ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ନିର୍ମାଣ ହେଉଛି ଏହି ବିମାନ ବନ୍ଦର
ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ
୨୦୨୪ ସୁଦ୍ଧା ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ କାମ ସମ୍ପୂର୍ଣ୍ଣ ହେବ
ଭାରତରେ ପ୍ରଥମ ଥର ପାଇଁ, ସମନ୍ୱିତ ମଲ୍ଟି-ମୋଡାଲ୍ କାର୍ଗୋ ହବ୍ ସହିତ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି
ହି ବିମାନ ବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ ଏବଂ ବିଶ୍ୱ ଲଜିଷ୍ଟିକ୍ସ ମାନଚିତ୍ରରେ ଉତ୍ତର ପ୍ରଦେଶକୁ ପ୍ରତିଷ୍ଠିତ କରିବାରେ ସହାୟକ ହେବ
ଶିଳ୍ପ ଉତ୍ପାଦଗୁଡ଼ିକର ବାଧାମୁକ୍ତ ପରିବହନ ସୁବିଧା ପ୍ରଦାନ କରିବା ସହିତ ଏହି ବିମାନ ବନ୍ଦର ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ
ବିମାନ ବନ୍ଦରର ଏକ ପ୍ରମୁଖ ବୈଶିଷ୍ଟ୍ୟ : ମଲ୍ଟି-ମୋଡାଲ ବାଧାମୁକ୍ତ ବିମାନ ଯୋଗାଯୋଗ ବ୍ୟବସ୍ଥା
ଏହା ହେବ ଭାରତର ପ୍ରଥମ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ କ୍ଷମତାସମ୍ପନ୍ନ ବିମାନ ବନ୍ଦର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ୨୫ ନଭେମ୍ବର, ୨୦୨୧ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ ।

ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଏହି ବିମାନ ବନ୍ଦର ବିକଶିତ କରାଯାଉଛି। ଏହି ବୃହତ ପରିକଳ୍ପନା ଅଧୀନରେ ଉତ୍ତର ପ୍ରଦେଶ ରାଜ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଫଳରେ ରାଜ୍ୟରେ ଏକାଧିକ ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ନିକଟରେ କୁଶୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟିତ ହୋଇଛି ଏବଂ ଅଯୋଧ୍ୟା ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣାଧୀନ ରହିଛି।

ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ କରାଯାଉଛି। ଏହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ନୂତନ ବିମାନ ବନ୍ଦର ରଣନୈତିକ ଦୃଷ୍ଟିକୋଣରୁ ଏପରି ଏକ ସ୍ଥାନରେ ନିର୍ମାଣ କରାଯାଉଛି ଯାହାର ଲାଭ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ଅଲିଗଡ଼, ଆଗ୍ରା, ଫରିଦାବାଦ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ମିଳିପାରିବ।

ଏହି ବିମାନ ବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଆକାର ଏବଂ କ୍ଷମତା ଦୃଷ୍ଟିରୁ, ଏହି ବିମାନ ବନ୍ଦର ଉତ୍ତର ପ୍ରଦେଶର ବିକାଶ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଏହା ବିଶ୍ୱ ସମ୍ମୁଖରେ ଉତ୍ତର ପ୍ରଦେଶର ସମ୍ଭାବନାକୁ ଉଜାଗର କରିବ ଏବଂ ରାଜ୍ୟକୁ ବିଶ୍ୱ ଲଜିଷ୍ଟିକ୍ସ ମାନଚିତ୍ରରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ । ଭାରତରେ ପ୍ରଥମ ଥର ପାଇଁ, ଲଜିଷ୍ଟିକ୍ସର ମୋଟ୍ ସମୟ ଏବଂ ଖର୍ଚ୍ଚ ହ୍ରାସ ପ୍ରତି ଧ୍ୟାନ ଦିଆଯାଇ ସମନ୍ୱିତ ମଲ୍ଟି-ମୋଡାଲ୍ କାର୍ଗୋ ହବ୍ ସହିତ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି। ବିମାନବନ୍ଦରରେ ଏକ ସମର୍ପିତ କାର୍ଗୋ ଟର୍ମିନାଲ ରହିବ ଯାହାର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ ରହିବ, ଯାହାକି ପରବର୍ତ୍ତୀ ସମୟରେ ୮୦ ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି କରାଯିବ। ଶିଳ୍ପ ଉତ୍ପାଦର ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେଇ ଏହି ବିମାନ ବନ୍ଦର ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିବେଶ ଆକୃଷ୍ଟ କରିବ, ଦ୍ରୁତ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସ୍ଥାନୀୟ ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ଏହା ବିଭିନ୍ନ ଉଦ୍ୟୋଗ ପାଇଁ ନୂତନ ସମ୍ଭାବନା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ଏହି ବିମାନ ବନ୍ଦରରେ ଏକ ଭୂତଳ ପରିବହନ କେନ୍ଦ୍ର ରହିବ ଯେଉଁଥିରେ ମଲ୍ଟିମୋଡାଲ୍ ଗମନାଗମନ କେନ୍ଦ୍ର, ମେଟ୍ରୋ ଓ ହାଇସ୍ପିଡ୍ ରେଳ ଷ୍ଟେସନ, ଟ୍ୟାକ୍ସି, ବସ ସେବା ଓ ବ୍ୟକ୍ତିଗତ ପାର୍କିଂ ସୁବିଧା ରହିବ। ଏହା ସଡ଼କ ପଥ, ରେଳ ଓ ମେଟ୍ରୋ ମାଧ୍ୟମରେ ବିମାନ ବନ୍ଦରକୁ ବାଧାମୁକ୍ତ ସଂଯୋଗ ସୁବିଧା ଯୋଗାଇ ଦେବ। ବାଧାମୁକ୍ତ ମେଟ୍ରୋ ସେବା ଜରିଆରେ ବିମାନବନ୍ଦର ସହିତ ନୋଏଡ଼ା ଓ ଦିଲ୍ଲୀ ସିଧାସଳଖ ଯୋଡ଼ିହେବେ। ଯମୁନା ଏକ୍ସପ୍ରେସ ୱେ, ପଶ୍ଚିମ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ପୂର୍ବ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଆଦି ଅନ୍ୟ ସମସ୍ତ ପ୍ରମୁଖ ସଡ଼କ ଏବଂ ରାଜପଥ ପ୍ରତ୍ୟକ୍ଷ ଭାବେ ବିମାନ ବନ୍ଦର ସହ ଯୋଡ଼ି ହେବେ। ଏହି ବିମାନ ବନ୍ଦକୁ ମଧ୍ୟ ପ୍ରସ୍ତାବିତ ଦିଲ୍ଲୀ-ବାରାଣାସୀ ହାଇ ସ୍ପିଡ୍ ରେଳ ଲାଇନ ସହ ଯୋଡ଼ାଯିବ । ଯାହାଫଳରେ ଦିଲ୍ଲୀ ଓ ବିମାନ ବନ୍ଦର ମଧ୍ୟରେ ଦୂରତା ଅତିକ୍ରମ କରିବାକୁ ମାତ୍ର ୨୧ ମିନିଟ ସମୟ ଲାଗିବ ।

ଏହି ବିମାନ ବନ୍ଦରରେ ମଧ୍ୟ ଏକ ଆଧୁନିକ ଏମଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନରୁଦ୍ଧାର ବା ଓଭରହଲିଂ) ସେବା ରହିବ। କମ ପରିଚାଳନା ଖର୍ଚ୍ଚ ଏବଂ ଯାତ୍ରୀମାନଙ୍କର ବାଧାମୁକ୍ତ ଓ ଦ୍ରୁତ ସ୍ଥାନାନ୍ତର ପ୍ରକ୍ରିୟା ପ୍ରତି ଧ୍ୟାନ ଦିଆଯାଇ ଏହି ବିମାନ ବନ୍ଦରର ଡିଜାଇନ କରାଯାଇଛି। ଏହି ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଏକ ସୁଇଙ୍ଗ ଏୟାରକ୍ରାଫ୍ଟ ଷ୍ଟାଣ୍ଡ କନସେପ୍ଟ ଆରମ୍ଭ କରିବା ଲାଗି ଯୋଜନା କରାଯାଇଛି। ଏହା ଗୋଟିଏ କଣ୍ଟାକ୍ଟ ଷ୍ଟାଣ୍ଡରୁ ଏୟାରଲାଇନ୍ସଗୁଡ଼ିକୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପରିଚାଳନା କରିବା ଲାଗି ସୁବିଧା ଦେବ। ଏଥିପାଇଁ ସେମାନଙ୍କୁ ବିମାନକୁ ଅନ୍ୟତ୍ର ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ସୁବିଧା ବିମାନ ବନ୍ଦରରେ ବିମାନ ପରିଚାଳନାକୁ ଦ୍ରୁତ ଏବଂ ଦକ୍ଷ କରିବ, ଅନ୍ୟପକ୍ଷରେ ଯାତ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ସୁଗମ ଏବଂ ବାଧାମୁକ୍ତ ହୋଇପାରିବ।

ଏହା ହେବ ଭାରତର ପ୍ରଥମ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ କ୍ଷମତାସମ୍ପନ୍ନ ବିମାନ ବନ୍ଦର । ପ୍ରସ୍ତାବିତ ପ୍ରକଳ୍ପ କ୍ଷେତ୍ରରୁ ଗଛ ଆଣି ବିମାନ ବନ୍ଦର ନିକଟରେ ନିର୍ମାଣ କରାଯିବାକୁ ଥିବା ଏକ ଫରେଷ୍ଟ ପାର୍କରେ ରୋପଣ କରାଯିବ। ଏହି ପାର୍କ ପାଇଁ ସ୍ୱତନ୍ତ୍ର ଭୂଖଣ୍ଡ ଆବଣ୍ଟନ କରାଯାଇଛି। ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ ହେବା ସମୟରେ ସମସ୍ତ ସ୍ଥାନୀୟ ଜୈବ ପ୍ରଜାତିକୁ ସୁରକ୍ଷିତ ରଖାଯିବ ଏବଂ ଏହା ପରିବେଶ ଅନୁକୂଳ ହେବ।

ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦର ବିକାଶ କାର୍ଯ୍ୟ ପାଇଁ ୧୦ ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୩୦୦ ହେକ୍ଟରରୁ ଅଧିକ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ବାର୍ଷିକ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କନସେସନେୟାର ଭାବେ ଅନ୍ତର୍ଜାତୀୟ ବିଡର ଜୁରିଚ୍ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜି ଏହି ପ୍ରକଳ୍ପ ନିର୍ମାଣ କରିବ। ଭୂମି ଅଧିଗ୍ରହଣ ଏବଂ ବିସ୍ଥାପିତ ପରିବାରମାନଙ୍କ ଥଇଥାନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour