ଦେଶବ୍ୟାପୀ ଲୋକ ସେବା ତାଲିମ ପ୍ରତିଷ୍ଠାନର ପ୍ରତିନିଧିଗଣ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ
ଏହି ଆଲୋଚନଚକ୍ରରେ ତାଲିମ ପ୍ରତିଷ୍ଠାନଗୁଡିକର ସହଯୋଗରେ ଦେଶବ୍ୟାପୀ ପ୍ରଶାସକଙ୍କ ତାଲିମ ଭିତ୍ତିଭୂମି ସୁଦୃଢ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ନୂଆଦିଲ୍ଳୀର ପ୍ରଗତି ମୈଦାନ ସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ଅଧିବେଶନ କେନ୍ଦ୍ରଠାରେ ଉଦ୍‌ଘାଟନ କରିବେ । ଆସନ୍ତା ୧୧ଜୁନ, ୨୦୨୩ ଦିନ ସାଢେ ଦଶଟାବେଳେ ଏହାକୁ ଉଦ୍‌ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେବେ ।

ଦେଶରେ ପ୍ରଶାସନିକ ପଦ୍ଧତି ଓ ନୀତି ପ୍ରଣୟନ କ୍ଷେତ୍ରରେ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରସ୍ତାବକ ରହି ଆସିଛନ୍ତି । ସେ ଲୋକସେବାର ସାମର୍ଥ୍ୟବୃଦ୍ଧି ଜରିଆରେ ଏହା କରି ଆସିଛନ୍ତି । ଏପରି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ପରିପ୍ରେକ୍ଷୀରେ ଲୋକସେବା ସାମର୍ଥ୍ୟ ଗଠନ ଜାତୀୟ କାର୍ଯ୍ୟକ୍ରମ (ଏନପିସିଏସସିବି) ଦ୍ୱାରା ମିଶନ କର୍ମଯୋଗୀ ଭବିଷ୍ୟତ ପ୍ରଶାସକଙ୍କୁ କୌଶଳ, ଜ୍ଞାନ ଓ ଠିକ୍ ମନୋଭାବ ପ୍ରଦାନ ପାଇଁ ଆରମ୍ଭ କରାଯାଇଥିଲା । ଏହି ଆଲୋଚନାଚକ୍ର ଏ ଦିଗରେ ଆଉ ଏକ ପଦକ୍ଷେପ ।

ସାମର୍ଥ୍ୟ ଗଠନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଜାତୀୟ ଓ ତାଲିମ ଆଲୋଚନାଚକ୍ରର ଉଦ୍ଦେଶ୍ୟ ପ୍ରଶାସକଙ୍କ ନିମନ୍ତେ ରହିଥିବା ତାଲିମ ପ୍ରତିଷ୍ଠାନଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଦେଶରେ ପ୍ରଶାସକମାନଙ୍କ ତାଲିମ ଭିତ୍ତିଭୂମିକୁ ମଜବୁତ କରିବା ।

କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନ, ରାଜ୍ୟ ପ୍ରଶାସନିକ ତାଲିମ ପ୍ରତିଷ୍ଠାନ, ଆଞ୍ଚଳିକ ଓ କ୍ଷେତ୍ରୀୟ ତାଲିମ ପ୍ରତିଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡିକରୁ ୧୫୦୦ରୁ ଅଧିକ ପ୍ରତିନିଧି ଏହି ଆଲୋଚନାଚକ୍ରରେ ଯୋଗଦେବେ । କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗର ପ୍ରଶାସକ, ସ୍ଥାନୀୟ ସରକାର ଓ ଘରୋଇ କ୍ଷେତ୍ରରେ ବିଶେଷଜ୍ଞ ମାନେ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ବିଭିନ୍ନ ସ୍ଥାନରୁ ଯୋଗଦେଉଥିବା ପ୍ରତିନିଧିମାନେ ସେମାନଙ୍କ ମତ ବିନିମୟ କରିବେ । ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ପନ୍ଥାର ଉପଲବ୍ଧତା ଓ ସାମର୍ଥ୍ୟ ବିକାଶ ଲାଗି ବିସ୍ତୃତ ରଣନୀତି ନେଇ ମଧ୍ୟ ଆଲୋଚନା କରିବେ । ଏହି ଆଲୋଚନାଚକ୍ରରେ ଆଠଟି ପ୍ୟାନେଲରେ ଲୋକସେବା ତାଲିମ ପ୍ରତିଷ୍ଠାନର ମୁଖ୍ୟ ଭୂମିକା ତାଲିମର ପ୍ରଭାବ ଆକଳନ ଓ ବିଷୟବସ୍ତୁ ଡିଜିଟାଇଜେସନ ଇତ୍ୟାଦି ଉପରେ ଆଲୋଚନା ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
APEDA Facilitates First Export Of Premium Areko Cherries And Scentrose Plums From J&K To Singapore

Media Coverage

APEDA Facilitates First Export Of Premium Areko Cherries And Scentrose Plums From J&K To Singapore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 19, 2026
July 19, 2026

Exports Booming, Skies Opening, Energy Transforming — PM Modi’s India in Full Flight