ପ୍ରାୟ ତିନି ଶହ ବାଲ କୀର୍ତ୍ତନିଆଙ୍କ ଦ୍ୱାରା ପରିବେଷିତ ଶବଦ କୀର୍ତ୍ତନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ପ୍ରାୟ ତିନି ହଜାର ଛାତ୍ରଛାତ୍ରୀଙ୍କ ମାର୍ଚ୍ଚ ପାଷ୍ଟକୁ ପ୍ରଧାନମନ୍ତ୍ରୀ ପତାକା ହଲାଇ ଆରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୬, ୨୦୨୨ ମଧ୍ୟାହ୍ନ ୧୨.୩୦ରେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ‘ବୀର ବାଲ ଦିବସ’ ଅବସରରେ ଆୟୋଜିତ ଏକ ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ତିନି ଶହ ବାଲ କୀର୍ତ୍ତନିଆଙ୍କ ଦ୍ୱାରା ପରିବେଷିତ ଶବଦ କୀର୍ତ୍ତନରେ ଭାଗ ନେବେ । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଠାରେ ପ୍ରାୟ ତିନି ହଜାର ଛାତ୍ରଛାତ୍ରୀଙ୍କ ମାର୍ଚ୍ଚ ପାଷ୍ଟକୁ ପତାକା ହଲାଇ ଆରମ୍ଭ କରିବେ ।

ସାହିବଜାଦାମାନଙ୍କ ଅନୁକରଣୀୟ ସାହସର କାହାଣୀ ସମ୍ପର୍କରେ ନାଗରିକ, ବିଶେଷ କରି ଛୋଟ ପିଲାଙ୍କୁ ସୂଚନା ଦେବା ତଥା ଶିକ୍ଷିତ କରିବା ପାଇଁ ସରକାର ଦେଶରେ ଆଲୋଚନାମୂଳକ ଓ ସହଭାଗିତା କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି । ଏହି ଉପକ୍ରମ ଅନୁଯାୟୀ ସାରା ଦେଶର ସ୍କୁଲ ଓ କଲେଜଗୁଡିକରେ ନିବନ୍ଧ ଲିଖନ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ଓ ଅନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ରେଳ ଷ୍ଟେସନ, ପେଟ୍ରୋଲ ପମ୍ପ, ବିମାନ ବନ୍ଦର ଭଳି ସାର୍ବଜନୀନ ସ୍ଥାନଗୁଡିକରେ ଡିଜିଟାଲ ପ୍ରଦର୍ଶନ କରାଯିବ । ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଠି ବିଶିଷ୍ଟ ବ୍ୟକ୍ତିମାନେ ସାହିବଜାଦାମାନଙ୍କ ଜୀବନଗାଥା ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିବେ ।

ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପରକାଶ ପରବ, ଜାନୁୟାରୀ ୯, ୨୦୨୨ ଅବସରରେ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୬କୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁଅ ସାହିବଜାଦା ବାବା ଜୋରାୱର ସିଂହ ଜୀ ଓ ବାବା ଫତେହ ସିଂହ ଜୀଙ୍କ ବଳିଦାନ ଦିବସକୁ ‘ବୀର ବାଲ ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reforms, agile economic management bearing fruit: FM on 7.8% Q1 GDP growth

Media Coverage

Reforms, agile economic management bearing fruit: FM on 7.8% Q1 GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.