯୋଜନା; ବେଚାରାଜି ମୋଧେରା-ଚନାସ୍ମା ରାଜ୍ୟ  ରାଜମାର୍ଗର ଏକ ସେକ୍ସନକୁ ଚାରି ଲେନ୍ କରିବାର ପ୍ରକଳ୍ପ; ଉଞ୍ଜା-ଦଶଜ ଉପେରା ଲାଡୋଲ୍ (ଭଙ୍ଖପୁର ଆପ୍ରୋଚ୍ ରୋଡ୍‌) ର ଏକ ସେକ୍ସନର ସଂପ୍ରସାରଣ କରିବାର ପ୍ରକଳ୍ପ; ସରଦାର ପଟେଲ୍‌ ଲୋକ ପ୍ରଶାସନ ସଂସ୍ଥାନ (ଏସପିଆଇପିଏ) ମେହସାନାର କ୍ଷେତ୍ରୀୟ ପ୍ରଶିକ୍ଷଣ କେନ୍ଦ୍ରର ନୂଆ ଭବନ ଏବଂ ମୋଧେରାରେ ସୂର୍ଯ୍ୟ ମନ୍ଦିରର ପ୍ରୋଜେକ୍‌ସନ ମ୍ୟାପିଂ ଏବଂ ଅନ୍ୟ ଯୋଜନା ସାମିଲ୍ ରହିଛି।

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଯେଉଁଥିରେ ପାଟନ ଠାରୁ ଗୋଜରିଆ ପର୍ଯ୍ୟନ୍ତ ଜାତୀୟ ରାଜପଥ – 68 ପର୍ଯ୍ୟନ୍ତ ଚାରି ଲେନ୍ ପ୍ରସ୍ତୁତି; ମେହସାନା ଜିଲ୍ଲାର ଜୋତାନା ତାଲୁକାର ଚଲସନ ଗ୍ରାମରେ ଜଳ ଶୋଧନ ପ୍ରଣାଳୀର ନିର୍ମାଣ, ଦୁଧସାଗର ଡାଏରୀରେ ନୂଆ ସ୍ବୟଂଚଳିତ ମିଲ୍‌କ ପାଉଡର ପ୍ଲାଣ୍ଟ ଏବଂ ୟୁଏଚଟି ମିଲ୍କ କାର୍ଟନ ପ୍ଲାଣ୍ଟର ସ୍ଥାପନା, ଜେନେରାଲ୍ ହସ୍‌ପିଟାଲ୍ ମେହସାନାର ପୁନର୍ବିକାଶ ଏବଂ ପୁନଃନିର୍ମାଣ; ତଥା ମେହସାନା ଏବଂ ଉତ୍ତର ଗୁଜରାଟର ଅନ୍ୟ ଜିଲ୍ଲା ପାଇଁ ରିଭାମ୍ପଡ୍‌ ଡିଷ୍ଟ୍ରିବ୍ୟୁସନ ସେକ୍ଟର ସ୍କିମ୍ (ଆରଡିଏସଏସ) ସହିତ ଅନ୍ୟାନ୍ୟ ଯୋଜନା ଗୁଡ଼ିକ ସାମିଲ୍ ରହିଛି।

ସାର୍ବଜନିକ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜା ଅର୍ଚ୍ଚନା ମଧ୍ୟ  କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ମନ୍ଦିର ମଧ୍ୟ ଯିବେ ଯେଉଁଠାରେ ସେ ସୁନ୍ଦର ପ୍ରୋଜେକ୍ସନ ମ୍ୟାପିଂ ଶୋ ଦେଖିବେ।

ପ୍ରଧାନମନ୍ତ୍ରୀ ଭାରୁଚରେ

ପ୍ରଧାନମନ୍ତ୍ରୀ ଭାରୁଚରେ ଆମୋଦରେ 8000 କୋଟି ଟଙ୍କାରୁ ଅଧିକ ନିବେଶରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ।

ଭାରତର ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରକୁ ଆତ୍ମନିର୍ଭର କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଜମ୍ବୁସର ଠାରେ ବଲ୍‌କ ଡ୍ରଗ ପାର୍କର ମଧ୍ୟ ଶିଳାନ୍ୟାସ କରିବେ। ବର୍ଷ 2021-22 ରେ ଏହି ଡ୍ରଗ୍‌ସର ଔଷଧର ସମୁଦାୟ ଆମଦାନୀ 60 ପ୍ରତିଶତରୁ ଅଧିକର ଯୋଗଦାନ ଥିଲା। ଏହି ପ୍ରକଳ୍ପ ଆମଦାନୀ ପ୍ରତିସ୍ଥାପନ ସୁନିଶ୍ଚିତ କରିବା ଏବଂ ବଲ୍‌କ ଡ୍ରଗ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟତା ପ୍ରଦାନ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ଦହେଜରେ ‘ଡିପ୍ ସି ପାଇପଲାଇନ୍ ପ୍ରକଳ୍ପ’ ର ଶିଳାନ୍ୟାସ ମଧ୍ୟ କରିବେ, ଏଥିରେ ଉଦ୍ୟୋଗ ସମ୍ପଦଗୁଡ଼ିକ ଠାରୁ ଶୋଧିତ ବର୍ଜ୍ୟଜଳକୁ ନିଷ୍କାସନ କରିବାରେ ସହାୟତା କରିବ। ପ୍ରଧାନମନ୍ତ୍ରୀ ଅନ୍ୟ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିବେ ସେହି ରହିଛି ଅଙ୍କଲେଶ୍ବର ଏୟାରପୋର୍ଟର ପ୍ରଥମ ପର୍ଯ୍ୟାୟ ଏବଂ ଅଙ୍କଲେଶ୍ବର ଏବଂ ପାନୋଲିରେ ବହୁସ୍ତରୀୟ ଔଦ୍ୟୋଗିକ ସେଡର ବିକାଶ ମଧ୍ୟ ସାମିଲ୍ ରହିଛି, ଯେଉଁଥିରେ ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଔଦ୍ୟୋଗିକ ପାର୍କର ବିକାଶ ତଥା ଶିଳାନ୍ୟାସ କରିବେ। ଏଥିରେ ଚାରି ଜନଜାତୀୟ ଔଦ୍ୟୋଗିକ ପାର୍କ ସାମିଲ୍ ରହିଛି ଯାହା ବାଲିଆ (ଭରୁପ), ଅମୀରଗଡ଼ (ବନାସକାଣ୍ଠା), ଚକଲିଆ (ଦାହୋଦ) ଏବଂ ବାନର (ଛୋଟ ଉଦୟପୁର) ରେ ସ୍ଥାପିତ ହେବ; ମୁଡେଥା (ବନାସାକାଣ୍ଠା) ରେ ଏଗ୍ରୋ ଫୁଡ୍ ପାର୍କ; କାକବାଡ଼ି ଦାନ୍ତି (ଭଲସାଡ୍‌) ରେ ସି ଫୁଡ୍ ପାର୍କ; ଏବଂ ଖଣ୍ଡିଭାଭ୍‌ (ମାହିସାଗର) ରେ ଏମଏସଏମଇ ପାର୍କର ନିର୍ମାଣ ସାମିଲ ରହିଛି।

ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଗୁଡ଼ିକୁ ଦେଶକୁ ସମର୍ପିତ କରିବେ ଯେଉଁଥିରେ ରସାୟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ସେ ଦହେଜରେ 130 ମେଗାୱାଟର ସହ ଉତ୍ପାଦନ ବିଦ୍ୟୁତ ପ୍ଲାଣ୍ଟ ସହିତ ଏକିକୃତ 800 ଟିପିଡି କଷ୍ଟିକ୍ ସୋଡା ପ୍ରଣାଳୀର ଲୋକାର୍ପଣ କରିବେ। ଏହା ସହିତ ସେ ଦହେଜରେ ଥିବା କଷ୍ଟିକ୍ ସୋଡ଼ା ପ୍ଲାଣ୍ଟ ର ବିସ୍ତାରର ମଧ୍ୟ ଲୋକାର୍ପଣ କରିବେ, ଯାହାର କ୍ଷମତା 785 ଏମଟି/ ଦିନ ରୁ ବଢ଼ାଇ 1310 ଏମଟି/ ଦିନ କରାଯାଇଛି। ପ୍ରଧାନମନ୍ତ୍ରୀ ଦହେଜରେ ଏକ ଲକ୍ଷ ଏମଟି ପ୍ରତି ବର୍ଷରୁ ଅଧିକ କ୍ଲୋରୋମିଥେନର ନିର୍ମାଣ ପାଇଁ ପ୍ରକଳ୍ପର ଲୋକାର୍ପଣ କରିବ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶକୁ ସମର୍ପିତ କରାଯିବାକୁ ଥିବା ଅନ୍ୟ ପ୍ରକଳ୍ପ ଗୁଡ଼ିକରେ ଦହେଜ ସ୍ଥିତ ହାଇଡ୍ରୋଜେନ୍ ହାଇଡ୍ରେଟ୍ ପ୍ଲାଣ୍ଟ ସାମିଲ୍ ରହିଛି ଯାହା ଉତ୍ପାଦର ଆମଦାନୀକୁ ପ୍ରତିସ୍ଥାପନ କରିବାରେ ସହାୟତା କରିବ। ଏହା ବ୍ୟତୀତ ଆଇଓସିଏଲ୍‌ ଦହେଜ୍ –କୋୟାଲି ପାଇପଲାଇନ୍ ପ୍ରୋଜେକ୍ଟ, ଭାରୁଚ ଭୂମିଗତ ଜଳ ନିଷ୍କାସନ ଏବଂ ଏସଟିପି କାର୍ଯ୍ୟ ତଥା ଉମଲା ଆସା ପନେଥା ସଡ଼କର ପ୍ରଶସ୍ତିକରଣ ଏବଂ ମଜବୁତିକରଣ କରିବା ସାମିଲ୍ ରହିଛି।

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ

ପ୍ରଧାନମନ୍ତ୍ରୀ 10 ଅକ୍ଟୋବରରେ ମୋଦି ଶୈକ୍ଷଣିକ ସଙ୍କୁଳର ପ୍ରଥମ ସୋପାନର ଉଦ୍‌ଘାଟନ କରିବେ ଯାହା ଗରିବ ଛାତ୍ରମାନଙ୍କ ପାଇଁ ଶିକ୍ଷା ପରିସର ଅଟେ। ଏହି ପ୍ରକଳ୍ପ ଛାତ୍ରମାନଙ୍କର ସମଗ୍ର ବିକାଶ ପାଇଁ ସୁବିଧା ପ୍ରଦାନ କରିବାରେ ସହାୟତା ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ 11 ଅକ୍ଟୋବରରେ ସିଭିଲ୍ ହସ୍‌ପିଟାଲ୍‌ ଅସରୱା, ଅହମ୍ମଦାବାଦରେ ପ୍ରାୟ 1300 କୋଟି ଟଙ୍କା ନିବେଶରେ ବିଭିନ୍ନ ସ୍ବାସ୍ଥ୍ୟ ଯତ୍ନ ସହିତ ସମ୍ପର୍କିତ ସୁବିଧା ଗୁଡ଼ିକର ଲୋକାର୍ପଣ କରିବେ ଏବଂ ଏହାର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ନିର୍ମାଣ ଏବଂ ୟୁଏନ୍ ମେହତା ଇନ୍‌ଷ୍ଟିଚ୍ୟୁଟ୍ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ହୃଦୟର ଯତ୍ନ ପାଇଁ ନୂଆ ଏବଂ ଉନ୍ନତ ସୁବିଧା ତଥା ଏକ ନୂଆ ଛାତ୍ରାବାସ ଭବନର ଲୋକାର୍ପଣ, କିଡ୍ନୀ ରୋଗ ଏବଂ ଗବେଷଣା କେନ୍ଦ୍ର ସଂସ୍ଥାର ନୂଆ ହସ୍‌ପିଟାଲ ଭବନ; ଗୁଜରାତ କ୍ୟାନସର ଏବଂ ଗବେଷଣା ସଂସ୍ଥାନର ନୂଆ ଭବନର ଲୋକାର୍ପଣ ସାମିଲ୍ ରହିଛି। ପ୍ରଧାନମନ୍ତ୍ରୀ ଗରିବ ଲୋକମାନଙ୍କ ପରିବାରକୁ ଆବାସ ସୁବିଧା ପ୍ରଦାନ କରୁଥିବା ଆଶ୍ରୟ ଗୃହର ଶିଳାନ୍ୟାସ ମଧ୍ୟ କରିବେ।

ପ୍ରଧାନମନ୍ତ୍ରୀ ଜାମନଗରରେ

ପ୍ରଧାନମନ୍ତ୍ରୀ ଜାମନଗରରେ 1450 କୋଟି ଟଙ୍କାରୁ ଅଧିକ ନିବେଶରେ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ଜଳସେଚନ, ବିଦ୍ୟୁତ, ଜଳ ଯୋଗାଣ ଏବଂ ସହରୀ ଭିତ୍ତିଭୂମି ଢାଞ୍ଚା ସହିତ ସମ୍ବନ୍ଧିତ ଅଟେ।

ପ୍ରଧାନମନ୍ତ୍ରୀ ସୌରାଷ୍ଟର ଅବତରଣ ଜଳସେଚନ (ଏସଏୟୁଏନଆଇ) ଯୋଜନା ଲିଙ୍କ  3 (ଉଣ୍ଡ ଡ୍ୟାମରୁ ସୋନମତି ଡ୍ୟାମ ପର୍ଯ୍ୟନ୍ତ) ର ପ୍ୟାକେଜ୍ 7, ଏସଏୟୁଏନଆଇ ଯୋଜନା ଲିଙ୍କ  1 (ଉଣ୍ଡ -1ଡ୍ୟାମରୁ ଏସଏଏନଆଇ ଡ୍ୟାମ ପର୍ଯ୍ୟନ୍ତ) ପ୍ୟାକେଜ୍ 5 ଏବଂ ହରିପାର 40 ମେଗାୱାଟ ସୌର ପିବି ପରିଯୋଜନାର ଲୋକାର୍ପଣ କରିବେ।

ଯେଉଁ ପ୍ରକଳ୍ପଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯିବ ସେଥିରେ ରହିଛି କାଲାବଡ଼ /ଜାମନଗର ତାଲୁକା ମୋରବି-ମଲିୟା-ଜୋଡ଼ିଆ ଗ୍ରୁପ  ଗ୍ରୁପର କଲାବଦ ଗ୍ରୁପ୍ ଅଗମେଣ୍ଟେସନ ଜଳ ଯୋଗାଣ ଯୋଜନା, ଲାଲପୁର ବାଇପାସ୍ ଜଙ୍କସନ ଫ୍ଲାଇଓଭର ବ୍ରିଜ, ହାପା ମାର୍କେଟ୍ ୟାର୍ଡ଼ ରେଲୱେ କ୍ରସିଂ ଏବଂ ସିୱର ସଂଗ୍ରହ ପାଇପଲାଇନ୍ ତଥା ପମ୍ପିଂ ଷ୍ଟେସନର ନବୀକରଣ ସାମିଲ୍ ରହିଛି।

ପ୍ରଧାନମନ୍ତ୍ରୀ ଉଜ୍ଜୟିନୀରେ

ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକ ଦେଶକୁ ସମର୍ପିତ କରିବେ। ଶ୍ରୀ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ଚରଣ ତୀର୍ଥଯାତ୍ରୀମାନଙ୍କୁ ବିଶ୍ବ ସ୍ତରୀୟ ଆଧୁନିକ ସେବା ପ୍ରଦାନ କରି ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କର ଅନୁଭବକୁ ସ୍ମରଣୀୟ କରିବାରେ ସହାୟତା ପ୍ରଦାନ କରିବ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସମଗ୍ର କ୍ଷେତ୍ରରେ ଭିଡ଼କୁ କମ୍ କରିବା ଏବଂ ଐତିହ୍ୟର ସଂରକ୍ଷଣ ଓ ରିଷ୍ଟୋରେସନ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଅନ୍ତର୍ଗତ ମନ୍ଦିର ପରିସରକୁ ପ୍ରାୟତଃ ସାତ ଗୁଣା ବିସ୍ତାର କରାଯିବ। ସମ୍ପୂର୍ଣ୍ଣ ପ୍ରକଳ୍ପର ସମ୍ପୂର୍ଣ୍ଣ ନିବେଶ ପ୍ରାୟ 850 କୋଟି ଟଙ୍କା ଅଟେ। ମନ୍ଦିରର ପ୍ରଚଳିତ ତୀର୍ଥ ଯାତ୍ରୀମାନଙ୍କର ସଂଖ୍ୟା, ଯାହା ପ୍ରତି ବର୍ଷ 1.5 କୋଟି ଅଟେ, ତାହା ଦୁଇଗୁଣା ହେବାର ଆଶା କରାଯାଉଛି। ଏହି ପ୍ରକଳ୍ପର ବିକାଶ ପାଇଁ ଯୋଜନାକୁ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଇଛି।

ମହାକାଳ ପଥରେ 108 ସ୍ତମ୍ଭ (ଖମ୍ପ) ଯାହା ଭଗବାନ ଶିବଙ୍କ ଆନନ୍ଦ ତାଣ୍ଡବ ସ୍ବରୂପ (ନୃତ୍ୟ ରୂପ) କୁ ଦର୍ଶାଇଥାଏ। ମହାକାଳ ପଥ ପାର୍ଶ୍ବରେ ଭଗବାନ ଶିବଙ୍କ ଜୀବନକୁ ଦର୍ଶାଉଥିବା ଅନେକ ଧାର୍ମିକ ମୂର୍ତ୍ତିକୁ ସ୍ଥାପନା କରାଯାଇଛି। ପଥ ସହିତ ଭିତର କାନ୍ଥର ଚିତ୍ର ଶିବ ପୁରାଣର କାହାଣୀ ଉପରେ ଆଧାରିତ ଅଟେ ଯେଉଁଥିରେ ସୃଜନ କାର୍ଯ୍ୟ, ଗଣେଶଙ୍କ ଜନ୍ମ, ସତୀ ଏବଂ ଦକ୍ଷ କାହାଣୀ ଆଦି ସାମିଲ୍ ରହିଛି। 2.5 ହେକ୍ଟରରେ ରହିଥିବା ପ୍ଲାଜା କ୍ଷେତ୍ର ପଦ୍ମ ପୋଖରୀରେ ଆବଦ୍ଧିତ ରହିଛି ଏବଂ ଏଥିରେ ଝରଣା ସହିତ ଶିବ ମୁର୍ତ୍ତିଙ୍କୁ ମଧ୍ୟ ସ୍ଥାପିତ କରାଯାଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ଏବଂ ସର୍ଭେଲାନ୍‌ସ କ୍ୟାମେରା ସହାୟତାରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଦ୍ବାରା ଏହି ସମ୍ପୂର୍ଣ୍ଣ ପରିସରର ଚବିଶ ଘଣ୍ଟା ଅନୁଧ୍ୟାନ କରାଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"