ସହଯୋଗୀ ସଂଘୀୟ ଆଭିମୁଖ୍ୟରେ, ସମଗ୍ର ଦେଶର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ ସଚିବମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ
ଏହି ଧରଣର ପ୍ରଥମ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ମଜବୁତ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଇକୋସିଷ୍ଟମ ଗଠନର ଉଦ୍ଦେଶ୍ୟକୁ ସାଧିତ କରିବା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୦ତାରିଖ ଦିନ ପୂର୍ବାହ୍ନ ୧୦:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଦେଶରେ ନବସୃଜନ ଏବଂ ଉଦ୍ୟୋଗକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମକୁ ଦୃଷ୍ଟିରେ ରଖି ଏହି ପ୍ରଥମ ସମ୍ମିଳନୀ କେନ୍ଦ୍ର-ରାଜ୍ୟ ସମନ୍ୱୟ ଏବଂ ସହଯୋଗ ପ୍ରଣାଳୀକୁ ମଜବୁତ କରିବ - ସହଯୋଗୀ ସଂଘୀୟତା ଆଭିମୁଖ୍ୟରେ –ସମଗ୍ର ଦେଶରେ ଏକ ମଜବୁତ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ( ଏସ୍‍ଟିଆଇ) ଇକୋସିଷ୍ଟମ ପ୍ରତିଷ୍ଠା କରିବ ।

୧୦-୧୧ ସେପ୍ଟେମ୍ବର ୨୦୨୨ ରେ ଅହମ୍ମଦାବାଦର ସାଇନ୍ସ ସିଟିରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିରେ ଏସ୍‍ଟିଆଇ ଭିଜନ ୨୦୪୭ ସହିତ ଅଧିବେଶନରେ ବିଭିନ୍ନ ବିଷୟବସ୍ତୁ ଅନ୍ତର୍ଭୂକ୍ତ ହେବ; ରାଜ୍ୟଗୁଡିକରେ ଏସ୍‍ଟିଆଇ ପାଇଁ ଭବିଷ୍ୟତ ଅଭିବୃଦ୍ଧି ଲକ୍ଷ୍ୟ ଏବଂ ଦର୍ଶନ; ସ୍ୱାସ୍ଥ୍ୟ - ସମସ୍ତଙ୍କ ପାଇଁ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା; ୨୦୩୦ ସୁଦ୍ଧା ଆରଆଣ୍ଡଡି ରେ ଘରୋଇ କ୍ଷେତ୍ରର ବିନିଯୋଗକୁ ଦ୍ୱିଗୁଣିତ କରିବା; କୃଷି - କୃଷକଙ୍କ ଆୟର ଉନ୍ନତି ପାଇଁ ବୈଷୟିକ ହସ୍ତକ୍ଷେପ; ଜଳ – ସହଜରେ ପହଞ୍ଚାଯାଇ ପାରୁଥିବା ପାନୀୟ ଜଳ ଉତ୍ପାଦନ ପାଇଁ ଉଦ୍ଭାବନ; ଶକ୍ତି- ହାଇଡ୍ରୋଜେନ୍ ମିଶନରେ ଏସ୍‍ଆଣ୍ଡଟି ଭୂମିକା ସହିତ ସମସ୍ତଙ୍କ ପାଇଁ ସ୍ୱଚ୍ଛ ଶକ୍ତି; ଗଭୀର ମହାସାଗର ମିଶନ ଏବଂ ଉପକୂଳବର୍ତ୍ତୀ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଦେଶର ଭବିଷ୍ୟତ ଅର୍ଥନୀତି ପାଇଁ ଏହାର ପ୍ରାସଙ୍ଗିକତା ।

ଏହି ଧରଣର ପ୍ରଥମ ସମ୍ମିଳନୀରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ଏସ ଆଣ୍ଡ ଟି) ରାଷ୍ଟ୍ରମନ୍ତ୍ରୀ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଏସ୍‍ଆଣ୍ଡଟି ମନ୍ତ୍ରୀ ଏବଂ ସଚିବ, ଶିଳ୍ପପତି, ଉଦ୍ୟୋଗୀ, ଏନଜିଓ, ଯୁବ ବୈଜ୍ଞାନିକ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.