ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 7 ଫେବୃଆରୀ 2020ରେ ଆସାମର କୋକ୍ରାଝର ଗସ୍ତ କରିବେ । ସେଠାରେ ସେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମରେ ସମଗ୍ର ଆସାମ ଓ ବିଟିଏଡି ଜିଲ୍ଲାରୁ 4 ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଯୋଗ ଦେବେ ବୋଲି ଆଶା କରାଯାଉଛି । ରାଜ୍ୟର ବିବିଧତାକୁ ପ୍ରଦର୍ଶନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆସାମର ଜନଜାତି ସମୁଦାୟଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଚଳିତ ବର୍ଷ ଜାନୁଆରୀରେ ସମସ୍ତ ଅଗ୍ରଣୀ ଅଂଶୀଦାରମାନଙ୍କୁ ଗୋଟିଏ ବ୍ୟବସ୍ଥାରେ ସାମିଲ କରାଯାଇ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସମାରୋହକୁ ସମ୍ବୋଧିତ କରିବା ସମୟରେ ଏହି ରାଜିନାମାକୁ ପ୍ରଶଂସା କରିବେ ।

27 ଜାନୁଆରୀ 2020ରେ ଏହି ରାଜିନାମା ନୂଆଦିଲ୍ଲୀ ଠାରେ ସ୍ୱାକ୍ଷରିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ତାରିଖକୁ ‘ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ’ ଭାବେ ବର୍ଣ୍ଣନା କରିଥିଲେ । ଏହି ରାଜିନାମା ବୋଡୋ ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ଶାନ୍ତି, ସଦଭାବ ଏବଂ ଭାଇଚାରାର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଏହି ରାଜିନାମା ପ୍ରଧାନମନ୍ତ୍ରୀଙ୍କ “ସବକା ସାଥ ସବକା ବିକାଶ” ସଂକଳ୍ପ ଏବଂ ଉତ୍ତର ପୂର୍ବାଂଚଳର ସାମଗ୍ରୀକ ବିକାଶ ଦିଗରେ ତାଙ୍କର ପ୍ରତିବଦ୍ଧତାକୁ ପୂରଣ କରିବା ସହ 5 ଦଶନ୍ଧି ପୁରୁଣା ବୋଡୋ ବିବାଦର ସମାଧାନ କରିଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରରେ କହିଥିଲେ ଯେ “ବୋଡୋ ରାଜିନାମା ବିଭିନ୍ନ କାରଣରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ ପୂର୍ବରୁ ହିଂସାତ୍ମକ ପ୍ରତିରୋଧ କରୁଥିଲେ ସେମାନେ ଏବେ ମୁଖ୍ୟଧାରାକୁ ଫେରିବା ସହିତ ଦେଶର ବିକାଶରେ ଯୋଗଦାନ ଦେଇପାରିବେ ।”

ତାହା ହିଁ ହୋଇଛି, 1615ରୁ ଊର୍ଦ୍ଧ୍ଵ ଏନଡିଏଫବିର ବିଭିନ୍ନ ସଂଗଠନର ସଦସ୍ୟ ରାଜିନାମା ସ୍ୱାକ୍ଷରିତ ହେବାର ମାତ୍ର 2 ଦିନ ମଧ୍ୟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ସହିତ ମୁଖ୍ୟଧାରାକୁ ଫେରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଥିଲେ ଯେ “ବୋଡୋ ସମୁଦାୟଙ୍କ ସହିତ ଏହି ରାଜିନାମା ବୋଡୋ ଲୋକମାନଙ୍କ ଅଭିନବ ସଂସ୍କୃତିକୁ ସଂରକ୍ଷଣ ଯୋଗାଇ ଦେବା ସହିତ ଏହାକୁ ଲୋକପ୍ରିୟ କରିବ । ସେମାନେ ବିଭିନ୍ନ ବିକାଶମୂଳକ ଯୋଜନାର ଲାଭ ପାଇପାରିବେ । ବୋଡୋ ଲୋକମାନଙ୍କ ଆଶାଆକାଂକ୍ଷା ପୂରଣ କରିବା ଲାଗି ଯଥାସମ୍ଭବ କାର୍ଯ୍ୟ କରିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ।”

ଏହି ଅଂଚଳର ବିକାଶ ପାଇଁ 1500 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି ।

ନିକଟରେ ଭାରତ ସରକାର ଏବଂ ମିଜେରାମ ଓ ତ୍ରିପୁରା ସରକାରଙ୍କ ମଧ୍ୟରେ ବ୍ରୁ-ରେଙ୍ଗ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା 35 ହଜାର ବ୍ରୁ-ରେଙ୍ଗ ଶରଣାର୍ଥୀଙ୍କୁ ଆଶ୍ୱସ୍ତି ମିଳିଛି । ତ୍ରିପୁରାରେ ଏନଏଲଏଫଟିର 85 କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏହା ଉତ୍ତର ପୂର୍ବାଂଚଳର ବିକାଶ ଓ ଶାନ୍ତି ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଗଣତନ୍ତ୍ର ଦିବସରେ ପ୍ରସାରିତ ‘ମନ କୀ ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ହିଂସା ମାର୍ଗରେ ଚାଲୁଥିବା ସମସ୍ତଙ୍କୁ ଆତ୍ମସମର୍ପଣ କରିବା ଏବଂ ମୁଖ୍ୟଧାରାରେ ସାମିଲ ହେବା ନିମନ୍ତେ ଆହ୍ୱାନ କରିଥିଲେ ।

ସେ କହିଥିଲେ ଯେ “ଗଣତନ୍ତ୍ର ଦିବସର ପବିତ୍ର ଅବସରରେ ମୁଁ ଦେଶର ଯେକୌଣସି ଭାଗରେ ରହୁଥିବା ସେହି ଲୋକମାନଙ୍କୁ ମୁଖ୍ୟଧାରାକୁ ଫେରିବା ଲାଗି ଅପିଲ କରୁଛି ଯେଉଁମାନେ ହିଂସା ଓ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି । ସେମାନଙ୍କର ନିଜ କ୍ଷମତା ସହିତ ଦେଶର କ୍ଷମତା ଉପରେ ମଧ୍ୟ ଭରସା ରହିବା ଉଚିତ । ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସବୁ ସମସ୍ୟାର ସମାଧାନ ହୋଇପାରିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi