ଏହି ଅବସରରେ ଦେଶର ଯୁବକମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଏହି ତିନୋଟି ସୁବିଧା ପ୍ରତିଷ୍ଠା ହେଲେ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ସୁଦୃଢ଼ ହେବା ସହ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ମାର୍ଚ୍ଚ ୧୩ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶର ଯୁବକମାନଙ୍କୁ ସମ୍ବୋଧିତ କରିବେ ।

ସେମିକଣ୍ଡକ୍ଟର ଡିଜାଇନ, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଅବସ୍ଥାପିତ କରିବା ଏବଂ ଦେଶର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ଦୃଷ୍ଟିକୋଣକୁ ଆଖିରେ ରଖି ଗୁଜରାଟର ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସଆଇଆର)ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ; ଆସାମର ମୋରିଗାଓଁ ଠାରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା; ଏବଂ ଗୁଜରାଟର ସାନନ୍ଦ ଠାରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । 

ଭାରତରେ ସେମିକଣ୍ଡକ୍ଟର ଫ୍ୟାବ୍ ସ୍ଥାପନ ପାଇଁ ସଂଶୋଧିତ ଯୋଜନା ଅଧୀନରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ଟିଇପିଏଲ୍‌) ଦ୍ୱାରା ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସ୍‌ଆଇଆର) ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ପ୍ରତିଷ୍ଠା କରାଯିବ । ସମୁଦାୟ ୯୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହିତ ଏହା ଦେଶର ପ୍ରଥମ ବାଣିଜ୍ୟିକ ସେମିକଣ୍ଡକ୍ଟର ଫ୍ୟାବ୍ ହେବ ।

ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ଟିଇପିଏଲ୍‌) ଦ୍ୱାରା ସେମିକଣ୍ଡକ୍ଟର ଆସେମ୍ବଲିଂ, ଟେଷ୍ଟିଂ, ମାର୍କିଂ ଆଣ୍ଡ ପ୍ୟାକେଜିଂ (ଏଟିଏମପି) ପାଇଁ ସଂଶୋଧିତ ଯୋଜନା ଅଧୀନରେ ଏବଂ ପ୍ରାୟ ୨୭,୦୦୦ କୋଟି ଟଙ୍କା ବିନିଯୋଗରେ ଆସାମର ମୋରିଗାଓଁରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ପ୍ରତିଷ୍ଠା କରାଯିବ ।

ସିଜି ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଆଲ ସଲ୍ୟୁସନ୍ ଲିମିଟେଡ ଦ୍ୱାରା ସାନନ୍ଦରେ ସେମିକଣ୍ଡକ୍ଟର ଆସେମ୍ବଲି, ଟେଷ୍ଟିଂ, ମାର୍କିଂ ଆଣ୍ଡ ପ୍ୟାକେଜିଂ (ଏଟିଏମପି) ପାଇଁ ସଂଶୋଧିତ ଯୋଜନା ଅଧୀନରେ ଏବଂ ମୋଟ ୭,୫୦୦ କୋଟି ଟଙ୍କା ବିନିଯୋଗରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ପ୍ରତିଷ୍ଠା କରାଯିବ ।

 ଏହି ସୁବିଧା ମାଧ୍ୟମରେ , ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ଏବଂ ଭାରତକୁ ଏକ ଦୃଢ଼ ଭିତ୍ତିଭୂମି ମିଳିବ । ଏହି ୟୁନିଟ୍ ଗୁଡ଼ିକ ସେମିକଣ୍ଡକ୍ଟର ଶିଳ୍ପରେ ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ସହ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଆଦି ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବ ।

ଏହି କାର୍ଯ୍ୟକ୍ରମରେ ହଜାର ହଜାର କଲେଜ ଛାତ୍ରଛାତ୍ରୀଙ୍କ ସମେତ ସେମିକଣ୍ଡକ୍ଟର ଉଦ୍ୟୋଗର ନେତୃତ୍ୱ ସମେତ ବହୁ ସଂଖ୍ୟାରେ ଯୁବବର୍ଗ ଅଂଶଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi