ବିହାରରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୨,୧୦୦ କୋଟି ଟଙ୍କାର ବହୁମୁଖୀ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ
ଅଞ୍ଚଳରେ ସ୍ୱାସ୍ଥ୍ୟସେବା ମୌଳିକ ଢାଞ୍ଚାର ବିକାଶ ପାଇଁ ଏମ୍ସ, ଦରଭଙ୍ଗାର ଶିଳାନ୍ୟାସ କରିବେ
ପ୍ରକଳ୍ପକୁ ସ୍ୱତନ୍ତ୍ର ଦୃଷ୍ଟି: ସଡ଼କ ଏବଂ ରେଳ ସଂଯୋଗ
ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ବ୍ୟବସ୍ଥାରେ ସ୍ୱଚ୍ଛ ଶକ୍ତି ଢାଞ୍ଚା ପ୍ରକ୍ରିୟାକୁ ସୁଦୃଢ଼ କରିବା ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ବିଶେଷ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ରେଳ ଷ୍ଟେସନରେ ୧୮ଟି ଜନୌଷଧି କେନ୍ଦ୍ରର ଲୋକାର୍ପଣ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୩ ତାରିଖରେ ବିହାର ଗସ୍ତରେ ଯିବେ । ସେ ଦରଭଙ୍ଗାରେ ପହଞ୍ଚିବା ପରେ ପ୍ରାୟ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ବିହାରରେ ୧୨,୧୦୦ କୋଟି ଟଙ୍କାର ବିଭିନ୍ନ ବହୁମୁଖୀ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।

ଅଞ୍ଚଳରେ ସ୍ୱାସ୍ଥ୍ୟସେବା ମୌଳିକ ଢାଞ୍ଚାରେ ବିକାଶ ଆଣିବାକୁ ପ୍ରଧାନମନ୍ତ୍ରୀ ୧୨୬୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଦରଭଙ୍ଗା ଏମ୍ସର ଶିଳାନ୍ୟାସ କରିବେ । ଏହା ମଧ୍ୟରେ ସୁପର ସ୍ପେଶିଆଲିଟି ହସପିଟାଲ/ଆୟୁଷ ବ୍ଲକ, ମେଡିକାଲ କଲେଜ, ନର୍ସିଂ କଲେଜ, ରାତ୍ରି ଆଶ୍ରୟସ୍ଥଳ ଏବଂ ଆବାସିକ ସୁବିଧା ଇତ୍ୟାଦି ରହିବ । ଏହା ବିହାର ଏବଂ ପାଖଆଖ ଅଞ୍ଚଳର ଲୋକଙ୍କ ପାଇଁ ତୃତୀୟକ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବ । ଉଭୟ ସଡ଼କ ଓ ରେଳ କ୍ଷେତ୍ରରେ କେତେକ ପ୍ରକଳ୍ପକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବାରୁ ଅଞ୍ଚଳରେ ସଂଯୋଗ ବ୍ୟବସ୍ଥାରେ ବିକାଶ ହୋଇପାରିବ । ପ୍ରଧାନମନ୍ତ୍ରୀ ବିହାରରେ ୫,୦୭୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା କିମ୍ବା ନିର୍ମିତ ବହୁମୁଖୀ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

ସେ ଏନଏଚ-୩୨୭ଇରେ ଗଲଗଲିଆ-ଆରାରିଆ ସେକ୍ସନର ଚାରି ଲେନ୍ ବିଶିଷ୍ଟ ସଡ଼କକୁ ଉଦଘାଟନ କରିବେ । ଏହି କରିଡର ପୂର୍ବ-ପଶ୍ଚିମ କରିଡର (ଏନଏଚ-୨୭)ର ଆରାରିଆରୁ ପଡ଼ୋଶୀ ପଶ୍ଚିମବଙ୍ଗର ଗଲଗଲିଆକୁ ବିକଳ୍ପ ରାସ୍ତା ଭାବେ ବ୍ୟବହାର ହୋଇପାରିବ । ଏନଏଚ-୩୨୨ ଓ ଏନଏଚ-୩୧ରେ ଦୁଇଟି ରେଳ ଓଭରବ୍ରିଜକୁ ମଧ୍ୟ ସେ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଏନଏଚ-୧୧୦ରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଲର ଉଦଘାଟନ କରିବେ, ଯାହାକି ଜେହନାବାଦ ରୁ ବିହାରସରିଫକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ ଆଠଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ମଧ୍ୟରେ ରାମନଗରରୁ ରୋସେରା ପର୍ଯ୍ୟନ୍ତ ଦୁଇ ଲେନ୍ ବିଶିଷ୍ଟ ରାସ୍ତା, ଏନଏଚ-୧୩୧ଏରେ ବିହାର-ପଶ୍ଚିମବଙ୍ଗ ସୀମାରୁ ମଣିହାରୀ ସେକ୍ସନ, ହାଜିପୁରରୁ ବଛୱାରା ଭାୟା ମହନାର ଏବଂ ମୋହିଉଦ୍ଦିନ, ସରୱା-ଚକାଇ ସେକ୍ସନ ଇତ୍ୟାଦି ରହିଛି । ଏନଏଚ-୩୨୭ଇ ରେ ରାଣୀଗଞ୍ଜ ବାଇପାସ୍‌, ଏନଏଚ-୩୩୩ଏ ରେ କଟୋରିଆ, ଲଖପୁରା, ବାଙ୍କା, ପଞ୍ଜୱାରା ବାଇପାସ୍ ଏବଂ ଏନଏଚ-୮୨ରୁ ଏନଏଚ-୩୩ ପର୍ଯ୍ୟନ୍ତ ଚାରି ଲେନ୍ ସଡ଼କ ଲେନର ସେ ମଧ୍ୟ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ୧୭୪୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ସେ ୨୨୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିହାରର ଔରଙ୍ଗାବାଦ ଜିଲ୍ଲାରେ ଚିରାଲାପୋଠୁ ରୁ ବାଘା ବିଷ୍ଣୁପୁର ପର୍ଯ୍ୟନ୍ତ ସୋନେନଗର ବାଇପାସ୍ ରେଳ ଲାଇନର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ୧୫୨୦ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହା ମଧ୍ୟରେ ରହିଛି, ଝଞ୍ଜାରପୁର-ଲଉକାହା ବଜାର ରେଳ ସେକ୍ସନର ଗଜ୍ କନଭର୍ସନ, ଦରଭଙ୍ଗା ଜଂକସନରେ ରେଳ ଟ୍ରାଫିକ୍ ଭିଡ଼ ହ୍ରାସ କରିବାକୁ ଦରଭଙ୍ଗା ରେଳବାଇ ବାଇପାସ୍ ଲାଇନ, ଆଞ୍ଚଳିକ ସଂଯୋଗକୁ ବୃଦ୍ଧି କରିବାକୁ ବିଭିନ୍ନ ରେଳ ଲାଇନର ଦୋହରୀକରଣ ଇତ୍ୟାଦି ।

ଝଞ୍ଜାରପୁର-ଲଉକାହା ବଜାର ସେକ୍ସନରେ ରେଳ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ । ଏହି ଲାଇନରେ ମେମୁ ଟ୍ରେନ ସେବା ଯୋଗୁ ନିକଟବର୍ତ୍ତୀ ସହର ଗୁଡ଼ିକରେ ନିଯୁକ୍ତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ରେଳ ଷ୍ଟେସନରେ ୧୮ଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହାଦ୍ୱାରା ଯାତ୍ରୀମାନଙ୍କୁ ଷ୍ଟେସନରେ ସୁଲଭ ମୂଲ୍ୟରେ ଔଷଧ ମିଳିପାରିବ । ଏହା ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରିବାକୁ ଜେନେରିକ ଔଷଧର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ୪,୦୨୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ଅନେକ ଗୁଡ଼ିଏ ପଦକ୍ଷେପର ଭିତ୍ତି ପ୍ରସ୍ତର ପକାଇବେ । ଘର ଗୁଡ଼ିକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନଜି) ଏବଂ ବାଣିଜ୍ୟିକ ଓ ଔଦ୍ୟୋଗିକ କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ବୃଦ୍ଧି କରିବା ସକାଶେ ବିହାରର ପାଞ୍ଚଟି ସହର ଦରଭଙ୍ଗା, ମଧୁବନି, ସୁପଉଲ, ସୀତାମାଢ଼ି ଏବଂ ସେଓହରରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ ହେଉଥିବା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ (ସିଜିଡି)ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରକଳ୍ପର ଶିଳାନ୍ୟାସ କରିବେ । ପିଚୁ ଆମଦାନୀ ଉପରେ ଅତ୍ୟଧିକ ନିର୍ଭରତା ହ୍ରାସ କରିବାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ ହେଉଥିବା ପିଚୁ ପ୍ରସ୍ତୁତି ୟୁନିଟର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀ କରିବେ ।   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Patent application filings in India rise 30.2% to 143,000 in 2025-26: Goyal

Media Coverage

Patent application filings in India rise 30.2% to 143,000 in 2025-26: Goyal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the martyrs of Jallianwala Bagh
April 13, 2026
PM shares a Sanskrit Subhashitam on nurturing benevolent forces

The Prime Minister Shri Narendra Modi, today paid his heartfelt homage to the brave martyrs of Jallianwala Bagh. Shri Modi remarked that their sacrifice stands as a powerful reminder of the indomitable spirit of our people.

The Prime Minister also shared a Sanskrit Subhashitam today highlighting the call for industrious people to nurture benevolent forces within society that make the nation prosperous, aware, and self-reliant, while firmly resisting destructive forces that create division, injustice, and discontent.

The Prime Minister wrote on X:

"On this day, we pay our heartfelt homage to the brave martyrs of Jallianwala Bagh. Their sacrifice stands as a powerful reminder of the indomitable spirit of our people. The courage and determination they displayed continue to inspire generations to uphold the values of liberty, justice and dignity.”

“ ਅੱਜ ਦੇ ਦਿਨ, ਅਸੀਂ ਜੱਲ੍ਹਿਆਂਵਾਲਾ ਬਾਗ਼ ਦੇ ਸੂਰਬੀਰ ਸ਼ਹੀਦਾਂ ਨੂੰ ਦਿਲੋਂ ਸ਼ਰਧਾਂਜਲੀ ਭੇਟ ਕਰਦੇ ਹਾਂ। ਉਨ੍ਹਾਂ ਦੀ ਕੁਰਬਾਨੀ ਸਾਡੇ ਲੋਕਾਂ ਦੇ ਕਦੇ ਨਾ ਝੁਕਣ ਵਾਲੇ ਜਜ਼ਬੇ ਦੀ ਮਜ਼ਬੂਤ ਯਾਦ ਦਿਵਾਉਂਦੀ ਹੈ। ਉਨ੍ਹਾਂ ਵੱਲੋਂ ਵਿਖਾਇਆ ਗਿਆ ਹੌਸਲਾ ਅਤੇ ਪੱਕਾ ਇਰਾਦਾ, ਆਉਣ ਵਾਲੀਆਂ ਪੀੜ੍ਹੀਆਂ ਨੂੰ ਆਜ਼ਾਦੀ, ਇਨਸਾਫ਼ ਅਤੇ ਮਾਣ-ਸਨਮਾਨ ਦੀਆਂ ਕਦਰਾਂ-ਕੀਮਤਾਂ ਉੱਤੇ ਪਹਿਰਾ ਦੇਣ ਲਈ ਲਗਾਤਾਰ ਪ੍ਰੇਰਿਤ ਕਰਦਾ ਆ ਰਿਹਾ ਹੈ।”

“जलियांवाला बाग नरसंहार के सभी अमर बलिदानियों को मेरी आदरपूर्ण श्रद्धांजलि। विदेशी हुकूमत की बर्बरता के खिलाफ उनके अदम्य साहस और स्वाभिमान की गाथा देश की हर पीढ़ी को प्रेरित करती रहेगी।

इन्द्रं वर्धन्तो अप्तुरः कृण्वन्तो विश्वमार्यम्।
अपघ्नन्तो अराव्णः॥"

O industrious people! Nurture those benevolent forces within your society that make the nation prosperous, aware and self-reliant. At the same time, firmly resist the destructive forces that create division, injustice and discontent in society.