ପାଣ୍ଡୁଲିପି ଡିଜିଟାଇଜେସନ, ସଂରକ୍ଷଣ ଓ ସାର୍ବଜନୀନ ଉପଲବ୍ଧତା ପାଇଁ ‘ଜ୍ଞାନ ଭାରତମ୍’ ପୋର୍ଟାଲ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ସମ୍ମିଳନୀର ବିଷୟବସ୍ତୁ: ପାଣ୍ଡୁଲିପି ଐତିହ୍ୟ ମାଧ୍ୟମରେ ଭାରତର ଜ୍ଞାନ ଐତିହ୍ୟର ପୁନରୁଦ୍ଧାର
ସମ୍ମିଳନୀର ଉଦ୍ଦେଶ୍ୟ : ଭାରତର ଅତୁଳନୀୟ ପାଣ୍ଡୁଲିପି ସମ୍ପଦକୁ ପୁନର୍ଜୀବିତ କରିବା

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ୧୨ ସେପ୍ଟେମ୍ବର ଅପରାହ୍ନ ପ୍ରାୟ ୪:୩୦ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜ୍ଞାନ ଭାରତମ୍‌ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବେ । ସେ ପାଣ୍ଡୁଲିପିର ଡିଜିଟାଇଜେସନ, ସଂରକ୍ଷଣ ଏବଂ ସାର୍ବଜନୀନ ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସମର୍ପିତ ଡିଜିଟାଲ ପ୍ଲାଟଫର୍ମ ଜ୍ଞାନ ଭାରତମ୍ ପୋର୍ଟାଲ ମଧ୍ୟ ଶୁଭାରମ୍ଭ କରି ଏହି ଅବସରରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ପାଣ୍ଡୁଲିପି ଐତିହ୍ୟ ମାଧ୍ୟମରେ ଭାରତର ଜ୍ଞାନ ଐତିହ୍ୟ ପୁନରୁଦ୍ଧାର’ ବିଷୟକୁ କେନ୍ଦ୍ର କରି ୧୧ରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମ୍ମିଳନୀ ଆୟୋଜିତ ହେବ। ସମ୍ମିଳନୀରେ ପ୍ରମୁଖ ବିଦ୍ୱାନ, ସଂରକ୍ଷଣବିଦ୍, ପ୍ରଯୁକ୍ତିବିଦ୍ୟା ଏବଂ ନୀତି ବିଶେଷଜ୍ଞମାନେ ଭାରତର ଅତୁଲନୀୟ ପାଣ୍ଡୁଲିପି ସମ୍ପଦକୁ ପୁନରୁଦ୍ଧାର କରି, ବିଶ୍ୱସ୍ତରୀୟ ଜ୍ଞାନ ଆଲୋଚନାର କେନ୍ଦ୍ରରେ କିପରି ଆଣିହେବା, ସେ ବିଷୟରେ ବିଚାର-ବିମର୍ଶ କରିବେ। ସମ୍ମିଳନୀର ଅନ୍ୟତମ ଆକର୍ଷଣ ହେବ ଦୁର୍ଲଭ ପାଣ୍ଡୁଲିପିମାନଙ୍କର ପ୍ରଦର୍ଶନୀ। ସେଥିସହିତ, ପାଣ୍ଡୁଲିପି ସଂରକ୍ଷଣ, ଡିଜିଟାଇଜେସନ ପ୍ରଯୁକ୍ତି, ମେଟାଡାଟା ମାନକ, ଆଇନଗତ ଧାଞ୍ଚା, ସାଂସ୍କୃତିକ କୂଟନୀତି ଏବଂ ପ୍ରାଚୀନ ଲିପିର ଅର୍ଥନିର୍ଣ୍ଣୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଦ୍ୱାନମାନଙ୍କ ଉପସ୍ଥାପନା ମଧ୍ୟ ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength