ଏକ ବିଶ୍ୱସ୍ତରୀୟ ପ୍ରୟାସରେ ପବିତ୍ର ଜୈନ ନବକାର ମହାମନ୍ତ୍ର ଦିବସ ମାଧ୍ୟମରେ ଶାନ୍ତି, ଆଧ୍ୟାତ୍ମିକ ଜାଗରଣ ଏବଂ ସାର୍ବଜନୀନ ସଦ୍‌ଭାବ ବୃଦ୍ଧି କରିବା ପାଇଁ ୧୦୮ରୁ ଅଧିକ ଦେଶର ଲୋକ ଭାଗ ନେବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ଅପ୍ରେଲ ସକାଳ ପ୍ରାୟ ୮ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନବକାର ମହାମନ୍ତ୍ର ଦିବସରେ ଯୋଗଦେବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ନବକାର ମହାମନ୍ତ୍ର ଦିବସ ହେଉଛି, ଆଧ୍ୟାତ୍ମିକ ସମନ୍ୱୟ ଏବଂ ନୈତିକ ଚେତନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଯାହା ଜୈନ ଧର୍ମର ସବୁଠାରୁ ପବିତ୍ର ଏବଂ ସାର୍ବଜନୀନ ମନ୍ତ୍ର - ନବକାର ମହାମନ୍ତ୍ରର ସାମୂହିକ ଜପ ମାଧ୍ୟମରେ ଲୋକଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରେ । ଅହିଂସା, ନମ୍ରତା ଏବଂ ଆଧ୍ୟାତ୍ମିକ ଉତ୍‌ଥାନର ମୂଳ ନୀତି ଉପରେ ଆଧାରିତ ଏହି ମନ୍ତ୍ର ଜ୍ଞାନୀ ବ୍ୟକ୍ତିଙ୍କ ଗୁଣକୁ ସମ୍ମାନ ପ୍ରଦାନ କରେ ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନ ପାଇଁ ପ୍ରେରଣା ଯୋଗାଇ ଥାଏ । ଏହି ଦିବସ ସମସ୍ତ ବ୍ୟକ୍ତିଙ୍କୁ ଆତ୍ମ-ଶୁଦ୍ଧି, ସହନଶୀଳତା ଏବଂ ସାମୂହିକ ମଙ୍ଗଳର ମୂଲ୍ୟବୋଧ ଉପରେ ପ୍ରତିଫଳିତ କରିବାକୁ ଉତ୍ସାହିତ କରେ । ଏହି ଅବସରରେ ୧୦୮ରୁ ଅଧିକ ଦେଶର ଲୋକ ଶାନ୍ତି ଏବଂ ଏକତା ପାଇଁ ବିଶ୍ୱବ୍ୟାପୀ ମନ୍ତ୍ର ଜପରେ ସାମିଲ ହେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi