ଦିଫୁ ଠାରେ ‘ଶାନ୍ତି, ଏକତା ଏବଂ ବିକାଶ ରାଲି'କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ
କର୍ବି ଆଙ୍ଗଲଙ୍ଗ ଠାରେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ପାଇଁ ୫୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ସାତୋଟି କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଆସାମରେ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆସାମରେ ୨୯୫୦ ରୁ ଅଧିକ ଅମୃତ ସରୋବର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଯାହା ପ୍ରାୟ ୧୧୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଏପ୍ରିଲ ୨୦୨୨ ରେ ଆସାମ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ସେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ଦିଫୁ ଠାରେ "ଶାନ୍ତି, ଏକତା ଏବଂ ବିକାଶ ରାଲି'କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୧:୪୫ ସମୟରେ ପ୍ରଧାନମନ୍ତ୍ରୀ ଦିବ୍ରୁଗଡରେ ଥିବା ଆସାମ ମେଡିକାଲ୍ କଲେଜରେ ପହଞ୍ଚିବେ ଏବଂ ଦିବ୍ରୁଗଡ କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ସେ ଡିବ୍ରୁଗଡ଼ର ଖାନିକର ଗ୍ରାଉଣ୍ଡରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଦେଶକୁ ଆଉ ୭ଟି କର୍କଟ ଡାକ୍ତରଖାନା ଉତ୍ସର୍ଗ କରିବେ ଏବଂ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଦିବୁ, କର୍ବି ଆଙ୍ଗଲଙ୍ଗରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଅଦମ୍ୟ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ଶାନ୍ତି ଏବଂ ବିକାଶ ଦିଗରେ ଭାରତ ସରକାର ଏବଂ ଆସାମ ସରକାର ଛଅଟି କାର୍ବି ସନ୍ତ୍ରାସବାଦୀ ଗୋଷ୍ଠି ସହିତ ମେମୋରେଣ୍ଡମ୍ ଅଫ୍ ସେଟେଲମେଣ୍ଟଣ୍ଟ (ଏମ୍‍ଓଏସ୍‍) ସ୍ୱାକ୍ଷର କରି ଏହାର ଉଦାହରଣ ଦେଇଛନ୍ତି । ଏହି ଏମ୍‍ଓଏସ୍‍ ଏହି ଅଞ୍ଚଳରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିଛି  "ଶାନ୍ତି, ଏକତା ଏବଂ ବିକାଶ ରାଲି'ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସମଗ୍ର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ (ଡିଫୁ), ଡିଗ୍ରୀ କଲେଜ (ପଶ୍ଚିମ କାର୍ବି ଆଙ୍ଗଲଙ୍ଗ) ଏବଂ କୃଷି ମହାବିଦ୍ୟାଳୟ (କୋଲୋଙ୍ଗା, ପଶ୍ଚିମ କାର୍ବି ଆଙ୍ଗଲଙ୍ଗ) ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୫୦୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳରେ ଦକ୍ଷତା ଏବଂ ନିଯୁକ୍ତି ପାଇଁ ନୂତନ ସୁଯୋଗ ଆଣିଦେବ ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ୨୯୫୦ ରୁ ଅଧିକ ଅମୃତ ସରୋବର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଜ୍ୟରେ ପ୍ରାୟ ୧୧୫୦ କୋଟି ଟଙ୍କା ବ୍ୟୟରେ ଏହି ଅମୃତ ସରୋବରର ବିକାଶ କରାଯିବ ।

ଦିବ୍ରୁଗଡରେ ପ୍ରଧାନମନ୍ତ୍ରୀ

ସମଗ୍ର ରାଜ୍ୟରେ ୧୭ଟି କ୍ୟାନସର କେୟାର ହସ୍ପିଟାଲ ସହିତ ଆସାମ କ୍ୟାନସର କେୟାର ଫାଉଣ୍ଡେସନ, ଆସାମ ସରକାର ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ଦକ୍ଷିଣ ଏସିଆର ସର୍ବ ବୃହତ ସୁଲଭ ମୂଲ୍ୟରେ କର୍କଟ ଚିକିତ୍ସା ନେଟୱାର୍କ ର୍ନିମାଣ ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୧୦ ଟି ଡାକ୍ତରଖାନା ମଧ୍ୟରୁ ସାତୋଟି ଡାକ୍ତରଖାନା ର୍ନିମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନୋଟି ଡାକ୍ତରଖାନା ବିଭିନ୍ନ ସ୍ତରରେ ର୍ନିମାଣ କାର୍ଯ୍ୟ ଶେଷ ହୋଇଛି ।  ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ସାତଟି ନୂତନ କର୍କଟ ଡାକ୍ତରଖାନା ର୍ନିମାଣ କରାଯିବ ।

ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ସମାପ୍ତ ହୋଇଥିବା ସାତୋଟି କର୍କଟ ଡାକ୍ତରଖାନାକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କର୍କଟ ଡାକ୍ତରଖାନାଗୁଡ଼ିକ ଡିବ୍ରୁଗଡ଼, କୋକ୍ରାଝର, ବାରପେଟା, ଡାରାଙ୍ଗ, ତେଜପୁର, ଲଖୀମପୁର ଏବଂ ଜୋରହାଟରେ ର୍ନିମିତ ହୋଇଛି । ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଧୁବ୍ରି, ନାଲବାରୀ, ଗୋଲପାରା, ନାଗାଓଁ, ଶିବସାଗର, ତିନ୍‍ସୁକିଆ ଏବଂ ଗୋଲାଘାଟରେ ର୍ନିମାଣ ହେବାକୁ ଥିବା ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”