ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦ୍ୱାରା ସିମ୍‌ଲେସ୍ ଅନ୍‌ଲାଇନ ପ୍ଲାର୍ଟଫର୍ମ ସୃଷ୍ଟି ହେବ, ଯାହା ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଇଣ୍ଟରପୋଟେବିଲିଟି ସୁବିଧା ଯୋଗାଇବ

ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୭ସେପ୍ଟେମ୍ବର)ଦିନ ୧୧ଟା ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ । ଏହା ପରେ ସେ ଏଥିରେ ଉଦ୍‌ବୋଧନ ଦେବେ ।

୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଳାର ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଥିଲେ । ସମ୍ପ୍ରତି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ଆଗୁଆ ପ୍ରକଳ୍ପ (ପାଇଲଟ୍ ପ୍ରକଳ୍ପ) ଭାବେ ଛ’ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ।

 ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚ୍‌ଏ ଏହାର ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତିପାଳନ କରିବା ଅବସରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ । ଏହା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍‌-ଜେଏୱାଇ)କୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଏହି ମିଶନର ରୂପରେଖ- ଜନଧନ, ଆଧାର ଓ ମୋବାଇଲ (ଜାମ୍‌) ଅଧୀନରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କେନ୍ଦ୍ର ସରକାରଙ୍କ ଆଉ ଏକ  ନୂଆ ପ୍ର୍ରୟାସ  । ଏହା ମାଧ୍ୟମରେ ଏକ ସିମ୍‌ଲେସ୍ (ବାଧାରହିତ) ଅନଲାଇନ ପ୍ଳାଟଫର୍ମ ସୃଷ୍ଟି କରାଯିବ ଯାହା ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଡାଟା, ସୂଚନା, ଭିତ୍ତିଭୂମି, ସେବା ଯୋଗାଇଦେବ । ଏହା ମଧ୍ୟ ଡିଜିଟାଲ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟରେ ଇଣ୍ଟରପୋଟେବିଲିଟ ସୁବିଧା ଯୋଗାଇଦେବ । ଏହି ପ୍ଲାଟଫର୍ମ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିଗତ ସୂଚନା ଓ ଅନ୍ୟ ସମସ୍ତ ତଥ୍ୟ ଗୁପ୍ତ ରଖିବ । ଏହାର ନିରାପତ୍ତା ବ୍ୟବସ୍ଥା ଓ ଗୋପନୀୟତାକୁ ସୁନିଶ୍ଚିତ କରାଯାଇଛି । ଏହି ମିଶନ ମାଧ୍ୟମରେ ହିତାଧିକାରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟଗତ ତଥ୍ୟାବଳୀ ରେକର୍ଡକୁ ସେମାନଙ୍କ ଅନୁମତିକ୍ରମେ ଆକ୍‌ସେସ୍ କରିହେବ ।

ଏହି ମିଶନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଲା ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଇଡି ପ୍ରଦାନ କରାଯିବ । ଏହି ଆଇଡି ସେମାନଙ୍କ ସ୍ୱାସ୍ଥ୍ୟ ଆକାଉଣ୍ଟଭାବେ କାର୍ଯ୍ୟକରିବ । ଆବଶ୍ୟକସ୍ଥଳେ ସେମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବିବରଣୀକୁ ମୋବାଇଲ ଆପ୍ଲିକେଶନ ଦ୍ୱାରା ଲିଙ୍କ କରିହେବ କିମ୍ବା ଦେଖି ହେବ । ଆହୁରି ମଧ୍ୟ ଏଥିପାଇଁ ହେଲ୍‌ଥ କେୟାର ପ୍ରଫେସନାଲସ୍ ରେଜିଷ୍ଟ୍ରୀ (ଏଚପିଆର) ଓ ସ୍ୱାସ୍ଥ୍ୟ ସୁବିଧା ରେଜିଷ୍ଟ୍ରୀ (ଏଚଏଫଆର) ତିଆରି କରାଯିବ ଯାହା ଏ କ୍ଷେତ୍ରରେ ସବୁ ଆଧୁନିକ ଓ  ପାରମ୍ପରିକ ଚିକିତ୍ସା ଏବଂ ଔଷଧ ବ୍ୟବସ୍ଥା ପ୍ରଦାନକାରୀଙ୍କର ଏକ ରିପୋଜିଟରୀଭାବେ କାମ କରିବ । ସଂକ୍ଷେପରେ ଏହି ରିପୋଜିଟରୀରେ ଚିକିତ୍ସକ, ହସ୍‌ପିଟାଲ, ଚିକିତ୍ସାସେବା ଯୋଗାଣ ସଂକ୍ରାନ୍ତ ସବୁ ତଥ୍ୟ ରହିବ ଏବଂ ଏହା ସାହାଯ୍ୟରେ ଚିକିତ୍ସା ସେବା ବ୍ୟବସ୍ଥା ଅଧିକ ବ୍ୟାପକ ତଥା ସଫଳ କରାଯାଇପାରିବ ।

ଏ ମିଶନର ଅଂଶସ୍ୱରୂପ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସ୍ୟାଣ୍ଡବକ୍ସ ତିଆରି କରାଯାଇଛି । ଏହା ସାମଗ୍ରୀ ଓ ଟେକ୍ନୋଲୋଜି୍ ଟେଷ୍ଟିଂର ଏକ ଢାଞ୍ଚାଭାବେ କାମ କରିବ । ଏହାଦ୍ୱାରା ଘରୋଇ କ୍ଷେତ୍ର ସମେତ ବିଭିନ୍ନ ପ୍ରତିଷ୍ଠାନ ଉପକୃତ ହେବେ । ସେମାନେ ଚାହିଁଲେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟମିଶନରେ ସହଜରେ ସାମିଲ ହୋଇପାରିବ ।

ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ ଭଳି ଏହି ମିଶନ ଏହାର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଏକ ବୈପ୍ଲବିକ ପରିବର୍ତ୍ତିତ ଆଣିପାରିବ । ଗୋଟିଏ କ୍ଲିକ୍‌ରେ ନାଗରିକ ସ୍ୱାସ୍ଥ୍ୟସେବା ସୁବିଧା ଏହା ମାଧ୍ୟମରେ ଆକ୍‌ସେସ୍ କରିପାରିବେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi