ପ୍ରଧାନମନ୍ତ୍ରୀ ଜିଲ୍ଲା ନ୍ୟାୟାଳୟଠାରୁ ସ୍ୱର୍ଗେଟ ପର୍ଯ୍ୟନ୍ତ ପୁନେ ମେଟ୍ରୋ ସେକ୍ସନର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ବିଡକିନ୍ ଔଦ୍ୟୋଗିକ କ୍ଷେତ୍ରକୁ ରାଜଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ
ପ୍ରଧାନମନ୍ତ୍ରୀ ସୋଲାପୁର ବିମାନବନ୍ଦରକୁ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ସେପ୍ଟେମ୍ବର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଆଭାସୀ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ରକୁ ସମର୍ପିତ କରିବେ ।

ପ୍ରଧାନମନ୍ତ୍ରୀ ଜିଲ୍ଲା ନ୍ୟାୟାଳୟଠାରୁ ସ୍ୱର୍ଗେଟ ପର୍ଯ୍ୟନ୍ତ ପୁନେ ମେଟ୍ରୋ ସେକ୍ସନର ଉଦଘାଟନ କରିବେ ଏବଂ ଏଥିସହ ପୁନେ ମେଟ୍ରୋ ଯୋଜନା ର ପ୍ରଥମ ପର୍ଯ୍ୟାୟ ସମ୍ପନ୍ନ ହେବ । ଜିଲ୍ଲା ନ୍ୟାୟାଳୟରୁ ସ୍ୱର୍ଗେଟ ପର୍ଯ୍ୟନ୍ତ ଭୂତଳ ସେକ୍ସ ନିର୍ମାଣରେ ପ୍ରାୟ ୧୮୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ପ୍ରଧାନମନ୍ତ୍ରୀ ପୁନେ ମେଟ୍ରୋ ପ୍ରଥମ ପର୍ଯ୍ୟାୟର ସ୍ୱର୍ଗେଟରୁ କଟରାଜ ପର୍ଯ୍ୟନ୍ତ ଲାଇନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପରେ ପ୍ରାୟ ୨୯୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରାୟ ୫.୪୬ କିଲୋମିଟରର ଏହି ଭୂତଳ ଲାଇନର ଏହି ଦକ୍ଷିଣ ଭାଗ ମାର୍କେଟ ୟାର୍ଡ, ପଦ୍ମାବତୀ ଏବଂ କଟରାଜ ଷ୍ଟେସନ ସହ ସମ୍ପୂର୍ଣ୍ଣ ଭୂମିଗତ ।

ପ୍ରଧାନମନ୍ତ୍ରୀ ବିଡକିନ୍ ଔଦ୍ୟୋଗିକ କ୍ଷେତ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେସମର୍ପିତ କରିବେ । କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ କରିଡର ଡେଭଲପମେଣ୍ଟ ପ୍ରୋଗ୍ରାମରେ ପ୍ରାୟ ୭୮୫୫ ଏକର ପରିବ୍ୟାପ୍ତ ଅଞ୍ଚଳରେ ହେଉଥିବା ଏହି ପରିବର୍ତ୍ତନକାରୀ ପ୍ରକଳ୍ପ ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗରଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ । ଦିଲ୍ଲୀ ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ କରିଡର ଅଧୀନରେ ବିକାଶ ହେଉଥିବା ଏହି ପ୍ରକଳ୍ପ ମରାଠାୱାଡା ଅଞ୍ଚଳର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାର ଅପାର ସମ୍ଭାବନା ରହିଛି । ତିନୋଟି ପର୍ଯ୍ୟାୟରେ ଏହି ପ୍ରକଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ମୋଟ ୬୪୦୦ କୋଟି ଟଙ୍କାର ଅଟକଳକୁ ମଂଜୁର କରିଛନ୍ତିି ।

ପ୍ରଧାନମନ୍ତ୍ରୀ ସୋଲାପୁର ବିମାନବନ୍ଦରକୁ ଉଦଘାଟନ କରିବେ । ଏହାଦ୍ୱାରା ସୋଲାପୁରକୁ ସଂଯୋଗୀକରଣ ବୃଦ୍ଧି ପାଇବ ଏବଂ ପର୍ଯ୍ୟଟକ, ବ୍ୟାବସାୟିକ ପ୍ରତିନିଧି ଓ ନିବେଶକଙ୍କ ପାଇଁ ସୁବିଧା ହୋଇପାରିବ । ସୋଲାପୁରରେ ଥିବା ବର୍ତ୍ତମାନର ଟର୍ମିନଲ ବିଲ୍ଡିଂକୁ ବାର୍ଷିକ ୪.୧ ଲକ୍ଷ ଯାତ୍ରୀଙ୍କ ଯାତାୟାତ ପାଇଁ ପ୍ରସ୍ତୁତ କରାଯାଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଭିଡେୱାଡାରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେର ପ୍ରଥମ ବାଳିକା ବିଦ୍ୟାଳୟ ସ୍ମାରକର ଶିଳାନ୍ୟାସ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi