ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ୨୦୨୧ ଫେବ୍ରୁଆରୀ ୧୮ରେ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ, ଧୁବରୀ ଫୁଲବାଡ଼ି ସେତୁର ଆଧାରଶିଳା ରଖିବେ ଏବଂ ମଜୁଲି ସେତୁର ନିର୍ମାଣ ନିମନ୍ତେ ଅପରାହ୍ନ ୧୨ଟାରେ ଭୂମିପୂଜା କରିବେ । ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ଆସାମ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ମହାବାହୁ-ବ୍ରହ୍ମପୁତ୍ର

ମହାବାହୁ-ବ୍ରହ୍ମପୁତ୍ରର ଶୁଭାରମ୍ଭ ସହିତ ନିମାଟି-ମୁଜଲି ଦ୍ୱୀପ, ଉତ୍ତର ଗୌହାଟୀ-ଦକ୍ଷିଣ ଗୌହାଟୀ ଏବଂ ଧୁବରୀ-ହାଟସିଙ୍ଗିମାରୀ ମଧ୍ୟରେ ରୋ-ପ୍ୟାକ୍ସ ଭେସେଲ ପରିଚାଳନାର ଉଦଘାଟନ କରାଯିବ; ଯୋଗୀଘୋପାରେ ଅନ୍ତର୍ଦେଶୀୟ ଜଳ ପରିବହନ (ଆଇଡବ୍ଲୁ୍ୟଟି) ଟର୍ମିନଲର ଶିଳାନ୍ୟାସ ଓ ବ୍ରହ୍ମପୁତ୍ର ନଦୀ ଉପରେ ବିଭିନ୍ନ ପର୍ଯ୍ୟଟକ ଜେଟି ଓ ଇଜ ଅଫ ଡୁଇଙ୍ଗ-ବିଜନେସ ନିମନ୍ତେ ଡିଜିଟାଲ ସମାଧାନର ଶୁଭାରମ୍ଭ କରାଯିବ । ଭାରତର ପୂର୍ବାଞ୍ଚଳରେ ବାଧାରହିତ କନେକ୍ଟିଭିଟି ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଏବଂ ଏଥିରେ ବ୍ରହ୍ମପୁତ୍ର ଓ ବରାକ ନଦୀ ନିକଟରେ ରହୁଥିବା ଲୋକମାନଙ୍କ ଲାଗି ବିଭିନ୍ନ ବିକାଶ ଗତିବିଧି ସାମିଲ ରହିଛି ।

ରୋ-ପ୍ୟାକ୍ସ ସେବା ତଟଗୁଡ଼ିକ ମଧ୍ୟରେ ସମ୍ପର୍କ ପ୍ରଦାନ କରି ଯାତ୍ରା ସମୟକୁ କମ କରିବାରେ ସହାୟକ ହେବ ଏବଂ ଏହି ପ୍ରକାର ସଡ଼କ ମାର୍ଗ ଦ୍ୱାରା ଯାତ୍ରା ଦୂରତା ହ୍ରାସ ହୋଇପାରିବ । ନିମାଟି ଓ ମଜୁଲି ମଧ୍ୟରେ ରୋ-ପ୍ୟାକ୍ସ ପରିଚାଳନା ଦ୍ୱାରା ବର୍ତ୍ତମାନ ବାହନଗୁଡ଼ିକ ଦ୍ୱାରା ଧାର୍ଯ୍ୟ ହେଉଥିବା ୪୨୦ କିଲୋମିଟରର ମୋଟ ଦୂରତା ହ୍ରାସ ପାଇ କେବଳ ୧୨ କିଲୋମିଟର ମଧ୍ୟରେ ସୀମିତ ରହିଯିବ । ଏହାର ପରିଣାମସ୍ୱରୂପ କ୍ଷେତ୍ରର ଲଘୁ ଉଦ୍ୟୋଗର ଲଜିଷ୍ଟିକ୍ସ ଉପରେ ଯଥେଷ୍ଟ ପ୍ରଭାବ ପଡ଼ିବ । ଦୁଇଟି ସ୍ୱଦେଶୀ ରୋ-ପ୍ୟାକ୍ସ ଜାହାଜ, ଏମ.ଭି. ରାଣୀ ଗାଇଦିନଲିଉ ଓ ଏମ.ଭି. ସଚିନ ଦେବ ବର୍ମନ, ଆରମ୍ଭ ହେବ । ରୋ-ପ୍ୟାକ୍ସ ଜାହାଜ ଏମ.ଭି. ଜେ.ଏଫ.ଆର. ଜ୍ୟାକବ ଆରମ୍ଭ ହେବା ଦ୍ୱାରା ଉତ୍ତର ଓ ଦକ୍ଷିଣ ଗୌହାଟୀ ମଧ୍ୟରେ ପାଖାପାଖି ୪୦ କିଲୋମିଟର ଦୂରତା କେବଳ ୩ କିଲୋମିଟରକୁ ହ୍ରାସ ପାଇବ । ଧୁବରୀ ଓ ହାଟସିଙ୍ଗିମାରୀ ମଧ୍ୟରେ ଏମ.ଭି. ବବ ଖଟିଙ୍ଗ ୨୨୦ କିଲୋମିଟର ଯାତ୍ରା ଦୂରତାକୁ କମ କରି ୨୮ କିଲୋମିଟରକୁ ହ୍ରାସ କରିବ । ଏହି ପ୍ରକାର ଯାତ୍ରା ଦୂରତା ଧାର୍ଯ୍ୟ କରିବାରେ ଯଥେଷ୍ଟ ସମୟ ସଞ୍ଚୟ ହୋଇପାରିବ ।

କାର୍ଯ୍ୟକ୍ରମରେ ୪ଟି ସ୍ଥାନ ନିମାଟି, ବିଶ୍ୱନାଥ ଘାଟ, ପାଣ୍ଡୁ ଏବଂ ଯୋଗୀଘାଟରେ ପର୍ଯ୍ୟଟନ ମନ୍ତ୍ରଣାଳୟର ୯.୪୧ କୋଟି ଟଙ୍କାର ସହାୟତାରେ ପର୍ଯ୍ୟଟନ ଜେଟି ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ ସାମିଲ ରହିଛି । ଏହି ଜେଟି ରିଭର କ୍ରୁଜ ଟୁରିଜମକୁ ପ୍ରୋତ୍ସାହନ ଦେବ, ସ୍ଥାନୀୟ ରୋଜଗାର ସୃଷ୍ଟି କରିବ ଏବଂ ସ୍ଥାନୀୟ ବ୍ୟବସାୟରେ ସମୃଦ୍ଧି ଆଣିବ ।

କାର୍ଯ୍ୟକ୍ରମ ଅଧୀନରେ ଯୋଗୀଘାଟରେ ଏକ ସ୍ଥାୟୀ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନଲ ମଧ୍ୟ ନିର୍ମାଣ କରାଯିବ, ଯାହା ଯୋଗୀଘାଟରେ ଆସିବାକୁ ଥିବା ମଲଟି ମୋଡାଲ ଲଜିଷ୍ଟିକ ପାର୍କ ସହ ମଧ୍ୟ ଯୋଡ଼ିହେବ । ଏହି ଟର୍ମିନଲ କୋଲକାତା ଓ ହଳଦିଆ ଅଭିମୁଖେ ସିଲିଗୁଡ଼ି କରିଡରରେ ଯାତାୟାତକୁ କମ କରିବାରେ ସହାୟକ ହେବ । ଏହି ବିଭିନ୍ନ ପୂର୍ବୋତ୍ତର ରାଜ୍ୟ ଯଥା ମେଘାଳୟ ଓ ତ୍ରିପୁରା ଏବଂ ଭୁଟାନ ଓ ବାଂଲାଦେଶ ନିମନ୍ତେ ବନ୍ୟା ସମୟରେ ମଧ୍ୟ ନିରନ୍ତର କାର୍ଗୋ ପରିବହନ ପାଇଁ ସୁବିଧା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ଇଜ ଅଫ ଡୁଇଙ୍ଗ ବିଜନେସକୁ ଆଗକୁ ବଢ଼ାଇବା ପାଇଁ ଦୁଇଟି ଇ-ପୋର୍ଟାଲ ମଧ୍ୟ ଶୁଭାରମ୍ଭ କରିବେ । କାର-ଡି (କାର୍ଗୋ ଡାଟା) ପୋର୍ଟାଲ ବାସ୍ତବିକ ସମୟ ଆଧାରରେ କାର୍ଗୋ ଓ କ୍ରୁଜ ଡାଟା ମଧ୍ୟରେ ତାଳମେଳ ରଖିବ । ପିଏଏନଆଇ (ପୋର୍ଟାଲ ଫର ଆସେଟ ଆଣ୍ଡ ନାଭିଗେସନ ଇନଫର୍ମେସନ) ନଦୀ ଜଳ ପର୍ଯ୍ୟଟନ ଓ ଭିତ୍ତିଭୂମି ଢାଞ୍ଚା ବାବଦରେ ସୂଚନା ଦେବା ଲାଗି ଗୋଟିଏ ହିଁ ସ୍ଥାନରେ ସମାଧାନ ପ୍ରଦାନ ରୂପରେ କାର୍ଯ୍ୟ କରିବ ।

ଧୁବରୀ ଫୁଲବାଡ଼ି ସେତୁ

ପ୍ରଧାନମନ୍ତ୍ରୀ ଧୁବରୀ (ଉତ୍ତର ତଟ) ଓ ଫୁଲବାଡ଼ି (ଦକ୍ଷିଣ ତଟ) ମଧ୍ୟରେ ବ୍ରହ୍ମପୁତ୍ର ଉପରେ ୪ ଲେନବିଶିଷ୍ଟ ସେତୁ ପାଇଁ ଆଧାରଶିଳା ରଖିବେ । ପ୍ରସ୍ତାବିତ ସେତୁ ଏନଏଚ-୧୨୭ବି ଉପରେ ରହିବ, ଯାହା ଏନଏଚ-୨୭ (ଇଷ୍ଟ-ୱେଷ୍ଟ କରିଡର) ଉପରେ ଶ୍ରୀରାମପୁରରୁ ବାହାରିଛି, ଏବଂ ମେଘାଳୟ ରାଜ୍ୟରେ ଏନଏଚ-୧୬ ଉପରେ ନୋଙ୍ଗଷ୍ଟୋଇନରେ ସମାପ୍ତ ହୋଇଥାଏ । ଏହା ଆସାମରେ ଧୁବରୀକୁ ମେଘାଳୟର ଫୁଲବାଡ଼ି, ତୁରା, ରୋଙ୍ଗ୍ରାମ ଓ ରୋଙ୍ଗଜେଙ୍ଗ ସହ ଯୋଡ଼ିହେବ ।

ପାଖାପାଖି ୪୯୯୭ କୋଟି ଟଙ୍କାର ନିବେଶରେ ନିର୍ମାଣ ହେବାକୁ ଥିବା ଏହି ସେତୁ ଆସାମ ଓ ମେଘାଳୟର ଲୋକମାନଙ୍କ ଦ୍ୱାରା ହୋଇଆସୁଥିବା ଦାବିକୁ ପୂରଣ କରିବ, ଯେଉଁମାନେ ନଦୀର ଉଭୟ କୂଳ ମଧ୍ୟରେ ଯାତ୍ରା କରିବା ପାଇଁ ନୌସେବା ଉପରେ ନିର୍ଭର କରିଥାନ୍ତି । ଏହି ସଡ଼କ ଦ୍ୱାରା ୨୦୫ କିଲୋମିଟର ଦୂରତା ହ୍ରାସ ପାଇ ୧୯ କିଲୋମିଟରକୁ କମାଇ ଦେବ, ଯାହା ସେତୁର ମୋଟ ଦୈର୍ଘ୍ୟ ।

ମଜୁଲୀ ସେତୁ

ପ୍ରଧାନମନ୍ତ୍ରୀ ମଜୁଲୀ (ଉତ୍ତର ତଟ) ଏବଂ ଜୋରହାଟ (ଦକ୍ଷିଣ ତଟ) ମଧ୍ୟରେ ବ୍ରହ୍ମପୁତ୍ର ଉପରେ ଦୁଇଲେନ ବିଶିଷ୍ଟ ସେତୁ ନିର୍ମାଣ ଲାଗି ଭୂମିପୂଜା କରିବେ ।

ସେତୁ ଏନଏଚ-୭୧୫କେ ଉପରେ ରହିବ ଏବଂ ନିମତିଘାଟ (ଜୋରହାଟ ପଟେ) ଓ କମଲାବାରି (ମଜୁଲୀ ପଟେ)କୁ ଯୋଡ଼ିବ । ଏହି ସେତୁ ନିର୍ମାଣ ପାଇଁ ମଜୁଲୀର ଲୋକମାନେ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ, ଯେଉଁମାନେ ପିଢ଼ି ପିଢ଼ି ଧରି ଆସାମର ମୁଖ୍ୟ ଭୂମି ସହ ଯୋଡ଼ିବା ପାଇଁ ନୌସେବା ଉପରେ ନିର୍ଭରଶୀଳ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Uttar Pradesh meets the Prime Minister
August 08, 2026

Chief Minister of Uttar Pradesh, Shri Yogi Adityanath met the Prime Minister, Shri Narendra Modi, today.

The Prime Minister posted on X:

Chief Minister of Uttar Pradesh, Shri @myogiadityanath met Prime Minister @narendramodi.

@CMOfficeUP