PM to inaugurate dedicate to nation and lay the foundation stone of multiple development projects worth more than Rs. 52,250 crore
Projects encompasses important sectors like health, road, rail, energy, petroleum & natural gas, tourism among others
PM to dedicate Sudarshan Setu connecting Okha mainland and Beyt Dwarka
It is India’s longest cable stayed bridge
PM to dedicate five AIIMS at Rajkot, Bathinda, Raebareli, Kalyani and Mangalagiri
PM to lay the foundation stone and dedicate to the nation more than 200 Health Care Infrastructure Projects
PM to inaugurate and dedicate to the nation 21 projects of ESIC
PM to lay foundation stone of the New Mundra-Panipat pipeline project

ପ୍ରଧାନମନ୍ତ୍ରୀ ୨୪ ଓ ୨୫ ଫେବୃଆରୀ ୨୦୨୪ରେ ଗୁଜରାଟ ଗସ୍ତ କରିବେ । ଫେବୃଆରୀ ୨୫ ତାରିଖ ସକାଳ ପ୍ରାୟ ୭ଟା ୪୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ବେଟ ଦ୍ୱାରକା ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ଏହା ପରେ ସକାଳ ପ୍ରାୟ ୮ଟା ୨୫ ସମୟରେ ସୁଦର୍ଶନ ସେତୁ ପରିଦର୍ଶନରେ ଯିବେ । ଏହା ପରେ ସେ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଦ୍ୱାରକାଧିଶ ମନ୍ଦିର ପରିଦର୍ଶନ କରିବେ ।

ଅପରାହ୍ନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଦ୍ୱାରକା ଠାରେ ୪୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ତଥା ଶିଳାନ୍ୟାସ କରିବେ ।

ଏହା ପରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ପ୍ରଧାନମନ୍ତ୍ରୀ ରାଜକୋଟ ଏମ୍ସ ପରିଦର୍ଶନ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ରେସ୍ କୋର୍ସ ଗ୍ରାଉଣ୍ଡରେ ୪୮,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।

ଦ୍ୱାରକାରେ ପ୍ରଧାନମନ୍ତ୍ରୀ

ଦ୍ୱାରକାରେ ଏକ ସାର୍ବଜନୀନ ସମାରୋହରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଖା ମୁଖ୍ୟ ଭୂମି ଏବଂ ବେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ପ୍ରାୟ ୨.୩୨ କିଲୋମିଟର ବିଶିଷ୍ଟ ଦେଶର ସବୁଠାରୁ ଲମ୍ବା କେବୁଲ ଆଧାରିତ ସେତୁ ଅଟେ ।

ସୁଦର୍ଶନ ସେତୁର ଏକ ସ୍ୱତନ୍ତ୍ର ଡିଜାଇନ୍ ରହିଛି, ଯେଉଁଥିରେ ଶ୍ରୀମଦ୍ ଭଗବତ ଗୀତାର ଶବ୍ଦ ଏବଂ ଉଭୟ ପାର୍ଶ୍ୱରେ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି ରେ ସଜ୍ଜିତ ଫୁଟପାଥ୍ ରହିଛି । ଏଥିରେ ଫୁଟପାଥର ଉପର ଭାଗରେ ସୌର ପ୍ୟାନେଲ ମଧ୍ୟ ଲଗାଯାଇଛି, ଯାହା ଏକ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବ । ଏହି ସେତୁ ପରିବହନକୁ ସହଜ କରିବ ଏବଂ ଦ୍ୱାରକା ଏବଂ ବେଟ - ଦ୍ୱାରକା ମଧ୍ୟରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ମାନଙ୍କର ସମୟକୁ ଯଥେଷ୍ଟ କମ୍ କରିବ । ସେତୁ ନିର୍ମାଣ ପୂର୍ବରୁ ବେଟ ଦ୍ୱାରକାରେ ପହଞ୍ଚିବା ପାଇଁ ତୀର୍ଥଯାତ୍ରୀ ମାନଙ୍କୁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି ଆଦର୍ଶ ସେତୁ ଦେବଭୂମି ଦ୍ୱାରକାର ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ଭାବେ ମଧ୍ୟ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଭାଦିନାର ଠାରେ ପାଇପଲାଇନ ପ୍ରକଳ୍ପକୁ ଲୋକାର୍ପିତ କରିବେ , ଯେଉଁଥିରେ ବର୍ତ୍ତମାନର ତଟୀୟ ରେଖା ବଦଳାଇବା, ବର୍ତ୍ତମାନର ପାଇପଲାଇନ ଏଣ୍ଡ ମାନିଫୋଲ୍ଡ (ପିଏଲଇଏମ) କୁ ଛାଡିବା ଏବଂ ସମଗ୍ର ବ୍ୟବସ୍ଥା (ପାଇପଲାଇନ, ପିଏଲ୍‌ଇଏମ୍ ଏବଂ ଇଣ୍ଟରକନେକଟିଂ ଲୁପ୍ ଲାଇନ) କୁ ନିକଟସ୍ଥ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ରାଜକୋଟ - ଓଖା, ରାଜକୋଟ – ଜେତଲସାର - ସୋମନାଥ ଏବଂ ଜେତଲସାର - ବଂଶଜାଲିଆ ରେଳ ବିଦ୍ୟୁତିକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

 

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୯୨୭ଡିର ଧୋରାଜି - ଜାମକନ୍ଦଦୋର୍ଣ୍ଣା - କଳାବାଦ ସେକ୍ସନର ପ୍ରଶସ୍ତୀକରଣ ; ଜାମନଗରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ; ଜାମନଗରର ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ସିଷ୍ଟମ ସ୍ଥାପନର ଶିଳାନ୍ୟାସ କରିବେ ।

ରାଜକୋଟରେ ପ୍ରଧାନମନ୍ତ୍ରୀ

ରାଜକୋଟରେ ଆୟୋଜିତ ଏହି ସାର୍ବଜନୀନ ସମାରୋହରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ସଡ଼କ, ରେଳ, ଶକ୍ତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ୪୮,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ ।

ଦେଶରେ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ (ଗୁଜରାଟ), ଭଟିଣ୍ଡା (ପଞ୍ଜାବ), ରାୟବରେଲି (ଉତ୍ତର ପ୍ରଦେଶ), କଲ୍ୟାଣୀ (ପଶ୍ଚିମବଙ୍ଗ) ଏବଂ ମଙ୍ଗଳାଗିରି (ଆନ୍ଧ୍ରପ୍ରଦେଶ)ରେ ଥିବା ପାଞ୍ଚଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ପ୍ରଧାନମନ୍ତ୍ରୀ ୨୩ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ୧୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦୦ରୁ ଅଧିକ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ପ୍ରଧାନମନ୍ତ୍ରୀ ପୁଡୁଚେରୀର କରାଇକାଲ ଠାରେ ଥିବା ଜେଆଇପିଏମଇଆରþର ମେଡିକାଲ କଲେଜ ଏବଂ ପଞ୍ଜାବର ସଙ୍ଗରୁରସ୍ଥିତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ ଏଜୁକେଶନାଲ ରିସର୍ଚ୍ଚ (ପିଜିଆଇଏମ୍‌ଇଆର)ର ୩୦୦ ଶଯ୍ୟା ବିଶିଷ୍ଟ ସାଟେଲାଇଟ୍ ସେଣ୍ଟରକୁ ଲୋକାର୍ପଣ କରିବେ । ସେ ପୁଡୁଚେରୀର ୟାନମ ଠାରେ ଜିପିଏମଇଆରର ୯୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି କନସଲଟିଂ ୟୁନିଟ୍ ; ଚେନ୍ନାଇସ୍ଥିତ ନ୍ୟାସନାଲ ସେଣ୍ଟର ଫର ଏଜିଂ; ବିହାରର ପୂର୍ଣ୍ଣିଆ ଠାରେ ନୂତନ ସରକାରୀ ମେଡିକାଲ କଲେଜ; ଆଇସିଏମଆରର ୨ଟି କ୍ଷେତ୍ର ୟୁନିଟ୍ ଯଥା, କେରଳର ଆଲାପୁଜା ଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ୟୁନିଟ୍ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିସର୍ଚ୍ଚ ଇନ୍ ଟ୍ୟୁବରକ୍ୟୁଲୋସିସ୍ (ଏନଆଇଆରଟି): ତାମିଲନାଡୁର ତିରୁଭଲ୍ଲୁରସ୍ଥିତ ନ୍ୟୁ କମ୍ପୋଜିଟ୍ ଟିବି ରିସର୍ଚ୍ଚ ଫାସିଲିଟିକୁ ଉଦ୍‌ଘାଟନ କରିବେ । 

ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଠାରେ ପିଜିଆଇଏମଇଆରର ୧୦୦ ଶଯ୍ୟା ବିଶିଷ୍ଟ ସାଟେଲାଇଟ୍ ସେଣ୍ଟର ; ଦିଲ୍ଲୀର ଆରଏମ୍‌ଏଲ୍ ହସ୍ପିଟାଲରେ ନୂତନ ମେଡିକାଲ କଲେଜ କୋଠା; ଇମ୍ଫାଲର ରିମ୍ସରେ କ୍ରିଟିକାଲ କେୟାର ବ୍ଲକ; ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର କୋଡର୍ମା ଓ ଦୁମକାରେ ଥିବା ନର୍ସିଂ କଲେଜ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ । 

ଏହା ବ୍ୟତୀତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ପ୍ରଧାନମନ୍ତ୍ରୀ - ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍ - ଏବିଏଚ୍‌ଆଇଏମ୍‌) ଅଧୀନରେ ପ୍ରଧାନମନ୍ତ୍ରୀ ୧୧୫ଟି ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ । ଏଥିରେ ପିଏମ୍ - ଏବିଏଚ୍‌ଆଇଏମ୍ ଅଧୀନରେ ୭୮ଟି ପ୍ରକଳ୍ପ (କ୍ରିଟିକାଲ କେୟାର ବ୍ଲକ୍‌ର ୫୦ ୟୁନିଟ୍‌, ସମନ୍ୱିତ ଜନସ୍ୱାସ୍ଥ୍ୟ ଲ୍ୟାବ୍‌ର ୧୫ ୟୁନିଟ୍‌, ବ୍ଲକ୍ ପବ୍ଲିକ୍ ହେଲ୍‌ଥ ୟୁନିଟ୍‌ର ୧୩ ୟୁନିଟ୍‌); ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ମଡେଲ ହସ୍ପିଟାଲ, ଟ୍ରାନଜିଟ୍ ହଷ୍ଟେଲ ଆଦି ବିଭିନ୍ନ ପ୍ରକଳ୍ପର ୩୦ଟି ୟୁନିଟ୍ ରହିଛି ।

ପ୍ରଧାନମନ୍ତ୍ରୀ ପୁଣେ ଠାରେ 'ନିସର୍ଗ ଗ୍ରାମ' ନାମକ ଜାତୀୟ ପ୍ରାକୃତିକ ଚିକିତ୍ସା ପ୍ରତିଷ୍ଠାନକୁ ମଧ୍ୟ ଉଦ୍‌ଘାଟନ କରିବେ । ଏଥିରେ ନେଚରୋପାଥି ମେଡିକାଲ୍ କଲେଜ୍ ସହ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସହ ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ଆଣ୍ଡ ଏକ୍ସଟେନ୍ସନ୍ ସେଣ୍ଟର ରହିଛି । ଏହା ବ୍ୟତୀତ ସେ ହରିୟାଣାର ଝଜ୍ଜର ଠାରେ ଆଞ୍ଚଳିକ ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା ପ୍ରତିଷ୍ଠାନକୁ ମଧ୍ୟ ଉଦଘାଟନ କରିବେ । ଏଥିରେ ସର୍ବୋଚ୍ଚ ସ୍ତରର ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା ସୁବିଧା ରହିବ ।

ଏହି ଅବସରରେ , ପ୍ରଧାନମନ୍ତ୍ରୀ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ର ପ୍ରାୟ ୨୨୮୦ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେଉଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପାଟନା (ବିହାର) ଏବଂ ଅଲୱାର (ରାଜସ୍ଥାନ) ରେ ୨ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନା; ଛତିଶଗଡ଼ର କୋରବା, ରାଜସ୍ଥାନର ଉଦୟପୁର, ଝାଡ଼ଖଣ୍ଡର ଆଦିତ୍ୟପୁର, ବିହାରର ଫୁଲୱାରୀ ସରିଫ, ତାମିଲନାଡୁର ତିରୁପୁର, ଆନ୍ଧ୍ରପ୍ରଦେଶର କାକିନାଡା ଏବଂ ଛତିଶଗଡ଼ର ରାୟଗଡ଼ ଓ ଭିଲାଇରେ ୮ଟି ହସ୍ପିଟାଲ; ଏବଂ ରାଜସ୍ଥାନର ନିମରାନା, ଆବୁ ରୋଡ ଏବଂ ଭିଲୱାରାରେ ୩ଟି ଡିସପେନ୍ସରୀ ରହିଛି । ସେହିପରି ରାଜସ୍ଥାନର ଅଲୱାର, ବେହରୋର ଓ ସୀତାପୁରା, ଉତ୍ତରାଖଣ୍ଡର ସେଲାକି, ଉତ୍ତର ପ୍ରଦେଶର ଗୋରଖପୁର, କେରଳର କୋରାଟି ଓ ନବାଇକୁଲମ୍ ଏବଂ ଆନ୍ଧ୍ରପ୍ରଦେଶର ପାଇଦିଭିମାଭରମ୍‌ରେ ୮ଟି ସ୍ଥାନରେ ଇଏସ୍‌ଆଇ ଡିସପେନ୍ସରୀ ଉଦ୍‌ଘାଟିତ ହେବ ।

ଏହି ଅଞ୍ଚଳରେ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ୩୦୦ ମେଗାୱାଟ ଭୁଜ-୨ ସୌର ଶକ୍ତି ପ୍ରକଳ୍ପ ; ଗ୍ରିଡ୍ ସଂଯୋଗ ୬୦୦ ମେଗାୱାଟ୍ ସୌର ପିଭି ଶକ୍ତି ପ୍ରକଳ୍ପ ; ଖୱଡା ସୌର ଶକ୍ତି ପ୍ରକଳ୍ପ ; ୨୦୦ ମେଗାୱାଟ ଦୟାପୁର - ୨ ପବନ ଶକ୍ତି ପ୍ରକଳ୍ପ ସମେତ ବିଭିନ୍ନ ନବୀକରଣୀୟ ଯୋଗ୍ୟ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନୂଆ ମୁନ୍ଦ୍ରା - ପାନିପତ ପାଇପଲାଇନ ପ୍ରକଳ୍ପର ଶିଳାନ୍ୟାସ କରିବେ । ୮.୪ ଏମଏମଟିପିଏ କ୍ଷମତା ବିଶିଷ୍ଟ ୧୧୯୪ କିଲୋମିଟର ଦୀର୍ଘ ମୁନ୍ଦ୍ରା - ପାନିପତ ପାଇପଲାଇନ ଗୁଜରାଟ ଉପକୂଳର ମୁନ୍ଦ୍ରାରୁ ହରିୟାଣାର ପାନିପତ ଠାରେ ଥିବା ଇଣ୍ଡିଆନ ଅଏଲର ବିଶୋଧନାଗାରକୁ ଅଶୋଧିତ ତୈଳ ପରିବହନ ପାଇଁ କାର୍ଯ୍ୟକ୍ଷମ ହୋଇଥିଲା ।

ଏହି ଅଞ୍ଚଳରେ ସଡ଼କ ଏବଂ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ସୁରେନ୍ଦ୍ରନଗର - ରାଜକୋଟ ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ; ପୁରୁଣା ଏନ୍‌ଏଚ୍ - ୮ଇର ଭାବନଗର- ତାଲାଜା (ପ୍ୟାକେଜ୍‌- ୧)ର ୪ ଲେନ୍‌ ; ୭୫୧ ନମ୍ବର ଜାତୀୟ ରାଜପଥର ପିପିଲି - ଭାବନଗର (ପ୍ୟାକେଜ୍‌- ୧) ପ୍ରକଳ୍ପକୁ ଲୋକାର୍ପଣ କରିବେ । ସେହିପରି ୨୭ ନମ୍ବର ଜାତୀୟ ରାଜପଥର ସାନ୍ତାଳପୁର ସେକ୍ସନ ପର୍ଯ୍ୟନ୍ତ ସମଖିଆଲିର ପାଶ୍ୱର୍ବର୍ତ୍ତୀ ରାସ୍ତା ସହିତ ୬ ଲେନ୍‌ର ଶିଳାନ୍ୟାସ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New farm-sector scheme gives thrust to 100 laggard districts

Media Coverage

New farm-sector scheme gives thrust to 100 laggard districts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Shri Biju Patnaik Ji on his birth anniversary
March 05, 2026

The Prime Minister, Shri Narendra Modi paid tributes to former Chief Minister of Odisha, Shri Biju Patnaik on his birth anniversary and remembered him for his passion towards furthering the progress of Odisha.

The Prime Minister wrote on X;

“On his birth anniversary today, I pay tributes to Shri Biju Patnaik Ji and remember his passion towards furthering the progress of Odisha.”