ପ୍ରଧାନମନ୍ତ୍ରୀ ଜୟପୁରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ସ୍ୱାଗତ କରିବେ
ପ୍ରଧାନମନ୍ତ୍ରୀ ବୁଲନ୍ଦସହରରେ ୧୯,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ
ରେଳ, ସଡ଼କ, ତୈଳ ଏବଂ ଗ୍ୟାସ୍‌, ସହରୀ ବିକାଶ ଏବଂ ଆବାସ ସମ୍ବନ୍ଧିତ ଅନେକ ପ୍ରକଳ୍ପର ଉଦ୍‌ଘାଟନ ସହ ଦେଶକୁ ସମର୍ପିତ କରିବେ
ପିଏମ୍‌-ଗତିଶକ୍ତି ସହ ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାରେ ଏକୀକୃତ ଔଦ୍ୟୋଗିକ ଟାଉନଶିପ୍ ଲୋକାର୍ପିତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୫ରେ ଉତ୍ତରପ୍ରଦେଶର ବୁଲନ୍ଦସହର ଏବଂ ରାଜସ୍ଥାନର ଜୟପୁର ଯିବେ । ଅପରାହ୍ନ ପ୍ରାୟ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଦେଶକୁ ସମର୍ପିତ କରିବେ । ଏଥିରେ ରେଳ, ସଡ଼କ, ତୈଳ ଏବଂ ଗ୍ୟାସ୍‌, ସହରୀ ବିକାଶ ଏବଂ ଆବାସ ସମ୍ବନ୍ଧିତ ଅନେକ ପ୍ରକଳ୍ପ ରହିଛି ।

 

ପ୍ରଧାନମନ୍ତ୍ରୀ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ସ୍ୱାଗତ କରିବେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାକ୍ରନ୍‌ଙ୍କ ସହ ସହରରେ ଜନ୍ତରମନ୍ତର ଏବଂ ହୱା ମହଲ ସମେତ ସାଂସ୍କୃତିକ ଏବଂ ଐତିହାସିକ ମହତ୍ତ୍ୱ ଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ।

 

ବୁଲନ୍ଦସହରରେ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଡେଡିକେଟେଡ୍ ଫ୍ରେଟ୍ କରିଡର(ଡିଏଫ୍‌ସି)ରେ ନ୍ୟୁ ଖୁର୍ଜା-ନ୍ୟୁ ରେବାଡି ମଧ୍ୟରେ ଡବଲଲାଇନ ୧୭୩ କିଲୋମିଟର ଦୀର୍ଘ ବିଶିଷ୍ଟ ବିଦ୍ୟୁତୀକରଣ ସେକ୍ସନକୁ ଦୁଇ ଷ୍ଟେଶନରୁ ମାଲଗାଡ଼ି ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି ନୂଆ ଡିଏଫ୍‌ସି ସେକ୍ସନ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପଶ୍ଚିମ ଏବଂ ପୂର୍ବ ଡିଏଫ୍‌ସି ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ସଂଯୋଗୀକରଣ କରିଥାଏ । ଏହା ବ୍ୟତୀତ ଏହି ସେକ୍ସନ ଇଞ୍ଜିନିୟରିଂର ଉଲ୍ଲେଖନୀୟ ଉପଲବ୍ଧି ପାଇଁ ମଧ୍ୟ ଜଣା । ଏଥିରେ ଦୀର୍ଘ ଉଚ୍ଚତାରେ ବିଦ୍ୟୁତୀକରଣ ସହ ଏକ କିଲୋମିଟର ଲମ୍ବ ଡବଲ ଲାଇନ ରେଳ ସୁଡ଼ଙ୍ଗ ରହିଛି, ଯାହାକି ଦୁନିଆରେ ଏହି ପ୍ରକାରର ସୁଡ଼ଙ୍ଗ ପ୍ରଥମ । ଏହି ସୁଡ଼ଙ୍ଗକୁ ଡବଲ-ଷ୍ଟେକ୍ କଣ୍ଟେନର ଟ୍ରେନ୍‌କୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବା ପାଇଁ ଡିଜାଇନ କରାଯାଇଛି । ଏହି ନୂଆ ଡିଏଫ୍‌ସି ସେକ୍ସନ ଡିଏଫ୍‌ସି ଟ୍ରାକ୍‌ରେ ମାଲଗାଡ଼ିଗୁଡ଼ିକର ସ୍ଥାନାନ୍ତରଣ ହୋଇପାରୁଥିବାରୁ ଯାତ୍ରୀ ଟ୍ରେନ୍‌ର ପରିଚାଳନାକୁ ଆହୁରି  ଉନ୍ନତଧରଣର କରିବାରେ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ ମଥୁରା-ପଲବଲ ସେକ୍ସନ ଏବଂ ଚିପିୟାନା ବୁଜୁର୍ଗ-ଦାଦରି ସେକ୍ସନକୁ ଯୋଡ଼ୁଥିବା ଚତୁର୍ଥ ଲାଇନ ମଧ୍ୟ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି ନୂଆ ଲାଇନଗୁଡ଼ିକ ଜାତୀୟ ରାଜଧାନୀର ଦକ୍ଷିଣ-ପଶ୍ଚିମ ଏବଂ ପୂର୍ବ ଭାରତ ପର୍ଯ୍ୟନ୍ତ ରେଳ ସଂଯୋଗୀକରଣରେ ସୁଧାର ଆଣିବ ।

 

ପ୍ରଧାନମନ୍ତ୍ରୀ ଅନେକ ସଡ଼କ ବିକାଶ ପ୍ରକଳ୍ପକୁ ଲୋକାର୍ପିତ କରିବେ । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଲିଗଡ଼ରୁ ଭଦବାସ ଚାରି ଲେନ୍ ବିଶିଷ୍ଟ କାର୍ଯ୍ୟ ପ୍ୟାକେଜ-୧(ଏନ୍‌ଏଚ୍‌-୩୪ର ଆଲିଗଡ଼-କାନପୁର ସେକ୍ସନର ଅଂଶ), ଶାମଲି (ଏନ୍‌ଏଚ୍‌-୭୦୯ଏ) ରାସ୍ତା ମିରଟରୁ କରନାଲ ସୀମାର ପ୍ରଶସ୍ତୀକରଣ (ଏନ୍‌ଏଚ୍‌-୭୦୯ଏ) ଏବଂ ଏନ୍‌ଏଚ୍‌-୭୦୯ଏଡି ପ୍ୟାକେଜ-୨ର ଶାମଲି-ମୁଜାଫରନଗର ସେକ୍ସନର ଚାରି ଲେନ୍ ନିର୍ମାଣ ସାମିଲ । ୫ ହଜାର କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ଏହି ସଡ଼କ ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଅଏଲର ତୁଣ୍ଡଲା-ଗୱାରିଆ ପାଇପଲାଇନ ମଧ୍ୟ ଉଦ୍‌ଘାଟନ କରିବେ । ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୨୫୫ କିଲୋମିଟର ଲମ୍ବା ପାଇପଲାଇନ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି । ଏହି ପ୍ରକଳ୍ପ ମଥୁରା ଏବଂ ତୁଣ୍ଡଲାରେ ପମ୍ପିଂ ସୁବିଧା ଏବଂ ତୁଣ୍ଡଲା, ଲକ୍ଷ୍ନୌ ଏବଂ କାନପୁରରେ ପରିବହନ ସୁବିଧା ସହ ବରୌନି-କାନପୁର ପାଇପଲାଇନର ତୁଣ୍ଡଲାରୁ ଗୱାରିଆ ଟି-ପଏଣ୍ଟ ପର୍ଯ୍ୟନ୍ତ ପେଟ୍ରୋଲିୟମ ଉତ୍ପାଦ ପରିବହନରେ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ ‘ଗ୍ରେଟର ନୋଏଡାରେ ଇଣ୍ଟିଗ୍ରେଟେଡ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ (ଆଇଆଇଟିଜିଏନ୍‌)’କୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏଥିରେ ପିଏମ୍‌-ଗତିଶକ୍ତି ଅନୁସାରେ ଭିତ୍ତିଭୂମି ଢାଞ୍ଚା ସଂଯୋଗୀକରଣ ପ୍ରକଳ୍ପର ଏକୀକୃତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟାନ୍ୱୟନରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅନୁରୂପ ବିକାଶ କରାଯାଇଛି । ୧,୭୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୭୪୭ ଏକରରେ ବ୍ୟାପିଛି ଏବଂ ଦକ୍ଷିଣରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍ ୱେ ଏବଂ ପୂର୍ବରେ ଦିଲ୍ଲୀ-ହାୱଡା ବ୍ରଡ୍‌ଗେଜ ରେଲୱେ ଲାଇନ ପୂର୍ବ ଏବଂ ପଶ୍ଚିମରେ ଡେଡିକେଡେଟ୍ ଫ୍ରେଟ୍ କରିଡର କ୍ରସିଂ ନିକଟରେ ରହିଛି ।

 

ଆଇଆଇଟିଜିଏନ୍‌ର ରଣନୀତିକ ଅବସ୍ଥିତି ଅଦ୍ୱିତୀୟ ସଂଯୋଗୀକରଣକୁ ସୁନିଶ୍ଚିତ କରେ । କାରଣ ମଲ୍ଟି ମଡେଲ କନେକ୍ଟିଭିଟି ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ଢାଞ୍ଚା ଏହି ପ୍ରକଳ୍ପରେ ରହିଛି । ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍ ୱେ (୫ କିମି), ଯମୁନା ଏକ୍ସପ୍ରେସ୍‌ୱେ (୧୦ କିମି), ଦିଲ୍ଲୀ ଏୟାରପୋର୍ଟ (୬୦ କିମି), ଜେୱର ଏୟାରପୋର୍ଟ (୪୦ କିମି), ଅଜାୟବପୁର ରେଳ ଷ୍ଟେଶନ (୦.୫ କିମି) ଏବଂ ନ୍ୟୁ ଦାଦ୍‌ରି ଡିଏଫ୍‌ସିସି ଷ୍ଟେଶନ(୧୦ କିମି) । ଏହି ପ୍ରକଳ୍ପ କ୍ଷେତ୍ରରେ ଔଦ୍ୟୋଗିକ ବିକାଶ, ଆର୍ଥିକ ସମୃଦ୍ଧି ଏବଂ ନିରନ୍ତର ବିକଶକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୬୦ କୋଟି ଟଙ୍କା ବ୍ୟୟରେ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ନିର୍ମାଣ ସମେତ ନବୀକରଣ ହୋଇଥିବା ମଥୁରା ସ୍ୱେରେଜ ଯୋଜନା ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟରେ ମସାନିରେ ୩୦ ଏମ୍‌ଏଲ୍‌ଡି ଏସ୍‌ଟିପି ନିର୍ମାଣ, ଟ୍ରାନ୍ସ ଯମୁନାରେ ଥିବା ୩୦ ଏମ୍‌ଏଲ୍‌ଡି ଏବଂ ମସାନିରେ ୬.୮ ଏମ୍‌ଏଲ୍‌ଡି ଟିଟିଆର୍‌ଓର ପୁନରୁଦ୍ଧାର ଏବଂ ୨୦ ଏମ୍‌ଏଲ୍‌ଡି ଟିଟିଆର୍‌ଓ ପ୍ଲାଣ୍ଟ (ଟେରିଟୋରୀ ଟ୍ରିଟ୍‌ମେଣ୍ଟ ଆଣ୍ଡ୍ ରିଭର୍ସ ଅସ୍‌ମୋସିସ୍ ପ୍ଲାଣ୍ଟ )ର ନିର୍ମାଣ ଅନ୍ତର୍ଭୂକ୍ତ । ପ୍ରଧାନମନ୍ତ୍ରୀ ମୁରାଦାବାଦ (ରାମଗଙ୍ଗା) ସ୍ୱେରେଜ ସିଷ୍ଟମ ଏବଂ ଏସ୍‌ଟିପି କାର୍ଯ୍ୟ (ପ୍ରଥମ ପର୍ଯ୍ୟାୟ)ର ଉଦ୍‌ଘାଟନ କରିବେ । ପ୍ରାୟ ୩୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ୫୮ ଏମ୍‌ଏଲ୍‌ଡି ଏସ୍‌ଟିପି, ପ୍ରାୟ ୨୬୪ କିମି ଲମ୍ବା ସ୍ୱେରେଜ ନେଟୱର୍କ ଏବଂ ମୁରାଦାବାଦ ରାମଗଙ୍ଗା ନଦୀର ପ୍ରଦୂଷଣ ହ୍ରାସ ପାଇଁ ୯ଟି ସ୍ୱେରେଜ୍ ପମ୍ପିଂ ସିଷ୍ଟମ ଅନ୍ତର୍ଭୂକ୍ତ ।   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
PM to launch ‘Nasha Mukt Yuva for Viksit Bharat Sankalp Abhiyan’ on 2nd August
August 01, 2026
Launch to mark Beginning of 100-Week Nationwide Jan Bhagidari Campaign against Substance Abuse

Prime Minister Shri Narendra Modi will launch the ‘Nasha Mukt Yuva for Viksit Bharat Sankalp Abhiyan’ on 2nd August 2026 at 11 AM through video conferencing. The initiative aims to inspire youth to stay away from substance abuse and encourage them to become ambassadors of positive social change in their communities

The launch will mark the beginning of a 100-week nationwide Jan Bhagidari campaign against substance abuse. Under this campaign, weekly activities will be organised every Sunday across the country to promote awareness and encourage public participation in building a drug-free society. The activities will include sports events, walkathons, meditation sessions, cultural programmes, awareness campaigns, nukkad nataks, discussion forums, art competitions and community engagement programmes.

The initiative seeks to further strengthen community participation by bringing together educational institutions, youth organisations, civil society groups, industry bodies and spiritual organisations on a common platform to create a collective movement against substance abuse.

The programme will witness participation from youth across the country from over 10,000 locations. MY Bharat Volunteers, MY Bharat National Service Scheme volunteers, youth clubs, schools, colleges, universities, NGOs, youth wings of industry associations and more than 125 partner spiritual organisations will participate in the programme virtually.