ପ୍ରଧାନମନ୍ତ୍ରୀ ଗୁଜୁରାଟ ପଞ୍ଚାୟତ ସମ୍ମେଳନକୁ ସମ୍ବୋଧିତ କରିବେ; ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ଏକ ଲକ୍ଷରୁ ଅଧିକ ପଞ୍ଚାୟତିରାଜ ପ୍ରତିନିଧି ଯୋଗଦେବେ
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଏହାର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରିବେ
ପୋଲିସ୍‌, ଅପରାଧିକ ନ୍ୟାୟ ଏବଂ ସୁଧାରତ୍ମକ ପ୍ରଶାସନର ବିଭିନ୍ନ ସ୍ତରରେ ଉଚ୍ଚମାନର ତାଲିମପ୍ରାପ୍ତ ମାନବସମ୍ବଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆରଆରୟୁ ଗଠନ କରାଯାଇଛି
ଏକାଦଶ ଖେଳ ମହାକୁମ୍ଭ ଶୁଭାରମ୍ଭର ଘୋଷଣା କରିବେ ପ୍ରଧାନମନ୍ତ୍ରୀ
୨୦୧୦ ରେ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରମ୍ଭ ହୋଇଥିବା ମହାକୁମ୍ଭ ଗୁଜୁରାଟର କ୍ରୀଡା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମାର୍ଚ୍ଚ ୧୧-୧୨ ରେ ଗୁଜରାଟ ଗସ୍ତ କରିବେ । ୧୧ ମାର୍ଚ୍ଚ ଅପରାହ୍ନ ପ୍ରାୟ ୪ ଟା ସମୟରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ଅଂଶଗ୍ରହଣ କରିବେ ଏବଂ ସମାବେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ) ର ର୍ନିମାଣ ହୋଇଥିବା ସୌଧକୁ ମାର୍ଚ୍ଚ ୧୨ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଦେଶକୁ ଉତ୍ସର୍ଗ କରିବେ । ସେ ମୁଖ୍ୟ ଅତିଥି ଭାବରେ ଆରଆରୟୁ ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରିବେ । ସଂଧ୍ୟା ପ୍ରାୟ ୬.୩୦ ରେ ପ୍ରଧାନମନ୍ତ୍ରୀ ଏକାଦଶ ଖେଳ ମହାକୁମ୍ଭ ଶୁଭାରମ୍ଭ ପାଇଁ ଘୋଷଣା କରିବେ ଏବଂ ଏହି ଅବସରରେ ଏକ ଅଭିଭାଷଣ ପ୍ରଦାନ କରିବେ ।

ଗୁଜୁରାଟର ତିନି ପର୍ଯ୍ୟାୟ ପଞ୍ଚାୟତିରାଜ ବ୍ୟବସ୍ଥା ରହିଛି, ଯେଉଁଥିରେ ୩୩ ଟି ଜିଲ୍ଲା ପଞ୍ଚାୟତ, ୨୪୮ ତାଲୁକା ପଞ୍ଚାୟତ ଏବଂ ୧୪,୫୦୦ ରୁ ଅଧିକ ଗ୍ରାମପଞ୍ଚାୟତ ରହିଛି । ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନ: ‘ଅପନୁ ଗାମ, ଅପନୁ ଗୌରବ' ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନର ୧ ଲକ୍ଷରୁ ଅଧିକ ପ୍ରତିନିଧୀଙ୍କ ଅଂଶଗ୍ରହଣର ସାକ୍ଷୀ ରହିବ ।

ପୋଲିସ୍‌, ଅପରାଧିକ ନ୍ୟାୟ ଏବଂ ସଂଶୋଧନ ପ୍ରଶାସନର ବିଭିନ୍ନ ପକ୍ଷରେ ଉଚ୍ଚମାନର ତାଲିମପ୍ରାପ୍ତ ମାନବସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ) ଗଠନ କରାଯାଇଥିଲା । ୨୦୧୦ ରେ ଗୁଜୁରାଟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟର ନବୀକରଣ କରି ସରକାର ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ନାମକ ଏକ ଜାତୀୟ ପୋଲିସ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଶ୍ୱବିଦ୍ୟାଳୟ ଯାହାକି ଗୋଟିଏ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ତାହା ୨୦୨୦ ଅକ୍ଟୋବର ୧ତାରିଖରୁ କାର୍ଯ୍ୟାରମ୍ଭ କରିଛି । ଏହି ବିଶ୍ୱବିଦ୍ୟାଳୟ ଶିଳ୍ପ କ୍ଷେତ୍ରରୁ ଜ୍ଞାନ ଏବଂ ସମ୍ବଳ ବ୍ୟବହାର କରି ଘରୋଇ କ୍ଷେତ୍ର ସହିତ ସମନ୍ୱୟ ବିକାଶ କରିବ ଏବଂ ପୋଲିସ୍ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ପ୍ରତିଷ୍ଠା କରିବ ।

ପୋଲିସ୍ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଯେପରିକି ପୋଲିସ୍ ସାଇନ୍ସ ଏବଂ ମ୍ୟାନେଜମେଣ୍ଟ, ଅପରାଧିକ ଆଇନ ଏବଂ ନ୍ୟାୟ, ସାଇବର ସାଇକୋଲୋଜି, ସୂଚନା ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଏବଂ ସାଇବର ସୁରକ୍ଷା, ଅପରାଧ ଅନୁସନ୍ଧାନ, ରଣନିତିକ ଭାଷା, ଆଭ୍ୟନ୍ତରୀଣ ପ୍ରତିରକ୍ଷା ଏବଂ ରଣକୌଶଳ, ଶାରିରୀକ ଶିକ୍ଷା ଏବଂ କ୍ରୀଡା, ଉପକୂଳ ଏବଂ ତଟ ସୁରକ୍ଷା କ୍ଷେତ୍ରରେ ଆରଆରୟୁ ଡିପ୍ଲୋମା ଠାରୁ ଡକ୍ଟରେଟ୍ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଶିକ୍ଷା ପ୍ରଦାନ କରେ ।  ବର୍ତ୍ତମାନ ୧୮ ଟି ରାଜ୍ୟରୁ ୮୨୨ ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।

୨୦୧୦ ରେ ଗୁଜୁରାଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ୧୬ ଟି କ୍ରୀଡା ଏବଂ ୧୩ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହ ଆରମ୍ଭ ହୋଇଥିବା ଖେଳ ମହାକୁମ୍ଭ ଆଜି ୩୬ ଟି ସାଧାରଣ କ୍ରୀଡା ଏବଂ ୨୬ ଟି ପାରା କ୍ରୀଡାକୁ ଅନ୍ତର୍ଭୁକ୍ତ କରିଛି । ଏକାଦଶ ଖେଳ ମହାକୁମ୍ଭ ପାଇଁ ୪୫ ଲକ୍ଷରୁ ଅଧିକ କ୍ରୀଡ଼ାବିତ୍‍ ପଞ୍ଜିକୃତ ହୋଇଛନ୍ତି ।

ଗୁଜୁରାଟର କ୍ରୀଡା କ୍ଷେତ୍ରରେ ଖେଳ ମହାକୁମ୍ଭ ବିପ୍ଳବ ଆଣିଛି । କୌଣସି ବୟସ ସ୍ତର ନଥିବାରୁ ଏହା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଅଂଶଗ୍ରହଣର ସାକ୍ଷୀ ଅଟେ, ଯେଉଁମାନେ ଏକ ମାସ ଧରି ବିଭିନ୍ନ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି । କବାଡି, ଖୋ-ଖୋ, ଦଉଡି ଟଣା, ଯୋଗସାନ, ମାଲଖମ୍ବ ଭଳି ପାରମ୍ପରିକ କ୍ରୀଡା ଏବଂ କଳାତ୍ମକ ସ୍କେଟିଂ, ଟେନିସ୍ ଏବଂ ଫେନସିଂ ପରି ଆଧୁନିକ କ୍ରୀଡ଼ାର ଏହା ଏକ ନିଆରା ମିଳନ । ତୃଣମୂଳ ସ୍ତରରେ ନୂତନ କ୍ରୀଡ଼ା ପ୍ରତିଭା ଚିହ୍ନଟ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟ ଗୁଜୁରାଟରେ ପାରା କ୍ରୀଡାକୁ ଏକ ଉତ୍ସାହ ଦେଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure