କାହାଣୀ କଥନ, ସାମାଜିକ ପରିବର୍ତ୍ତନ ଦିଗରେ ପ୍ରୟାସ, ପୋଷଣୀୟ ପରିବେଶ ସୁରକ୍ଷା, ଶିକ୍ଷା, ଗେମିଂ ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଏବଂ ପ୍ରଭାବକୁ ସ୍ୱୀକୃତି ପ୍ରଦାନ ନିମନ୍ତେ ଏହା ଏକ ଅଭିନବ ପ୍ରୟାସ
ଏହି ପୁରସ୍କାର ପାଇଁ ଚୟନ ନିମନ୍ତେ ବ୍ୟାପକ ଜନ କାର୍ଯ୍ୟକ୍ରମ କରାଯାଇଛି; ୧.୫ ଲକ୍ଷ ଆବେଦନକାରୀଙ୍କ ପାଇଁ ପ୍ରାୟ ୧୦ ଲକ୍ଷ ଭୋଟ ପ୍ରଦାନ କରାଯାଇଛି
କୋଡ଼ିଏରୁ ଅଧିକ ବର୍ଗରେ ଦିଆଯିବ ପୁରସ୍କାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦.୩୦ ମିନିଟ ବେଳେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ପ୍ରଧନ ଜାତୀୟ ସର୍ଜନ ପୁରସ୍କାର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ସେଠାରେ ଉପସ୍ଥିତ ପ୍ରତିନିଧି ଓ ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରିବେ ।

ରାଷ୍ଟ୍ରୀୟ ସର୍ଜନ ପୁରସ୍କାର କଥା ବାଚକ, ସାମାଜିକ ପରିବର୍ତ୍ତନ, ପର୍ଯ୍ୟାବରଣ ସମ୍ବହନୀୟତା ଏବଂ ଶିକ୍ଷା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରେଷ୍ଠତ୍ୱକୁ ପ୍ରୋତ୍ସାହନ କରିବାର ଏକ ଅଭିନବ ପ୍ରୟାସ । ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ସୃଜନଶୀଳତାକୁ ପ୍ରୋତ୍ସାହନ କରିବାର ଏହା ଏକ ଉପକ୍ରମ ।

ରାଷ୍ଟ୍ରୀୟ ସୃଜନ ପୁରସ୍କାର ପ୍ରଦାନ ପ୍ରକ୍ରିୟାରେ ଜନସାଧାରଣ ବ୍ୟାପକ ଭାବରେ ଅଂଶଗ୍ରହଣ କରିଛନ୍ତି । ଏହାର ପ୍ରଥମ ପର୍ଯ୍ୟାୟରେ ୧.୫ ଲକ୍ଷରୁ ଅଧିକ ଆବେଦନ ପତ୍ର ୨୦ରୁ ଅଧିକ ବର୍ଗରେ ମିଳିଥିଲା । ପରେ ଭୋଟିଂ ପର୍ଯ୍ୟାୟରେ ପ୍ରାୟ ୧୦ ଲକ୍ଷ ଭୋଟ ବିିଭିନ୍ନ ଡିଜିଟାଲ ସୃଜକ ବର୍ଗରେ ମିଳିଥିଲା । ଏହାର ଆଧାରରେ ୨୩ ଜଣ ବିଜେତାଙ୍କୁ ଚୟନ କରାଯାଇଥିଲା । ସେଥିରେ ତିନିଜଣ ଆନ୍ତର୍ଜାତିକ ସୃଜକ ସାମିଲ । ଏଭଳି ବିପୁଳ ସଂଖ୍ୟକ ଜନଭାଗିଦାରୀତା ପ୍ରମାଣିତ କରିଛି ଯେ ଏହି ପୁରସ୍କାର ବାସ୍ତବ ପକ୍ଷେ ଲୋକମାନଙ୍କ ଚୟନ ଆଧାରରେ କରାଯାଇଛି ।

ଏହିସବୁ ପୁରସ୍କାର କଥା ବାଚକ; ଡିସରପ୍ଟର ଅଫ୍ ଦି ଇଅର, ସେଲିବ୍ରିଟି କ୍ରିଏଟର ଅଫ୍ ଦି ଇଅର, ସବୁଜ ଚାମ୍ପିଅନ୍ ପୁରସ୍କାର, ଶ୍ରେଷ୍ଠ ସାମାଜିକ ସୃଜକ ପୁରସ୍କାର, ସର୍ବାଧିକ ପ୍ରଭାବୀ କୃଷି ସୃଜକ, ସାଂସ୍କୃତିକ ଆମ୍ବାସାଡ଼ର ଅଫ୍ ଦି ଇଅର, ଆନ୍ତର୍ଜାତିକ ସୃଜକ ପୁରସ୍କା, ଶ୍ରେଷ୍ଠ ଭ୍ରମଣ ସୃଜକ ପୁରସ୍କାର, ସ୍ୱଚ୍ଛତା ଆମ୍ବାସାଡ଼ର ପୁରସ୍କା, ନୂତନ ଭାରତ ଚାମ୍ପିଅନ୍ ପୁରସ୍କାର, ପ୍ରଯୁକ୍ତି ସୃଜକ ପୁରସ୍କାର, ଐତିହ୍ୟ ଫେସନ ଆଇକନ୍ ପୁରସ୍କାର, ସର୍ବଶ୍ରେଷ୍ଠ ସୃଜକ ସ୍ରଷ୍ଟା ପୁରସ୍କାର, ସର୍ବଶ୍ରେଷ୍ଠ ଗେମିଂ ପୁରସ୍କାର, ଶ୍ରେଷ୍ଠ ମାଇକ୍ରୋ ସୃଜକ ପୁରସ୍କାର, ଶ୍ରେଷ୍ଠ ନାନୋ ସୃଜକ ପୁରସ୍କାର, ଶ୍ରେଷ୍ଠ ସ୍ୱାସ୍ଥ୍ୟ ଓ ଫିଟନେସ୍ ସୃଜକ ପୁରସ୍କାର ସମେତ କୋଡିଏରୁ ଅଧିକ ବର୍ଗରେ ପ୍ରଦାନ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure