PM to visit Kaziranga National Park
PM to participate in ‘Viksit Bharat Viksit North East’ programme in Itanagar
PM to inaugurate, dedicate and lay the foundation stone of multiple development projects worth Rs 55,600 crore in Manipur, Meghalaya, Nagaland, Sikkim, Tripura and Arunachal Pradesh
PM to lay the foundation stone of Dibang Multipurpose Hydropower Project in Arunachal Pradesh
PM to dedicate Sela Tunnel to the nation; Tunnel will provide all weather connectivity to Tawang; Foundation stone of the Tunnel was laid by the PM in February 2019
For strengthening industrial development in Northeast, PM to launch UNNATI scheme worth about Rs 10,000 crore
PM to inaugurate Sabroom Land Port; it will facilitate movement of passengers and cargo between Indian and Bangladesh; Foundation stone of this project was also laid by PM in March 2021
Sectors like rail, road, health, housing, education, IT, Power, Oil and Gas to get boost in North East
PM to unveil the statue of renowned Ahom general Lachit Borphukan in Jorhat
PM to inaugurate, dedicate and lay the foundation stone of multiple development projects worth more than Rs 17,500 Crore in Assam
PM to inaugurate about 5.5 lakh homes built under PMAY-G across Assam
Rail, Health and Oil and Gas to also be major focus areas in Assam
PM to particpate in ‘Viksit Bharat Viksit West Bengal’ programme in Siliguri
PM to inaugurate and dedicate to nation multiple projects of rail and road sector worth more than Rs. 4500 crores in West Bengal
PM to perform Darshan and Pooja at Shri Kashi Vishwanath Temple, Varanasi
PM to inaugurate, dedicate and lay the foundation stone of multiple development initiatives worth more than Rs 42,000 crore in UP
In a major boost to Aviation sector of the country, PM to inaugurate and lay the foundation stone of new terminal buildings of 15 airports across the country
PM to inaugurate Light House Projects (LHP) in Lucknow and Ranchi; foundation stone of these LHPs was laid by the PM in January 2021
Rail and road infrastructure to get strengthened in UP as projects worth more than Rs 27,000 crore will be taken up
PM to dedicate to nation about 744 rural road projects under PMGSY worth more than Rs 3700 crore in UP
PM to disburse first instalment under Mahatari Vandana Yojana in Chhattisgarh

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୮ ରୁ ୧୦ ପର୍ଯ୍ୟନ୍ତ ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ ।

ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ । ମାର୍ଚ୍ଚ ୯ ତାରିଖ ସକାଳ ପ୍ରାୟ ୫ଟା ୪୫ରେ ପ୍ରଧାନମନ୍ତ୍ରୀ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଇଟାନଗରରେ ସେ 'ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ' କାର୍ଯ୍ୟକ୍ରମରେ ଯୋଗ ଦେବେ, ଯେଉଁଠାରେ ସେ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଉନ୍ନତି ଯୋଜନାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ସେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ପାଖାପାଖି ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଜୋରହାଟରେ ପହଂଚି ପ୍ରସିଦ୍ଧ ଆହୋମ ଜେନେରାଲ ଲଚିତ୍ ବୋରଫୁକାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ସେ ଜୋରହାଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଆସାମରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।

ଏହା ପରେ , ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ସିଲିଗୁଡ଼ି ଯିବେ ଏବଂ ଅପରାହ୍ନ ପ୍ରାୟ ୩ଟା ୪୫ରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେ ପଶ୍ଚିମବଙ୍ଗରେ ପାଖାପାଖି ୪୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ବାରଣାସୀରେ ପହଞ୍ଚିବେ । ବାରଣାସୀସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ।

ମାର୍ଚ୍ଚ ୧୦ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ, ଯେଉଁଠାରେ ସେ ଉତ୍ତର ପ୍ରଦେଶରେ ୪୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ବାରଣାସୀରେ ପହଞ୍ଚିବେ ଏବଂ ଭିଡିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ମହାତାରୀ ବନ୍ଦନା ଯୋଜନାର ପ୍ରଥମ କିସ୍ତି ବିତରଣ କରିବେ ।

ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ପରିଦର୍ଶନ କରିବେ । କାଜିରଙ୍ଗା ଜାତୀୟ ଉଦ୍ୟାନ ଏକଶିଙ୍ଗିଆ ଗଣ୍ଡା ପାଇଁ ପ୍ରସିଦ୍ଧ । ଏହି ଉଦ୍ୟାନରେ ହାତୀ, ଜଙ୍ଗଲୀ ଜଳ ମଇଁଷି, ଶିଙ୍ଘାଳ ହରିଣ ଓ ବାଘ ମଧ୍ୟ ଦେଖିବାକୁ ମିଳେ । ମୋଗଲମାନଙ୍କୁ ପରାସ୍ତ କରିଥିବା ଆସାମର ଅହୋମ୍ ରାଜ୍ୟର ରୟାଲ ଆର୍ମିର ପ୍ରସିଦ୍ଧ ଜେନେରାଲ ଲଚିତ୍ ବୋରଫୁକାନଙ୍କ ୮୪ ଫୁଟ ଉଚ୍ଚ ଭବ୍ୟ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ଏହି ପ୍ରକଳ୍ପରେ ଲଚିତ୍ ଏବଂ ତାଇ-ଆହୋମ୍ ସଂଗ୍ରହାଳୟ ନିର୍ମାଣ ଏବଂ ୫୦୦ ଆସନ କ୍ଷମତା ବିଶିଷ୍ଟ ଅଡିଟୋରିୟମ୍ ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରକଳ୍ପ ହେଉଛି ଲଚିତ୍ ବୋରଫୁକାନଙ୍କ ବୀରତ୍ୱକୁ ସମ୍ମାନ ପ୍ରଦାନ କରିବା ଏବଂ ତାଙ୍କ ବିଷୟରେ ସଚେତନତା ବୃଦ୍ଧି କରିବାର ଏକ ପ୍ରୟାସ । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଜୋରହାଟରେ ଆୟୋଜିତ ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ତୈଳ ଓ ଗ୍ୟାସ, ରେଳ ଓ ଗୃହ ନିର୍ମାଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଶିବସାଗର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଗୌହାଟୀରେ ଏକ ହେମାଟୋ - ଲିମ୍ଫୋଇଡ୍ କେନ୍ଦ୍ର ସମେତ ଉତ୍ତର - ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ବିକାଶ ପଦକ୍ଷେପ (ପିଏମ୍ - ଡିଭାଇନ୍‌) ଯୋଜନା ଅଧୀନରେ ଥିବା ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିବେ । ସେ ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ , ଯେଉଁଥିରେ ଦିଗବୋଇ ରିଫାଇନାରୀର କ୍ଷମତା ୦.୬୫ ରୁ ୧ ଏମ୍‌ଏମ୍‌ଟିପିଏ (ବାର୍ଷିକ ନିୟୁତ ମେଟ୍ରିକ ଟନ୍‌) କୁ ବୃଦ୍ଧି ; ଗୌହାଟୀ ବିଶୋଧନାଗାର ସମ୍ପ୍ରସାରଣ (୧.୦ ରୁ ୧.୨ ଏମ୍‌ଏମ୍‌ଟିପିଏ) ଏବଂ କ୍ୟାଟାଲିଟିକ୍ ରିଫର୍ମିଂ ୟୁନିଟ୍ (ସିଆରୟୁ) ପ୍ରତିଷ୍ଠା; ଏବଂ ବେତକୁଚି (ଗୌହାଟୀ) ଟର୍ମିନାଲ: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ସୁବିଧା ବୃଦ୍ଧି ଇତ୍ୟାଦି ଅନ୍ତର୍ଭୁକ୍ତ ।

ତିନସୁକିଆରେ ନୂତନ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ; ଏବଂ ପ୍ରାୟ ୩,୯୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୧୮ କିଲୋମିଟର ଦୀର୍ଘ ବରାଉଣି - ଗୌହାଟୀ ପାଇପଲାଇନ୍ (ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ଏକ ଅଂଶ) ଇତ୍ୟାଦି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ପ୍ରାୟ ୮,୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (ପିଏମଏୱାଇ - ଜି) ଅଧୀନରେ ପାଖାପାଖି ୫.୫ ଲକ୍ଷ ଗୃହ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଆସାମରେ ଧୁପଧାରା - ଛାୟଗାଓଁ ସେକ୍ସନ (ବଙ୍ଗାଇଗାଓଁ – ଗୌହାଟୀ ଭାୟା ଗୋଲପଡା ଦୋହରୀକରଣ ପ୍ରକଳ୍ପର ଅଂଶ) ଏବଂ ନ୍ୟୁ ବଙ୍ଗାଇଗାଓଁ - ସୋରଭୋଗ ସେକ୍ସନ (ନ୍ୟୁ ବଙ୍ଗାଇଗାଓଁ - ଅଗଥୋରୀ ଦୋହରୀକରଣ ପ୍ରକଳ୍ପର ଅଂଶ) ସମେତ ଆସାମରେ ୧୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ଅରୁଣାଚଳ ପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ଇଟାନଗରରେ 'ବିକଶିତ ଭାରତ ବିକଶିତ ଉତ୍ତର - ପୂର୍ବ' କାର୍ଯ୍ୟକ୍ରମରେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ରେଳ, ସଡ଼କ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଶିକ୍ଷା, ସୀମା ଭିତ୍ତିଭୂମି, ସୂଚନା ପ୍ରଯୁକ୍ତି, ଶକ୍ତି, ତୈଳ ଓ ଗ୍ୟାସ ଆଦି କ୍ଷେତ୍ର ସହିତ ସମ୍ବନ୍ଧିତ ଅନେକ ବିକାଶମୂଳକ ପଦକ୍ଷେପ ନିଆଯିବା ସହିତ ଉତ୍ତର - ପୂର୍ବାଞ୍ଚଳର ପ୍ରଗତି ଓ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସୁଦୃଢ଼ ହେବ ।  

ଏହି କାର୍ଯ୍ୟକ୍ରମରେ , ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବ ପାଇଁ ଏକ ନୂତନ ଶିଳ୍ପ ବିକାଶ ଯୋଜନା, ଉନ୍ନତି (ଉତ୍ତର ପୂର୍ବ ପରିବର୍ତ୍ତନକାରୀ ଶିଳ୍ପାୟନ ଯୋଜନା)ର ଶୁଭାରମ୍ଭ କରିବେ । ଏହି ଯୋଜନା ଉତ୍ତର - ପୂର୍ବାଞ୍ଚଳର ଶିଳ୍ପ ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରିବ, ନୂତନ ପୁଞ୍ଜି ନିବେଶ ଆକୃଷ୍ଟ କରିବ, ନୂତନ ଉତ୍ପାଦନ ଏବଂ ସେବା ୟୁନିଟ୍ ସ୍ଥାପନ କରିବାରେ ସହାୟକ ହେବ ଏବଂ ଉତ୍ତର - ପୂର୍ବ ରାଜ୍ୟ ଗୁଡ଼ିକରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ । ୧୦,୦୦୦ କୋଟି ଟଙ୍କାର ଏହି ଯୋଜନା ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ସମସ୍ତ ୮ଟି ଉତ୍ତର - ପୂର୍ବ ରାଜ୍ୟକୁ ଅନ୍ତର୍ଭୁକ୍ତ କରେ । ଏହି ଯୋଜନାରେ ପୁଞ୍ଜି ନିବେଶ, ସୁଧ ରିହାତି ଏବଂ ଅନୁମୋଦିତ ୟୁନିଟ୍ ଗୁଡ଼ିକୁ ଏକ ଉତ୍ପାଦନ ଏବଂ ସେବା ସଂଯୁକ୍ତ ପ୍ରୋତ୍ସାହନ ଯୋଜନାରେ ସହାୟତା ପ୍ରଦାନ କରାଯିବ । ଯୋଗ୍ୟ ୟୁନିଟ୍ ଗୁଡିକର ସହଜ ଏବଂ ସ୍ୱଚ୍ଛ ପଞ୍ଜୀକରଣ ପାଇଁ ଏକ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଉଛି । ଉନ୍ନତି ଯୋଜନା ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ଏବଂ ଉତ୍ତର ପୂର୍ବାଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶରେ ସାହାଯ୍ୟ କରିବ ।

ପାଖାପାଖି ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେଲା ଟନେଲ ପ୍ରକଳ୍ପ ଇଞ୍ଜିନିୟରିଂ କ୍ଷେତ୍ରର ଏକ ଚମତ୍କାର । ଏହା ଅରୁଣାଚଳ ପ୍ରଦେଶର ବାଲିପଡ଼ା - ଚାରିଦୁଆର - ତୱାଙ୍ଗ ରୋଡ୍‌ର ସେଲା ପାସ୍ ଦେଇ ତୱାଙ୍ଗକୁ ସମସ୍ତ ପାଣିପାଗ ସଂଯୋଗ ପ୍ରଦାନ କରିବ । ଏହା ନୂତନ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତି ବ୍ୟବହାର କରି ନିର୍ମିତ ହୋଇଛି ଏବଂ ସର୍ବୋଚ୍ଚ ମାନର ସୁରକ୍ଷା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରିଛି । ଏହି ପ୍ରକଳ୍ପ କେବଳ ଏହି ଅଞ୍ଚଳରେ ଦ୍ରୁତ ଏବଂ ଅଧିକ ଦକ୍ଷ ପରିବହନ ମାର୍ଗ ପ୍ରଦାନ କରିବ ନାହିଁ ବରଂ ଦେଶ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ସେଲା ଟନେଲର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଲୋୟର ଦିବାଙ୍ଗ ଉପତ୍ୟକା ଜିଲ୍ଲାରେ ଦିବାଙ୍ଗ ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ୩୧,୮୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ସର୍ବୋଚ୍ଚ ଡ୍ୟାମ୍ ସଂରଚନା ହେବ । ଏହା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ହେବ, ଏହା ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ରୋଜଗାର ସୁଯୋଗ ଓ ସାମାଜିକ - ଅର୍ଥନୈତିକ ବିକାଶ ହେବ ।

'ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ' / ସ୍ଫୁର୍ତ୍ତିଶୀଳ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ଅନେକ ସଡ଼କ, ପରିବେଶ ଓ ପର୍ଯ୍ୟଟନ ପ୍ରକଳ୍ପ ; ବିଦ୍ୟାଳୟଗୁଡ଼ିକୁ ୫୦ଟି ସୁବର୍ଣ୍ଣ ଜୟନ୍ତୀ ବିଦ୍ୟାଳୟରେ ପରିଣତ କରିବା ଯେଉଁଥିରେ ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ମାଧ୍ୟମରେ ସାମଗ୍ରିକ ଶିକ୍ଷା ପ୍ରଦାନ କରାଯିବ; ଡୋନି-ପୋଲୋ ବିମାନବନ୍ଦରରୁ ନହରଲାଗୁନ ରେଳ ଷ୍ଟେସନକୁ ସଂଯୋଗ ପାଇଁ ଦୁଇ ଲେନ୍ ରାସ୍ତା ନିର୍ମାଣ କରାଯିବା ଭଳି ପ୍ରକଳ୍ପର ଶିଳାନ୍ୟାସ ହେବ । 

ଅରୁଣାଚଳ ପ୍ରଦେଶର ବିଭିନ୍ନ ସଡ଼କ ପ୍ରକଳ୍ପ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ, ଯାହା ମଧ୍ୟରେ ଜଳ ଜୀବନ ମିଶନର ପ୍ରାୟ ୧୧୦୦ ପ୍ରକଳ୍ପ, ୟୁନିଭର୍ସାଲ ସର୍ଭିସ ଅବ୍ଲିଗେସନ୍ ଫଣ୍ଡ (ୟୁଏସ୍‌ଓଏଫ୍‌) ଅଧୀନରେ ୧୭୦ଟି ଟେଲିକମ୍ ଟାୱାର ନିର୍ମାଣ କରାଯିବା ଦ୍ୱାରା ୩୦୦ରୁ ଅଧିକ ଗ୍ରାମ ଉପକୃତ ହୋଇଛନ୍ତି , ସେହି ପ୍ରକଳ୍ପ ତାହା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ) ଅଧୀନରେ ହିତାଧିକାରୀମାନଙ୍କୁ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୫,୦୦୦ରୁ ଅଧିକ ଘର ପ୍ରଧାନମନ୍ତ୍ରୀ ହସ୍ତାନ୍ତର କରିବେ ।

ପ୍ରଧାନମନ୍ତ୍ରୀ ମଣିପୁରରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ହେବ ସେଥିରେ ନୀଳକୁଠିରେ ୟୁନିଟି ମଲ୍ ନିର୍ମାଣ; ମନ୍ତ୍ରୀପୁଖରୀ ଠାରେ ମଣିପୁର ଆଇଟି ଏସ୍‌ଇଜେଡର ପ୍ରୋସେସିଂ ଜୋନର ଭିତ୍ତିଭୂମିର ବିକାଶ; ସ୍ୱତନ୍ତ୍ର ମାନସିକ ଚିକିତ୍ସା ପାଇଁ ଲ୍ୟାମ୍ପଝେଲପାଟରେ ୬୦ ଶଯ୍ୟା ବିଶିଷ୍ଟ ରାଜ୍ୟ ଚିକିତ୍ସାଳୟ ନିର୍ମାଣ; ଏବଂ , ଇମ୍ଫାଲ ପଶ୍ଚିମ ଜିଲ୍ଲାସ୍ଥିତ ମଣିପୁର ବୈଷୟିକ ବିଶ୍ୱ ବିଦ୍ୟାଳୟ ପାଇଁ ଭିତ୍ତିଭୂମି ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଣିପୁରରେ ବିଭିନ୍ନ ସଡ଼କ ପ୍ରକଳ୍ପ ଏବଂ ଅନେକ ଜଳ ଯୋଗାଣ ଯୋଜନାର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନାଗାଲାଣ୍ଡରେ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରାଯିବ ସେଥିରେ ଏକାଧିକ ସଡ଼କ ପ୍ରକଳ୍ପ ; ଚୁମୁକେଡିମା ଜିଲ୍ଲାରେ ୟୁନିଟି ମଲ୍ ନିର୍ମାଣ; ଏବଂ ଦିମାପୁରରେ ନାଗରଜନର ୧୩୨ କେଭି ସବ୍‌-ଷ୍ଟେସନ କ୍ଷମତା ପରିବର୍ତ୍ତନର ଉନ୍ନତିକରଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଚେଣ୍ଡାଙ୍ଗ ସାଡଲ୍ ରୁ ନୋକଲକ (ଫେଜ୍ -୧) ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ କୋହିମା - ଜେସାମି ରୋଡ୍ ସମେତ ଅନ୍ୟାନ୍ୟ ଅନେକ ସଡ଼କ ପ୍ରକଳ୍ପର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମେଘାଳୟରେ ୨୯୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ହେବ ସେଗୁଡ଼ିକ ମଧ୍ୟରେ ତୁରା ଠାରେ ଆଇଟି ପାର୍କ ନିର୍ମାଣ ଏବଂ ନୂତନ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଏବଂ ନ୍ୟୁ ଶିଲଙ୍ଗ ଟାଉନସିପ୍‌ରେ ବର୍ତ୍ତମାନର ଦୁଇ ଲେନ୍ କୁ ଚାରି ଲେନ୍‌ରେ ପରିଣତ କରିବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଉପର ଶିଲଙ୍ଗ ଠାରେ କୃଷକମାନଙ୍କ ପାଇଁ ହଷ୍ଟେଲ ତଥା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କରିବେ ।

ସିକ୍କିମରେ ପ୍ରଧାନମନ୍ତ୍ରୀ ୪୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ ସେଗୁଡ଼ିକ ମଧ୍ୟରେ ରଙ୍ଗପୋ ରେଳ ଷ୍ଟେସନର ପୁନଃବିକାଶ ଏବଂ ଅନେକ ସଡ଼କ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ସିକ୍କିମର ଥାରପୁ ଏବଂ ଦାରାମଦିନକୁ ସଂଯୋଗ କରୁଥିବା ନୂତନ ରାସ୍ତାକୁ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ତ୍ରିପୁରାରେ ୮,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯିବ ସେଥିରେ ଅଗରତାଲା ପଶ୍ଚିମ ବାଇପାସ୍ ନିର୍ମାଣ ଏବଂ ସାରା ରାଜ୍ୟରେ ଏକାଧିକ ସଡ଼କ ପ୍ରକଳ୍ପ; ସେକରକୋଟରେ ଇଣ୍ଡିଆନ ଅଏଲ କର୍ପୋରେସନର ନୂଆ ଡିପୋ ନିର୍ମାଣ; ଏବଂ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ପାଇଁ ସମନ୍ୱିତ ଥଇଥାନ କେନ୍ଦ୍ର ନିର୍ମାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଭିନ୍ନ ସଡ଼କ ପ୍ରକଳ୍ପ ; ୧.୪୬ ଲକ୍ଷ ଗ୍ରାମୀଣ କାର୍ଯ୍ୟକ୍ଷମ ଘରୋଇ ନଳକୂପ ସଂଯୋଗ ପାଇଁ ପ୍ରକଳ୍ପ; ଏବଂ ଦକ୍ଷିଣ ତ୍ରିପୁରା ଜିଲ୍ଲାର ସବରୁମ୍ ଠାରେ ପ୍ରାୟ ୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲ୍ୟାଣ୍ଡ ପୋର୍ଟକୁ ଉଦ୍‌ଘାଟନ କରିବେ ।

ନବବିକଶିତ ସବରୁମ୍ ଲ୍ୟାଣ୍ଡ ପୋର୍ଟ ଭାରତ ଓ ବାଂଲାଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ । ଏହି ଲ୍ୟାଣ୍ଡ ପୋର୍ଟରେ ଯାତ୍ରୀ ମାନଙ୍କ ପାଇଁ ଟର୍ମିନାଲ କୋଠା, ମାଲ୍ ପ୍ରଶାସନିକ କୋଠା, ଗୋଦାମ, ଅଗ୍ନିଶମ କେନ୍ଦ୍ର କୋଠା, ଇଲେକ୍ଟ୍ରିକାଲ ସବ୍‌ଷ୍ଟେସନ, ପମ୍ପ ହାଉସ୍ ଆଦି ସୁବିଧା ଉପଲବ୍ଧ ହେବ । ଏହା ଦ୍ୱାରା ଭାରତ ଓ ବାଂଲାଦେଶ ମଧ୍ୟରେ ଯାତ୍ରୀ ଓ ମାଲ ପରିବହନ ସୁବିଧା ହେବ କାରଣ ଏହି ନୂତନ ବନ୍ଦର ମାଧ୍ୟମରେ ୧୭୦୦ କିଲୋମିଟର ଦୂର ପଶ୍ଚିମବଙ୍ଗର କୋଲକାତା / ହଳଦିଆ ବନ୍ଦରକୁ ଯିବା ପରିବର୍ତ୍ତେ ୭୫ କିଲୋମିଟର ଦୂରରେ ଥିବା ବାଂଲାଦେଶର ଚିଟ୍ଟାଗଙ୍ଗ ବନ୍ଦର ପର୍ଯ୍ୟନ୍ତ ସିଧାସଳଖ ଯିବା ସହଜ ହେବ । ମାର୍ଚ୍ଚ ୨୦୨୧ରେ ପ୍ରଧାନମନ୍ତ୍ରୀ ସବରୁମ ଲାଣ୍ଡ ପୋର୍ଟର ଶିଳାନ୍ୟାସ କରିଥିଲେ ।

ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସିଲିଗୁଡିରେ ବିକଶିତ ଭାରତ ବିକଶିତ ପଶ୍ଚିମବଙ୍ଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ସେ ୪୫୦୦ କୋଟିରୁ ଅଧିକ ଟଙ୍କାର ରେଳ ଓ ସଡ଼କ କ୍ଷେତ୍ରର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଉତ୍ତରବଙ୍ଗ ଏବଂ ଆଖପାଖି ଅଂଚଳର ଲୋକମାନଙ୍କୁ ଉପକୃତ କରିବା ପାଇଁ ରେଳ ଲାଇନର ବିଦ୍ୟୁତିକରଣର ଏକାଧିକ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏକଲଖୀ - ବାଲୁରଘାଟ ସେକ୍ସନ୍‌; ବରସୋଇ - ରାଧିକାପୁର ସେକ୍ସନ; ରାଣୀନଗର ଜଳପାଇଗୁଡ଼ି - ହଳଦୀବାଡ଼ି ସେକ୍ସନ; ସିଲିଗୁଡ଼ି - ଆଲୁଅବାରି ସେକ୍ସନ ଭାୟା ବାଗଡୋଗ୍ରା ଏବଂ ସିଲିଗୁଡ଼ି - ସିଭୋକ୍ - ଅଲିପୁରଦ୍ୱାର ଜଙ୍କସନ୍ - ସମୁକ୍ତାଲା (ଅଲିପୁରଦ୍ୱାର ଜଙ୍କସନ୍ - ନ୍ୟୁ କୁଚ୍ ବିହାର ସମେତ) ବିଭାଗ ଅନ୍ତର୍ଭୁକ୍ତ । 

ପ୍ରଧାନମନ୍ତ୍ରୀ ମଣିଗ୍ରାମ - ନିମତିତା ସେକ୍ସନରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଏବଂ ଆମ୍ବାରୀ ଫାଲାକଟା - ଆଲୁଅବାରିରେ ସ୍ୱୟଂଚାଳିତ ଅବରୋଧ ସଂକେତ ସହିତ ନ୍ୟୁ ଜଳପାଇଗୁଡ଼ିରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ପ୍ରକଳ୍ପ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଲୋକାର୍ପିତ କରିବେ । ପ୍ରଧାନମନ୍ତ୍ରୀ ସିଲିଗୁଡ଼ି ଏବଂ ରାଧିକାପୁର ମଧ୍ୟରେ ଏକ ନୂତନ ଯାତ୍ରୀବାହୀ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ରେଳ ପ୍ରକଳ୍ପଗୁଡିକ ରେଳ ସଂଯୋଗରେ ଉନ୍ନତି ଆଣିବ, ମାଲ ପରିବହନକୁ ସୁଗମ କରିବ ଏବଂ ଏହି ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୩,୧୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୨୭ର ୪ ଲେନ୍ ବିଶିଷ୍ଟ ଘୋସପୁକୁର- ଧୁପଗୁଡ଼ି ସେକ୍ସନ୍ ଏବଂ ୨୭ ନମ୍ବର ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ ଇସଲାମପୁର ବାଇପାସ୍ ଅନ୍ତର୍ଭୁକ୍ତ । ଘୋସପୁକୁର - ଧୁପଗୁଡ଼ି ସେକ୍ସନ ପୂର୍ବ ଭାରତକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରୁଥିବା ଉତ୍ତର - ଦକ୍ଷିଣ ପରିବହନ କରିଡରର ଏକ ଅଂଶ ଅଟେ । ଏହି ସେକ୍ସନର ଚାରି ଲେନ୍ ନିର୍ମାଣ ହେଲେ ଉତ୍ତର ବଙ୍ଗ ଓ ଉତ୍ତର - ପୂର୍ବାଞ୍ଚଳ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗ ହୋଇପାରିବ । ୪ ଲେନ୍ ବିଶିଷ୍ଟ ଇସଲାମପୁର ବାଇପାସ୍ ଇସଲାମପୁର ସହରରେ ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ । ଏହି ସଡ଼କ ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । 

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୪୨,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ବିକାଶମୂଳକ ପଦକ୍ଷେପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ଏକ ବଡ଼ ପ୍ରୋତ୍ସାହନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ୯୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି ବିମାନ ବନ୍ଦର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ସେ ପୁନେ, କୋହ୍ଲାପୁର, ଗ୍ୱାଲିୟର, ଜବଲପୁର, ଦିଲ୍ଲୀ, ଲକ୍ଷ୍ନୌ, ଆଲିଗଡ଼, ଆଜମଗଡ଼, ଚିତ୍ରକୁଟ, ମୁରାଦାବାଦ, ଶ୍ରାବସ୍ତି ଏବଂ ଆଦମପୁର ବିମାନ ବନ୍ଦରର ୧୨ଟି ନୂତନ ଟର୍ମିନାଲ କୋଠାକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ କଡ଼ପା, ହୁବଲି ଏବଂ ବେଲଗାଭି ବିମାନ ବନ୍ଦରର ତିନୋଟି ନୂତନ ଟର୍ମିନାଲ କୋଠାର ଶିଳାନ୍ୟାସ କରିବେ ।

୧୨ଟି ନୂତନ ଟର୍ମିନାଲ କୋଠାରେ ବାର୍ଷିକ ୬୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାର ମିଳିତ କ୍ଷମତା ରହିବ ଏବଂ ଯେଉଁ ତିନୋଟି ଟର୍ମିନାଲ କୋଠାର ଶିଳାନ୍ୟାସ କରାଯାଉଛି, ସେଗୁଡ଼ିକ ଥରେ ସମ୍ପୂର୍ଣ୍ଣ ହୋଇଗଲେ ଏହି ବିମାନ ବନ୍ଦର ଗୁଡ଼ିକର ମିଳିତ ଯାତ୍ରୀ ପରିଚାଳନା କ୍ଷମତା ବାର୍ଷିକ ୯୫ ଲକ୍ଷକୁ ବୃଦ୍ଧି ପାଇବ । ଏହି ଟର୍ମିନାଲ କୋଠା ଗୁଡିକରେ ଅତ୍ୟାଧୁନିକ ଯାତ୍ରୀ ସୁବିଧା ରହିଛି ଏବଂ ଏଥିରେ ଡବଲ ଇନସୁଲେଟେଡ୍ ଛାତ ବ୍ୟବସ୍ଥା, ଶକ୍ତି ସଞ୍ଚୟ ପାଇଁ କ୍ୟାନୋପିର ବ୍ୟବସ୍ଥା, ଏଲଇଡି ଆଲୋକୀକରଣ ଇତ୍ୟାଦି ବିଭିନ୍ନ ସ୍ଥାୟୀ ବୈଶିଷ୍ଟ୍ୟ ରହିଛି । ଏହି ବିମାନ ବନ୍ଦର ଗୁଡ଼ିକର ଡିଜାଇନ୍ ସେହି ରାଜ୍ୟ ଏବଂ ସହରର ଐତିହ୍ୟ ଢାଞ୍ଚାର ସାଧାରଣ ଉପାଦାନରୁ ପ୍ରଭାବିତ ଏବଂ ସୃଷ୍ଟ ହୋଇଛି, ଯାହା ସ୍ଥାନୀୟ ସଂସ୍କୃତିକୁ ପ୍ରତିଫଳିତ କରେ ଏବଂ ଏହି ଅଞ୍ଚଳର ଐତିହ୍ୟ ଉପରେ ଆଲୋକପାତ କରେ ।

ସମସ୍ତଙ୍କୁ ଘର ଯୋଗାଇ ଦେବା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ମଧ୍ୟରୁ ଅନ୍ୟତମ । ଏହି ଦୃଷ୍ଟିକୋଣରୁ ପରିଚାଳିତ ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଅଭିନବ ଉପାୟ ହେଉଛି ଲାଇଟ୍ ହାଉସ୍ ପ୍ରୋଜକ୍ଟର ପରିକଳ୍ପନା । ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ଏବଂ ରାଞ୍ଚିରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟ (ଏଲଏଚ୍‌ପି)କୁ ଉଦଘାଟନ କରିବେ, ଯାହା ଅଧୀନରେ ଆଧୁନିକ ଭିତ୍ତିଭୂମି ସହିତ ୨୦୦୦ରୁ ଅଧିକ ସୁଲଭ ଫ୍ଲାଟ ନିର୍ମାଣ କରାଯାଇଛି । ଏହି ଏଲଏଚପିରେ ବ୍ୟବହୃତ ଅଭିନବ ନିର୍ମାଣ ଜ୍ଞାନକୌଶଳ ପରିବାରଗୁଡ଼ିକୁ ଏକ ସ୍ଥାୟୀ ଏବଂ ଭବିଷ୍ୟତର ଜୀବନ ଅନୁଭୂତି ପ୍ରଦାନ କରିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଚେନ୍ନାଇ, ରାଜକୋଟ ଏବଂ ଇନ୍ଦୋରରେ ସମାନ ଲାଇଟ୍ ହାଉସ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଏଲ୍‌ଏଚ୍‌ପିର ଶିଳାନ୍ୟାସ କରିଥିଲେ ।

ରାଞ୍ଚି ଏଲ୍‌ଏଚ୍‌ପି ପାଇଁ ଜର୍ମାନୀର ପ୍ରିକାଷ୍ଟ କଂକ୍ରିଟ କନଷ୍ଟ୍ରକସନ ସିଷ୍ଟମ - ୩ଡି ଭଲ୍ୟୁମେଟ୍ରିକ୍ ଟେକ୍ନୋଲୋଜି ଗ୍ରହଣ କରାଯାଇଛି । ଏଲଏଚପି ରାଞ୍ଚିର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ପ୍ରତ୍ୟେକ କୋଠରୀକୁ ଅଲଗା ଅଲଗା କରାଯାଇଛି ଏବଂ ତା'ପରେ ସମଗ୍ର ସଂରଚନାକୁ ଲେଗୋ ବ୍ଲକ ଖେଳନା ପରି ଯୋଡାଯାଇଛି । ଏଲଏଚପି ଲକ୍ଷ୍ନୌ କାନାଡାର ଷ୍ଟେ ଇନ୍ ପ୍ଲେସ୍ ପିଭିସି ଫର୍ମୱାର୍କ ବ୍ୟବହାର କରି ପ୍ରି - ଇଞ୍ଜିନିୟର୍‌ଡ ଷ୍ଟିଲ୍ ଷ୍ଟ୍ରକ୍‌ଚରାଲ ସିଷ୍ଟମ୍ ସହିତ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ୧୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଶିଳାନ୍ୟାସ କରିବେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ - ୨ର ଚାରି ଲେନ୍ ଲକ୍ଷ୍ନୌ ରିଙ୍ଗ୍ ରୋଡ୍‌ର ୩ଟି ପ୍ୟାକେଜ୍ ଏବଂ ଚକେରିରୁ ଆହ୍ଲାବାଦ ସେକ୍ସନକୁ ୬ ଲେନ୍ କରିବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ରାମପୁର - ରୁଦ୍ରପୁରର ପଶ୍ଚିମ ପାର୍ଶ୍ୱ ସ୍ପର - ଚାରି ଲେନ୍‌ର ଶିଳାନ୍ୟାସ ; କାନପୁର ରିଙ୍ଗରୋଡର ୬ ଲେନ୍ ବିଶିଷ୍ଟ ଦୁଇଟି ପ୍ୟାକେଜ୍ ଏବଂ ଜାତୀୟ ରାଜପଥ - ୨୪ବି / ଏନ୍‌ଏଚ୍ - ୩୦ର ରାୟବରେଲି - ପ୍ରୟାଗରାଜ ସେକ୍ସନର ୪ ଲେନ୍‌ର ପ୍ୟାକେଜ୍ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିବେ । ଏହି ସଡ଼କ ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ଉନ୍ନତି ଆଣିବ, ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ସାମାଜିକ - ଅର୍ଥନୈତିକ ବିକାଶ କରିବ ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ୩୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୭୪୪ଟି ଗ୍ରାମୀଣ ସଡ଼କ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତ୍ତର ପ୍ରଦେଶରେ ସମୁଦାୟ ୫,୪୦୦ କିଲୋମିଟରରୁ ଅଧିକ ଗ୍ରାମୀଣ ସଡ଼କ ନିର୍ମାଣ ହେବ ଏବଂ ରାଜ୍ୟର ପାଖାପାଖି ୫୯ଟି ଜିଲ୍ଲା ଉପକୃତ ହେବ । ଏହା ଦ୍ୱାରା ଯୋଗାଯୋଗ ବୃଦ୍ଧି ପାଇବ ଏବଂ ସାମାଜିକ - ଅର୍ଥନୈତିକ ବିକାଶକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ ।

ଏହି କାର୍ଯ୍ୟକ୍ରମରେ , ପ୍ରଧାନମନ୍ତ୍ରୀ ପାଖାପାଖି ୮୨୦୦ କୋଟି ଟଙ୍କାର ଏକାଧିକ ରେଳ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ, ଯାହା ଉତ୍ତର ପ୍ରଦେଶରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ । ସେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନର ଦୋହରୀକରଣ ଏବଂ ବିଦ୍ୟୁତିକରଣ ପ୍ରକଳ୍ପକୁ ଲୋକାର୍ପିତ କରିବେ । ସେ ଭଟନୀ - ପିଓକୋଲ ବାଇପାସ୍ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଯାହା ଭଟନୀରେ ଇଞ୍ଜିନ୍ ପରିବର୍ତ୍ତନ ସମସ୍ୟାର ସମାଧାନ କରିବ ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳକୁ ସୁଗମ କରିବ । ପ୍ରଧାନମନ୍ତ୍ରୀ ବହରାଇଚ - ନାନପାରା - ନେପାଳଗଞ୍ଜ ରୋଡ ରେଳ ସେକ୍ସନର ଗେଜ୍ ରୂପାନ୍ତର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହି ଅଞ୍ଚଳକୁ ବ୍ରଡଗେଜ୍ ଲାଇନ୍ ଜରିଆରେ ମହାନଗରୀ ସହ ସଂଯୋଗ କରାଯିବ, ଯାହା ଦ୍ରୁତ ବିକାଶରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ଏକ ରେଳ ପୋଲ ସମେତ ଗାଜିପୁର ସିଟି ଏବଂ ଗାଜିପୁର ଘାଟରୁ ତାରିଘାଟ ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନର ଉଦଘାଟନ କରିବେ । ସେ ଗାଜିପୁର ସିଟି – ତାରିଘାଟ - ଦିଲଦାର ନଗର ଜଙ୍କସନ୍ ମଧ୍ୟରେ ମେମୁ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ, ଜୌନପୁର ଏବଂ ଇଟାୱାରେ ଏକାଧିକ ମଇଳା ଜଳ ଅଶୋଧିତ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବେ ।

ମହାତାରୀ ବନ୍ଦନା ଯୋଜନା

ଛତିଶଗଡରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମହାତାରୀ ବନ୍ଦନା ଯୋଜନା ଅଧୀନରେ ପ୍ରଥମ କିସ୍ତି ବଣ୍ଟନ କରିବେ । ରାଜ୍ୟର ଯୋଗ୍ୟ ବିବାହିତ ମହିଳାମାନଙ୍କୁ ମାସିକ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଆକାରରେ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଛତିଶଗଡ଼ରେ ଏହି ଯୋଜନା ଆରମ୍ଭ କରାଯାଇଛି । ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସୁନିଶ୍ଚିତ କରିବା, ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ଏବଂ ପରିବାରରେ ମହିଳାଙ୍କ ନିର୍ଣ୍ଣାୟକ ଭୂମିକାକୁ ସୁଦୃଢ଼ କରିବା ପାଇଁ ଏହା ପରିକଳ୍ପନା କରାଯାଇଛି ।

୨୦୨୪ ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟର ୨୧ ବର୍ଷରୁ ଅଧିକ ବୟସର ସମସ୍ତ ଯୋଗ୍ୟ ବିବାହିତ ମହିଳାଙ୍କୁ ଏହି ଯୋଜନାରେ ସୁବିଧା ମିଳିବ । ବିଧବା, ଛାଡ଼ପତ୍ର ପ୍ରାପ୍ତ ଏବଂ ପରିତ୍ୟକ୍ତ ମହିଳାମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ହେବେ । ପ୍ରାୟ ୭୦ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister’s State Visit to Uzbekistan
August 30, 2026

MoUs and Agreements

Sl. No.

Title

1.

Cultural Exchange Programme between the Government of the Republic of India and the Government of the Republic of Uzbekistan for the years 2026-30.

2.

Letter of Intent between the Ministry of External Affairs of the Republic of India and the Cultural Heritage Agency of the Republic of Uzbekistan for the conservation and restoration of ancient buddhist sites of Fayaz Tepa and KaraTepa located in Termez, Uzbekistan.

3.

Memorandum of Understanding on Cooperation in the field of archival work between the National Archives under the Ministry of Culture of India and the Agency "Uzarchive" under the Ministry of Justice of the Republic of Uzbekistan.

4.

Memorandum of Understanding between the Government of the Republic of India and the Government of the Republic of Uzbekistan on cooperation in the field of Ayurveda and other traditional systems of medicine.

5.

Memorandum of Understanding between the Ministry of Mines of the Republic of India and Ministry of Mining Industry and Geology of the Republic of Uzbekistan on Cooperation in the fields of Geology and Mineral Resources.

6.

Partnership Program on cooperation between the Ministry of Tourism of the Republic of India and the Tourism Committee of the Republic of Uzbekistan in the field of tourism for 2026-28.

7.

Memorandum of Understanding between The Sushma Swaraj Institute of Foreign Service, Ministry of External Affairs, Republic of India and the Diplomatic Academy at the University of World Economy and Diplomacy, Ministry of Foreign Affairs of the Republic of Uzbekistan.

8.

Memorandum of Understanding (MoU) between the Ministry of Finance of the Republic of India and the Ministry of Economy and Finance of the Republic of Uzbekistan for an Economic and Financial Dialogue.

9.

Agreement between the Ministry of Environment and Forest and Climate Change of the Republic of India and National Committee on Ecology and Climate Change of the Republic of Uzbekistan on cooperation in the field of environmental protection.

10.

Memorandum of Understanding between the Government of the Republic of India and the Government of the Republic of Uzbekistan on Cooperation in the Field of Higher Education and Scientific Research.

11.

Cooperation Agreement between the Gujarat state of the Republic of India and the Samarkand region of the Republic of Uzbekistan of establishment of partnership relations.

Announcements

Sl. No.

Title

1.

Elevating the India-Uzbekistan Strategic Partnership to a Comprehensive Strategic Partnership

2.

Grant of USD 1 million for afforestation in the Aral Sea region

3.

 Lal Bahadur Shastri Scholarship for Hindi Language (100 Scholarships)

4.

ICCR Sanskrit Chair at Tashkent State University of Oriental Studies

5.

Commercial Agreement between NPCI International Payments Ltd (NIPL) with National Interbank Processing Centre JSC (NIPC), Uzbekistan to enable UPI Apps of India to scan national QR - UZQR for making merchant payments in Uzbekistan.