-ପ୍ରଧାନମନ୍ତ୍ରୀ ଗୟାଠାରେ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
-ପ୍ରକଳ୍ପ ଗୁଡ଼ିକରେ ଅଛି ଶକ୍ତି, ସଡ଼କ, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ ଏବଂ ଜଳ ଯୋଗାଣ
-ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀରେ ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପର ଉଦଘାଟନ କରିବେ, ଯାହାକି ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯାତୟାତ ସୁଗମ କରିବ
-ନୂତନ ପୋଲ ଭାରୀ ଯାନଙ୍କ ଯାତାୟାତ ପାଇଁ ପ୍ରାୟ ୧୦୦ କିଲୋମିଟର ଦୂରତ୍ୱ ହ୍ରାସ କରିବ ଏବଂ ସିମାରିଆ ଧାମରେ ପହଞ୍ଚିବା ସହଜ ହେବ
-ପ୍ରଧାନମନ୍ତ୍ରୀ ଗୟା-ଦିଲ୍ଲୀ ଅମ୍ରିତ ଭାରତ ଏକ୍ସପ୍ରେସ ଏବଂ ବୈଶାଳୀ ଏବଂ କୋଡେର୍ମା ମଧ୍ୟରେ ବୁଦ୍ଧିଷ୍ଟ ସର୍କିଟ ଟ୍ରେନର ଶୁଭାରମ୍ଭ କରିବେ
-ପ୍ରଧାନମନ୍ତ୍ରୀ କୋଲକାତାରେ ୫,୨୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
-ପ୍ରଧାନମନ୍ତ୍ରୀ କୋଲକାତାର ନୂତନ ନିର୍ମାଣାଧୀନ ସେକ୍ସନରେ ମେଟ୍ରୋ ଟ୍ରେନ ସେବାକୁ ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ସେ ବିହାରର ଗୟାଠାରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଦୁଇଟି ଟ୍ରେନର ଶୁଭାରମ୍ଭ କରିବେ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ଗଙ୍ଗା ନଦୀରେ ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପର ଉଦଘାଟନ କରିବାକୁ ସେଠାକୁ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୪ଟା ୧୫ରେ କୋଲକାତାର ନୂତନ ନିର୍ମାଣାଧୀନ ସେକ୍ସନରେ ମେଟ୍ରୋ ଟ୍ରେନ ସେବାର ଶୁଭାରମ୍ଭ କରିବେ । ଏଥିସହ ସେ ଜେସୋର ରୋଡ ମେଟ୍ରୋ ଷ୍ଟେସନରୁ ଜୟହିନ୍ଦ ବିମାନବନ୍ଦର ପର୍ଯ୍ୟନ୍ତ ମେଟ୍ରୋରେ ଯାଇ ପ୍ରତ୍ୟାବର୍ତ୍ତନ କରିବେ । ଏହାପରେ ସେ କୋଲକାତାରେ ୫,୨୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ବିହାରରେ ପ୍ରଧାନମନ୍ତ୍ରୀ

ଯୋଗାଯୋଗ ବ୍ୟବସ୍ଥାର ବିକାଶ ପାଇଁ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଏନଏଚ-୩୧ରେ ୮.୧୫ ମିଲୋମିଟର ଦୈର୍ଘ୍ୟର ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପ ଏବଂ ଗଙ୍ଗାରେ ୧.୮୬ କିମିର ୬ ଲେନ ବିଶିଷ୍ଟ ପୋଲର ଲୋକାର୍ପଣ କରିବେ । ୧୮୭୦ କୋଟିରୁ ଅଧିକ ଟଙ୍କାରେ ଏହା ନିର୍ମିତ ହୋଇଛି । ଏହା ପାଟନାର ମୋକମା ଠାରୁ ବେଗୁସରାଇକୁ ସିଧାସଳଖ ଯାତାୟାତ ସୁବିଧା କରିବ ।

ଏହି ପୋଲ ପୁରୁଣା କାଳରୁ ଖରାପ ଅବସ୍ଥାରେ ଥିବା  ରେଳ ସହ ସଡ଼କ ପୋଲ ‘ରାଜେନ୍ଦ୍ର ସେତୁ’ର ସମାନ୍ତରାଳରେ ନିର୍ମିତ ହୋଇଛି । ଏହାର ଅବସ୍ଥା ଖରାପ ଥିବାରୁ ଭାରୀ ଯାନ ଗୁଡ଼ିକ ବାଟ ବଦଳାଇ ଅନ୍ୟ ରାସ୍ତାରେ ଯାଉଥିଲେ । ନୂତନ ଉତ୍ତର ବିହାର (ବେଗୁସରାଇ, ସୁପୌଲ, ମଧୁବନୀ, ପୂର୍ଣ୍ଣିୟା, ଅରରିୟା) ସହ ଦକ୍ଷିଣ ବିହାର (ଶେଖପୁରା, ନୱାଡା,ଲଖୀସରାଇ ଆଦି) ମଧ୍ୟରେ ଯାତାୟାତକୁ ସୁଗମ କରିବ ।  ଭାରୀ ଯାନ ଗୁଡ଼ିକ ପାଇଁ ପ୍ରାୟ ୧୦୦ କିଲୋମିଟରର ଦୂରତ୍ୱ ମଧ୍ୟ ହ୍ରାସ ପାଇବ । ଭାରୀ ଯାନ ଗୁଡ଼ିକ ଏହି ରାସ୍ତା ଛାଡ଼ି ଅନ୍ୟ ରାସ୍ତାରେ ଯାଉଥିବାରୁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହୋଇପାରିବ ।

ଏହାର ଆଖପାଖ ଅଞ୍ଚଳ, ବିଶେଷ କରି ଉତ୍ତର ବିହାରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ । ଯେଉଁ ଅଞ୍ଚଳ ଆବଶ୍ୟକ କଞ୍ଚାମାଲ ପାଇଁ ଦକ୍ଷିଣ ବିହାର ଓ ଝାଡ଼ଖଣ୍ଡ ଉପରେ ନିର୍ଭରଶୀଳ । ଏଥିସହ ପ୍ରସିଦ୍ଧ ତୀର୍ଥସ୍ଥଳ ସିମରିୟା ଧାମ ପର୍ଯ୍ୟନ୍ତ ଯାତାୟାତ ସୁବିଧା ହୋଇପାରିବ, ଯାହାକି ପ୍ରସିଦ୍ଧ କବି ସ୍ୱର୍ଗତ ଶ୍ରୀ ରାମଧାରୀ ସିଂ ଦିନକରଙ୍କ ଜନ୍ମସ୍ଥଳ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୯୦୦ କୋଟି ଟଙ୍କାରେ ନିର୍ମିତ ଏନଏଚ-୩୧ର ବଖତିୟାରପୁରରୁ ମୋକା ସେକ୍ସନ ପର୍ଯ୍ୟନ୍ତ ଚାରିଲେନ ସଡ଼କର ଲୋକାର୍ପଣ କରିବେ । ଏହା ଭିଡ଼ ହ୍ରାସ କରିବା ସହ, ଯାତାୟାତ ସମୟ କମାଇବ, ଯାତ୍ରୀ ଚଳପ୍ରଚଳ ଓ ମାଲ ପରିବହନ ବୃଦ୍ଧି କରିବ । ବିହାରର ଏନଏଚ-୧୨୦ରେ ବିକ୍ରମଗଞ୍ଜ-ଦୱାତ-ନୱାନଗର-ଦୁମରାଓ ସେକ୍ସନର ଦୁଇ ଲେନ ବିଶିଷ୍ଟ ସଡ଼କରେ ଫୁଟପାଥ ସହ ବିକାଶ ଗ୍ରାମାଞ୍ଚଳକୁ ଯୋଗାଯୋଗ ସୁଦୃଢ଼ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ନୂତନ ଆର୍ଥିକ କାରବାରର ବାଟ ଖୋଲିବ ।

ବିହାରରେ ବିଜୁଳି କ୍ଷେତ୍ରରେ ମୌଳିକ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ପ୍ରଧାନମନ୍ତ୍ରୀ ପ୍ରାୟ ୬,୮୦୦ କୋଟି ଟଙ୍କାର ନିର୍ମିତ ବକ୍ସର ପାୱାର ପ୍ଲାଣ୍ଟ (୬୦୦୦ ଗୁଣନ ୧ ମେଗାୱାଟ)ର ଉଦଘାଟନ କରିବେ । ଏହାଦ୍ୱାରା ବିଜୁଳି ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ହେବ, ଶକ୍ତି ସୁରକ୍ଷା ବୃଦ୍ଧି ପାଇବ ଏବଂ ଅଞ୍ଚଳରେ ବିଜୁଳିର ବର୍ଦ୍ଧିତ ଆବଶ୍ୟକତା ପୂରଣ ହୋଇପାରିବ ।

ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ମୁଜାଫରପୁରରେ ହୋମି ଭାବା କ୍ୟାନ୍ସର ହସପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ଉଦଘାଟନ କରିବେ । ଏହି କେନ୍ଦ୍ରରେ ଉନ୍ନତ ଅଙ୍କୋଲୋଜି ଓପିଡି, ଆଇପିଡଇ ୱାର୍ଡ, ଅପରେସନ ଥିଏଟର, ଆଧୁନିକ ପ୍ରୟୋଗଶାଳା, ବ୍ଲଡ ବ୍ୟାଙ୍କ ଏବଂ ୨୪ ଶଯ୍ୟା ବିଶିଷ୍ଟ ଆଇସିୟୁ (ଇଣ୍ଟେନସିଭ୍ କେୟାର ୟୁନିଟ) ଏବଂ ଏଚଡିୟୁ (ହାଇ ଡିପେଣ୍ଡେନ୍ସି ୟୁନିଟ) ଅଛି । ଏହି ଅତ୍ୟାଧୁନିକ ସୁବିଧା ବିହାର ଏବଂ ପଡ଼ୋଶୀ ରାଜ୍ୟର ରୋଗୀଙ୍କୁ ଉପନ୍ନତ ଏବଂ ସହଜଲବ୍ଧ କ୍ୟାନ୍ସର ଚିକିତ୍ସା ସୁବିଧା ପ୍ରଦାନ କରିବ । ଯାହାଦ୍ୱାରା କି  ଚିକିତ୍ସା ପାଇଁ ଦୂରଦୂରନ୍ତର ସହରକୁ ଯିବାର ଆବଶ୍ୟକତା ହ୍ରାସ ପାଇବ ।

ସ୍ୱଚ୍ଛ ଭାରତ ଦୃଷ୍ଟିକୋଣକୁ ଆଗେଇ ନେବା ଉଦେ୍ଦଶ୍ୟରେ ଗଙ୍ଗା ନଦୀରେ ଅବିରଳ ଓ ନିର୍ମଳ ଧାରାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନମାମୀ ଗଙ୍ଗେ ଯୋଜନାରେ ୫୨୦ କୋଟି ଟଙ୍କାରେ ମୁଙ୍ଗେରଠାରେ ନିର୍ମିତ ସିୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଏବଂ ସିୱେରେଜ ନେଟୱର୍କର ଉଦଘାଟନ କରିବେ । ଏହା ଗଙ୍ଗାରେ ପ୍ରଦୂଷଣ ହ୍ରାସ କରିବା ସହିତ ସ୍ୱଚ୍ଛତା ସୁବିଧାକୁ ସୁଧାର କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୨୬୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ସହରାଞ୍ଚଳ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ଗୁଡ଼ିକ ପାଇଁ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ରହିଛି ଔରଙ୍ଗାବାଦର ଦାଉଦନଗର ଓ ଜେହନାବାଦରେ ଏସଟିପି ଏବଂ ସିୱେରେଜ ନେଟୱର୍କ ପ୍ରତିଷ୍ଠା, ଲଖୀସରାଇ ଏବଂ ଜାମ୍ମୁଇର ବରହିୟାରେ ଏସଟିପି ଓ ଇଣ୍ଟରସ୍ପେସନ ଡାଇଭର୍ସନ କାମ । ଅମୃତ ୨.୦ ଯୋଜନାରେ ଔରଙ୍ଗାବାଦ, ବୋଧଗୟା ଏବଂ ଜେହନାବାଦରେ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ସ୍ୱଚ୍ଛ ପାନୀୟ ଜଳ, ଆଧୁନିକ ସ୍ୱିରେଜ ପ୍ରଣାଳୀ ଏବଂ ଉତ୍ତମ ସ୍ୱଚ୍ଛତା ପ୍ରଦାନ କରିବ, ଯାହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାନାଙ୍କ ଏବଂ ଜୀବନସ୍ତରରେ ସୁଧାର ଆସିବ ।

ଅଞ୍ଚଳରେ ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଦୁଇଟି ଟ୍ରେନର ଶୁଭାରମ୍ଭ କରିବେ । ଗୟା ଓ ଦିଲ୍ଲୀ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଆଧୁନିକ ସୁବିଧା, ଆରାମ ଓ ସୁରକ୍ଷା ସହିତ ଯାତ୍ରୀ ସୁବିଧାରେ ସୁଧାର ଆଣିବ । ଏଥିସହ ବୈଶାଳୀ ଓ କୋଡେରମା ମଧ୍ୟରେ ବୌଦ୍ଧସର୍କିଟ ଟ୍ରେନ, ଅଞ୍ଚଳର ପ୍ରମୁଖ ବୌଦ୍ଧପୀଠରେ ପର୍ଯ୍ୟଟନ ଓ ଧାର୍ମିକ ଯାତ୍ରାକୁ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅନ୍ତର୍ଗତ ୧୨୦୦ ଗ୍ରାମୀଣ ହିତାଧିକାରୀଙ୍କ ଗୃହପ୍ରବେଶ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅନ୍ତର୍ଗତ ୪,୨୬୦ ହିତାଧିକାରୀଙ୍କ ଗୃହପ୍ରବେଶ ସମାରୋହ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ପ୍ରତୀକାତ୍ମକ ଭାବେ କେତେକ ହିତାଧିକାରୀଙ୍କୁ ଚାବି ବଣ୍ଟନ କରିବେ, ଯାହାଦ୍ୱାରା ସହସ୍ରାଧିକ ପରିବାରର ନିଜ ଆବାସ ସ୍ୱପ୍ନ ସାକାର ହୋଇପାରିବ ।

ପଶ୍ଚିମ ବଙ୍ଗରେ ପ୍ରଧାନମନ୍ତ୍ରୀ

ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ଏବଂ ବିକଶିତ ସହରାଞ୍ଚଳ ଯୋଗାଯୋଗ ପାଇଁ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ କୋଲକାତାରେ ମେଟ୍ରୋ ରେଳ ପ୍ରକଳ୍ପକୁ ଉଦଘାଟନ କରିବେ । ଏହି ରୁଟରେ ନବନିର୍ମିତ ୧୩.୬୧ କି.ମି. ଦୈର୍ଘ୍ୟର ନୂତନ ମେଟ୍ରୋ ନେଟୱର୍କ ଏବଂ ମେଟ୍ରୋ ସେବାର ଶୁଭାରମ୍ଭ ହେବ । ସେ ଜେସୋର ରୋଡ ମେଟ୍ରୋ ଷ୍ଟେସନ ଗସ୍ତ କରିବେ ଏବଂ ସେଠାରେ ସେ ନୋଆପାଡା-ଜୟହିନ୍ଦ ବିମାନବନ୍ଦର ମେଟୋ ସର୍ଭିସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଥିସହ ଭିଡିଓ କନଫରେନ୍ସିଙ୍ଗରେ ପ୍ରଧାନମନ୍ତ୍ରୀ ସିଆଲଦା-ଏସପ୍ଲାନେଡ ମେଟ୍ରୋ ସର୍ଭିସ ବେଲେଘାଟା-ହେମନ୍ତ ମୁଖୋପାଧ୍ୟାୟ ମେଟ୍ରୋ ସର୍ଭିସର ଶୁଭାରମ୍ଭ କରିବେ । ଏଥିସହ ସେ ଜେସୋର ରୋଡ ମେଟ୍ରୋ ଷ୍ଟେସନରୁ ଜୟହିନ୍ଦ ବିମାନବନ୍ଦର ପର୍ଯ୍ୟନ୍ତ ମେଟ୍ରୋରେ ଯାଇ ପ୍ରତ୍ୟାବର୍ତ୍ତନ କରିବେ ।

ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଏହି ମେଟ୍ରୋ ସେକ୍ସନ ଏବଂ ହାଓଡ଼ା ମେଟ୍ରୋ ଷ୍ଟେସନର ଏକ ନବନିର୍ମିତ ସବ୍ୱେକୁ ଉଦଘାଟନ କରିବେ । ନୋଆପାଡ଼ା-ଜୟହିନ୍ଦ ବିମାନବନ୍ଦର ମେଟ୍ରୋ ସେମାରେ ବିମାନବନ୍ଦରରେ ପହଞ୍ଚିବା ଅତ୍ୟନ୍ତ ସୁବିଧା ହେବ । ସିଆଲଦା-ଏସପ୍ଲାନେଡ ମେଟ୍ରୋ ଦୁଇଟିଯାକ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୪୦ ମିନିଟରୁ ୧୧ ମିନିଟକୁ ହ୍ରାସ କରିବ । ବେଲେଘାଟା-ହେମନ୍ତ ମୁଖୋପାଧ୍ୟାୟ ମେଟ୍ରୋ ସେକ୍ସେନ ଆଇଟି ହବ୍ ସହ ଯୋଗାଯୋଗ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଏହି ମେଟ୍ରୋ ରୁଟ କୋଲକାତାର ସବୁଠାରୁ ବ୍ୟସ୍ତବହୁଳ କେତେକ ଅଞ୍ଚଳକୁ ଯୋଡ଼ିବ, ଯାତ୍ରା ସମୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ଏବଂ ବହୁମୁଖୀ ଯୋଗାଯୋଗକୁ ମଜବୁତ କରିବ, ଯେଉଁଥିରେ ଦୈନିକ ଲକ୍ଷାଧିକ ଯାତ୍ରୀଙ୍କୁ ସୁବିଧା ମିଳିବ ।

ଅଞ୍ଚଳରେ ସଡ଼କ ଭିତ୍ତଭୂମିକୁ ସୁଦୃଢ଼ କରିବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ୧୨୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହେବାକୁ ଥିବା ୭.୨ କିଲୋମିଟର ଦୈର୍ଘ୍ୟର ଛଅ ଲେନ ବିଶିଷ୍ଟ ଏଲିଭେଟେଡ କୋନା ଏକ୍ସପ୍ରେସ୍ ୱେ ର ଶିଳାନ୍ୟାସ କରିବେ । ଏହା ହାଓଡ଼ା, ଆଖପାଖ ଗ୍ରାମାଞ୍ଚଳ ଏବଂ କୋଲକାତା ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ, ଯାହାଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବ ଏବଂ ଅଞ୍ଚଳରେ କାରବାର, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ମହତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reform, perform, transform will go on: PM Modi hails 7.7% GDP growth

Media Coverage

Reform, perform, transform will go on: PM Modi hails 7.7% GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"