୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଉତ୍ତର-ପୂର୍ବ ଭାରତର ପ୍ରଥମ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନ୍‌ଫିଲ୍ଡ ଚାରି ଲେନ୍ ହାଇ-ସ୍ପିଡ୍ କରିଡର ଶିଲଂ-ସିଲଚର କରିଡରର ଭୂମିପୂଜନ କରିବେ ପ୍ରଧାନମନ୍ତ୍ରୀ
ଆସାମ ମାଲା ୩.୦ – ଏକ ପ୍ରମୁଖ ସଡ଼କ ଭିତ୍ତିଭୂମି ପଦକ୍ଷେପର ଭୂମିପୂଜନ କରିବେ ପ୍ରଧାନମନ୍ତ୍ରୀ
ଚା ଗବିଚା ଶ୍ରମିକମାନଙ୍କୁ ଜମି ପଟ୍ଟା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ, ଯାହା ଚା ବଗିଚା ସମ୍ପ୍ରଦାୟକୁ ଘର ଜମି ଅଧିକାର ପ୍ରଦାନ କରିବାରେ ଏକ ଐତିହାସିକ ମାଇଲଖୁଣ୍ଟ ହେବ
ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ କୋପିଲି ଜଳ-ବିଦ୍ୟୁତ ପ୍ରକଳ୍ପ, ନୁମାଲିଗଡ-ସିଲିଗୁଡି ପାଇପଲାଇନ୍ କ୍ଷମତା ବୃଦ୍ଧିକୁ ସମର୍ପିତ କରିବେ ଏବଂ ଉତ୍ତର-ପୂର୍ବ ଗ୍ୟାସ୍ ଗ୍ରୀଡ୍‌ର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିବେ
ଦେଶବ୍ୟାପୀ ୯.୩ କୋଟିରୁ ଅଧିକ ଚାଷୀଙ୍କୁ ପିଏମ୍‌-କିଶାନର ୨୨ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩-୧୪ ମାର୍ଚ୍ଚ ୨୦୨୬ରେ ଆସାମ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ କୋକରାଝାର, ଗୌହାଟୀ ଏବଂ ସିଲଚରରେ ୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ, ଭୂମି ପୂଜନ ଏବଂ ଶୁଭାରମ୍ଭ କରିବେ ।

୧୩ ମାର୍ଚ୍ଚ ଦିନ ପ୍ରାୟ ୧:୩୦ ସମୟରେ, ପ୍ରଧାନମନ୍ତ୍ରୀ କୋକରାଝାରଠାରେ ୪,୫୭୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭୂମି ପୂଜନ, ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିବେ । ପରେ ଦିନ ପ୍ରାୟ ୫ଟା ସମୟରେ, ଗୌହାଟୀରେ ପ୍ରଧାନମନ୍ତ୍ରୀ ୧୯,୪୮୦ କୋଟି ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଭୂମି ପୂଜନ, ଉଦ୍‌ଘାଟନ ଏବଂ ଲୋକାର୍ପଣ କରିବେ ।

୧୪ ମାର୍ଚ୍ଚ ଦିନ ପ୍ରାୟ ୧୦:୪୫ ସମୟରେ, ପ୍ରଧାନମନ୍ତ୍ରୀ ସିଲଚରଠାରେ ୨୩,୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ ଏବଂ ଲୋକାର୍ପଣ କରିବେ ।

କୋକରାଝାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆସାମ ମାଲା ୩.୦ର ଭୂମି ପୂଜନ କରିବେ, ଯାହା ୩,୨୦୦ କୋଟିରୁ ଅଧିକ ମୂଲ୍ୟର ଏକ ପ୍ରମୁଖ ସଡ଼କ ଭିତ୍ତିଭୂମି ପଦକ୍ଷେପ । ଏହି ଯୋଜନା ଅଧୀନରେ ଆନ୍ତଃରାଜ୍ୟ ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଜାତୀୟ ରାଜପଥ ତଥା ଗ୍ରାମୀଣ ରାସ୍ତା ମଧ୍ୟରେ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ସମଗ୍ର ଆସାମରେ ୯୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯିବ ।

ପ୍ରଧାନମନ୍ତ୍ରୀ ବୋଡୋଲ୍ୟାଣ୍ଡ ଆଞ୍ଚଳିକ ପରିଷଦ (ବିଟିସି) ଅଞ୍ଚଳରେ ପ୍ରାୟ ୧,୧୦୦ କୋଟି ଟଙ୍କା ବିନିଯୋଗ ସହିତ ଚାରୋଟି ଫ୍ଲାଏଓଭର ଏବଂ ଦୁଇଟି ସେତୁ ସମେତ ଛଅଟି ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଭୂମିପୂଜନ କରିବେ । ଏହି ପ୍ରକଳ୍ପଗୁଡିକ କୋକରାଝାର ଜିଲ୍ଲାରେ ଟ୍ରାଫିକ ଭିଡ ହ୍ରାସ କରିବାରେ ଏବଂ ସଂଯୋଗୀକରଣ, ପର୍ଯ୍ୟଟନ, କୃଷି ସୁବିଧା, ସ୍ୱାସ୍ଥ୍ୟସେବା ସୁବିଧା ଏବଂ ଗ୍ରାମୀଣ ଗତିଶୀଳତାକୁ ଉନ୍ନତ କରିବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ କୋକରାଝାର ଜିଲ୍ଲାର ବାସବାରୀରେ ଏକ ପିରିୟଡିକ୍ ଓଭରହଲିଂ (ପିଓଏଚ୍‌) କର୍ମଶାଳାର ଶିଳାନ୍ୟାସ କରିବେ । ଏହି କର୍ମଶାଳା ରେଳ ରକ୍ଷଣାବେକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବ, ପରିଚାଳନ ଦକ୍ଷତା ବୃଦ୍ଧି କରିବ ଏବଂ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ଆସାମ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ତିନିଟି ନୂତନ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଥିରେ କାମାକ୍ଷା-ଚାର୍‌ଲାପଲ୍ଲୀ ଅମୃତ ଭାରତ ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ, ଯାହା ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଭାରତ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରିବ; ଗୌହାଟୀ-ନୂଆ ଜଲପାଇଗୁଡି ଏକ୍ସପ୍ରେସ୍ ଆସାମ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସଂଯୋଗ ବୃଦ୍ଧି କରିବ ଏବଂ ନାରଙ୍ଗୀ-ଅଗରତଲା ଏକ୍ସପ୍ରେସ୍ ଆସାମ ଏବଂ ତ୍ରିପୁରା ମଧ୍ୟରେ ସଂଯୋଗ ବୃଦ୍ଧି କରିବା ସହ ଯାତ୍ରୀ, ବ୍ୟବସାୟୀ ତଥା ପର୍ଯ୍ୟଟକଙ୍କ ପାଇଁ ଆନ୍ତଃରାଜ୍ୟ ଯାତ୍ରାକୁ ସୁଗମ କରିବ ।

ଗୌହାଟୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଚା’ ବଗିଚା ଶ୍ରମିକମାନଙ୍କୁ ଜମି ପଟ୍ଟା ବଣ୍ଟନ କରିବେ, ଯାହା ଚା’ ବଗିଚା ସମ୍ପ୍ରଦାୟକୁ ଘର ଜମି ଅଧିକାର ପ୍ରଦାନ କରିବାରେ ଏକ ଐତିହାସିକ ମାଇଲଖୁଣ୍ଟ ହେବ । ସୁରକ୍ଷିତ ଜମି ମାଲିକାନା ଦ୍ୱାରା ଗୃହ ସୁରକ୍ଷାରେ ଉନ୍ନତି ଆସିବ, ସଂସ୍ଥାଗତ ଋଣ ଏବଂ କଲ୍ୟାଣ ଯୋଜନାଗୁଡିକର ଉନ୍ନତ ଉପଲବ୍ଧତା ସମ୍ଭବ ହେବ ଏବଂ ଦୀର୍ଘକାଳୀନ ସାମାଜିକ ଏବଂ ଅର୍ଥନୈତିକ ଗତିଶୀଳତାକୁ ପ୍ରୋତ୍ସାହିତ କରାଯିବ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୯.୩ କୋଟିରୁ ଅଧିକ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୨୨ତମ କିସ୍ତି ମଧ୍ୟ ଜାରି କରିବେ, ଯାହା ଅଧିନରେ ଯୋଗ୍ୟ ଚାଷୀମାନେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ପାଇବେ ।

ପ୍ରଧାନମନ୍ତ୍ରୀ ଦିମା ହସାଓ ଏବଂ ପଶ୍ଚିମ କାର୍‌ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଅବସ୍ଥିତ କୋପିଲି ଜଳ-ବିଦ୍ୟୁତ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨,୩୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ସ୍ୱଚ୍ଛ ଶକ୍ତି ଉତ୍ପାଦନ ବୃଦ୍ଧି କରିବ, ଅଞ୍ଚଳରେ ଗ୍ରୀଡ ସ୍ଥିରତା ଉନ୍ନତ କରିବ ଏବଂ ପରିବାର, ଚାଷୀ ତଥା ଶିଳ୍ପକୁ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ଅଏଲ୍ ଇଣ୍ଡିଆ ଲିମିଟେଡ୍‌ର ନୁମାଲିଗଡ-ସିଲିଗୁଡି ଉତ୍ପାଦ ପାଇପଲାଇନ୍ (ଏନ୍‌ଏସ୍‌ପିଏଲ୍‌)ର କ୍ଷମତା ବୃଦ୍ଧି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ଦ୍ୱାରା ଅତିରିକ୍ତ ପେଟ୍ରୋଲିୟମ୍ ଉତ୍ପାଦ ସ୍ଥାନାନ୍ତରକୁ ସକ୍ଷମ କରି ନୁମାଲିଗଡ଼ ରିଫାଇପାରୀକୁ ୩ ଏମ୍‌ଏମ୍‌ଟିପିଏରୁ ୯ ଏମ୍‌ଏମ୍‌ଟିପିଏକୁ ବିସ୍ତାର କରାଯିବ । ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ଗ୍ୟାସ ଗ୍ରୀଡର ପ୍ରଥମ ପର୍ଯ୍ୟାୟ ମଧ୍ୟ ଉଦ୍‌ଘାଟନ କରିବେ, ଏହା ଏକ ପ୍ରମୁଖ ପାଇପଲାଇନ୍ ପ୍ରକଳ୍ପ ଯାହା ଗୌହାଟୀକୁ ନୂମାଲିଗଡ଼, ଗୋହପୁର ଏବଂ ଇଟାନଗର ସହିତ ସଂଯୋଗ କରିବ ଏବଂ ଏହାର ଏକ ଶାଖା ଲାଇନ ଦିମାପୁର ପର୍ଯ୍ୟନ୍ତ ବିସ୍ତାର କରିଛି । ପ୍ରଧାନମନ୍ତ୍ରୀ ହାଇଲାକାଣ୍ଡି ଜିଲ୍ଲାର ପଞ୍ଚଗ୍ରାମରେ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ୍ (ଏନ୍‌ଆର୍‌ଏଲ୍‌) ରେ ରେଳ-ଫେଡ୍ ପିଓଏଲ୍ ଟର୍ମିନାଲର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡିକ ଉତ୍ତର-ପୂର୍ବରେ ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ଜାତୀୟ ଶକ୍ତି ସୁରକ୍ଷାକୁ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ପ୍ରମୁଖ ରେଳ ବିଦ୍ୟୁତୀକରଣ ପ୍ରକଳ୍ପଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯେଉଁଥିରେ ପ୍ରାୟ ୪୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରଙ୍ଗିଆ-ମୁରକୋଙ୍ଗସେଲେକ୍ ରେଳ ଲାଇନ୍ ବିୁଦ୍ୟତୀକରଣ (୫୫୮ କିଲୋମିଟର) ଏବଂ ପ୍ରାୟ ୧,୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚାପରମୁଖ-ଦିବ୍ରୁଗଡ଼ ରେଳ ଲାଇନ୍ ବିଦ୍ୟୁତୀକରଣ (୫୭୧ କିଲୋମିଟର), ପ୍ରାୟ ୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବଦରପୁର-ସିଲଚର ଏବଂ ବଦରପୁର-ଚୁରାଇବାରି ରେଳ ଲାଇନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡିକ ବ୍ରହ୍ମପୁତ୍ର ଏବଂ ବରାକ ଉପତ୍ୟକା ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବା ସହିତ ଦ୍ରୁତ, ଶକ୍ତି-ଦକ୍ଷ ଏବଂ ପରିବେଶଗତ ଭାବରେ ସ୍ଥାୟୀ ରେଳ ପରିଚାଳନାକୁ ସକ୍ଷମ କରିବ ।

ପ୍ରଧାନମନ୍ତ୍ରୀ ୩,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଫୁରକଟିଂ-ତିନସୁକିଆ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ (୧୯୪ କିଲୋମିଟର) ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହା ଲାଇନ କ୍ଷମତା ବୃଦ୍ଧି କରିବ ଏବଂ ଅତିରିକ୍ତ ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ପରିଚାଳନାକୁ ସକ୍ଷମ କରିବ ।

ଜଳପଥ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଜିଲ୍ଲାର ବିଶ୍ୱନାଥ ଘାଟ ଏବଂ ଜୋରହାଟ ଜିଲ୍ଲାର ନିଆମାଟିରେ କ୍ରୁଜ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ଦିବ୍ରୁଗଡର ବୋଗିବିଲରେ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର (ଆର୍‌ସିଓଇ) ପାଇଁ ଭୂମିପୂଜନ ମଧ୍ୟ କରିବେ, ଯାହା ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ଏକ ପ୍ରମୁଖ ସାମୁଦ୍ରିକ ତାଲିମ ଏବଂ ଗବେଷଣା କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ପାଣ୍ଡୁ ଜେଟିକୁ ଏନ୍‌ଏଚ୍‌-୨୭ ସହିତ ସଂଯୋଗ କରୁଥିବା ଆପ୍‌ରୋଚେ୍ ରୋଡ୍ ମଧ୍ୟ ଉଦ୍‌ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଗୌହାଟୀରେ ପ୍ରଧାନମନ୍ତ୍ରୀ ଏକତା ମଲ୍ ମଧ୍ୟ ଉଦ୍‌ଘାଟନ କରିବେ । ଏହି ମଲ୍ ଆସାମ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ଏକ ପ୍ରମୁଖ ବାଣିଜ୍ୟିକ ତଥା ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବାକୁ ପରିକଳ୍ପନା କରାଯାଇଛି । ଯେଉଁଥିରେ ଆସାମ ଏବଂ ଅନ୍ୟାନ୍ୟ ରାଜ୍ୟର ୱାନ ଷିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ (ଓଡିଓପି) ଜିନିଷ, ଜିଆଇ-ଟ୍ୟାଗ  ହୋଇଥିବା ଉତ୍ପାଦ, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ପାଇଁ ସ୍ଥାୟୀ ଷ୍ଟଲ୍ ରହିବ । ଏହି ସୁବିଧାରେ ପ୍ରମୁଖ ଭାରତୀୟ ବ୍ରାଣ୍ଡର ଶୋରୁମ୍‌, ଫୁଡ୍ କୋର୍ଟ, ଆଧୁନିକ ସୁବିଧା, ପାର୍କିଂ ଏବଂ ଡିଜିଟାଲ କିଓସ୍କ ମଧ୍ୟ ଅନ୍ତର୍ଭୁକ୍ତ ହେବ, ଯାହା ସ୍ଥାନୀୟ କାରିଗରଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଏବଂ ଆଞ୍ଚଳିକ ସଂସ୍କୃତି ଏବଂ ଶିଳ୍ପକୁ ପ୍ରୋତ୍ସାହିତ କରିବ।

ସିଲଚର୍ରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ଭାରତର ପ୍ରଥମ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍‌ଡ ଚାରି ଲେନ୍ ହାଇ-ସ୍ପିଡ୍ କରିଡର, ଶିଲଙ୍ଗ-ସିଲଚର୍ କରିଡର୍‌ର ଭୂମିପୂଜନ କରିବେ । ପ୍ରାୟ ୨୨,୮୬୦ କୋଟି ନିବେଶ ସହିତ ୧୬୬ କିଲୋମିଟର ଲମ୍ବ ଏହି କରିଡର ମେଘାଳୟ ଏବଂ ଆସାମ ମଧ୍ୟରେ ଯୋଗାଯୋଗକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ । ଏହି ପ୍ରକଳ୍ପ ଗୌହାଟୀ ଏବଂ ସିଲଚର୍ ମଧ୍ୟରେ ଦୂରତା ହ୍ରାସ କରିବ ଏବଂ ଯାତ୍ରା ସମୟକୁ ୮.୫ ରୁ ପ୍ରାୟ ୫ ଘଣ୍ଟାକୁ ହ୍ରାସ କରିବ, ଯାହା ଫଳରେ ଏହି କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧି ଏବଂ ସୀମାପାର ବାଣିଜ୍ୟ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ କ୍ୟାପିଟାଲ ପଏଣ୍ଟ ନିକଟ ଟ୍ରଙ୍କ ରୋଡରୁ ସିଲଚର ରଙ୍ଗିରଖାରୀ ପଏଣ୍ଟ (ଫେଜ୍‌-୧) ପର୍ଯ୍ୟନ୍ତ ଏନ୍‌ଏଚ୍‌-୩୬୦ରେ ଏକ ଏଲିଭେଟେଡ୍ କରିଡର୍ ପାଇଁ ଭୂମିପୂଜନ ମଧ୍ୟ କରିବେ । ଏହି ପ୍ରକଳ୍ପ ସିଲଚରର ସବୁଠାରୁ ବ୍ୟସ୍ତତମ ରାସ୍ତା ମଧ୍ୟରୁ ଗୋଟିଏରେ ଭିଡ କମ୍ କରିବ, ମିଜୋରାମ, ତ୍ରିପୁରା ଏବଂ ମଣିପୁର ଭଳି ପଡୋଶୀ ରାଜ୍ୟ ସହିତ ଯୋଗାଯୋଗକୁ ଉନ୍ନତ କରିବ ଏବଂ ବରାକ ଉପତ୍ୟକାର ଆର୍ଥିକ ବିକାଶରେ ଯୋଗଦାନ ଦେବ ।

ଏଥିସହିତ, ପ୍ରଧାନମନ୍ତ୍ରୀ କରିମଗଞ୍ଜ ଜିଲ୍ଲାର ପଥରକାଣ୍ଡିରେ ଏକ ନୂତନ କୃଷି ମହାବିଦ୍ୟାଳୟର ଶିଳାନ୍ୟାସ କରିବେ । ଏହି ଅନୁଷ୍ଠାନ ଆସାମରେ କୃଷି ଶିକ୍ଷା ଏବଂ ଗବେଷଣାର ଇକୋସିଷ୍ଟମକୁ ସୁଦୃଢ଼ କରିବ ଏବଂ ବରାକ ଉପତ୍ୟକା ତଥା ପଡୋଶୀ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଘର ପାଖରେ ଉଚ୍ଚମାନର କୃଷି ଶିକ୍ଷା ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi's ‘Dhurandhar’ Entry In Vadodara As ‘Aari Aari’ Plays During Arrival

Media Coverage

PM Modi's ‘Dhurandhar’ Entry In Vadodara As ‘Aari Aari’ Plays During Arrival
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”