ମିଳିତ କମାଣ୍ଡର ସମ୍ମିଳନୀ -୨୦୨୩ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଭୋପାଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଏପ୍ରିଲ, ୨୦୨୩ ରେ ଭୋପାଳ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଭୋପାଳର କୁଶାଭୁ ଥାକରେ ହଲରେ ପ୍ରଧାନମନ୍ତ୍ରୀ ମିଳିତ କମାଣ୍ଡର ସମ୍ମିଳନୀ -୨୦୨୩ ରେ ଯୋଗଦେବେ । ଏହା ପରେ ଅପରାହ୍ନ ପ୍ରାୟ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ଭୋପାଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ମିଳିତ କମାଣ୍ଡର ସମ୍ମିଳନୀ -୨୦୨୩

ମିଲିଟାରୀ କମାଣ୍ଡରମାନଙ୍କର ତିନି ଦିନିଆ ସମ୍ମିଳନୀ ୩୦ ମାର୍ଚ୍ଚରୁ ୧ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ " ପ୍ରସ୍ତୁତ, ପୁନରୁତ୍ଥାନ, ପ୍ରାସଙ୍ଗିକ” ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ । ସମ୍ମିଳନୀ ସମୟରେ ସଶସ୍ତ୍ର ବାହିନୀର ମିଳିତତା ଏବଂ ମଞ୍ଚସ୍ଥତା ସମେତ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯିବ । ସଶସ୍ତ୍ର ବାହିନୀର ପ୍ରସ୍ତୁତି ଏବଂ "ଆତ୍ମନିର୍ଭରତା”  ହାସଲ ଦିଗରେ ପ୍ରତିରକ୍ଷା ଇକୋସିଷ୍ଟମରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯିବ ।

ଏହି ସମ୍ମିଳନୀରେ ତିନି ସଶସ୍ତ୍ର ବାହିନୀର କମାଣ୍ଡର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ । ସ୍ଥଳସେନା, ନୌସେନା ଏବଂ ବାୟୁସେନାର ସୈନିକ, ନାବିକ ଏବଂ ବାୟୁସୈନିକଙ୍କ ସହିତ ଅନ୍ତର୍ଭୁକ୍ତ ଏବଂ ଅନୌପଚାରିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ ।

ବନ୍ଦେ ଭାରତ ଏକ୍ସପ୍ରେସ

ବନ୍ଦେ ଭାରତ ଏକ୍ସପ୍ରେସ ଦେଶରେ ଯାତ୍ରୀ ଯାତ୍ରା ଅଭିଜ୍ଞତାକୁ ନୂତନ ପରିଚୟ ପ୍ରଦାନ କରିଛି । ଭୋପାଳର ରାଣୀ କମଲଳାପତି ରେଳ ଷ୍ଟେସନ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଆରମ୍ଭ ହେଉଥିବା ଏହି ନୂତନ ଟ୍ରେନ୍ ଦେଶର ଏକାଦଶ ବନ୍ଦେ ଭାରତ ଟ୍ରେନ୍ ହେବ । ସ୍ୱଦେଶୀ ଡିଜାଇନରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଯାତ୍ରୀ ସୁବିଧା ସହିତ ସଜ୍ଜିତ । ଏହା ରେଳ ବ୍ୟବହାରକାରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour