ଏକ ଉତ୍ସାହୀ ବୋଡ଼ୋ ସମାଜ ଗଠନ ସହିତ ଶାନ୍ତି ରକ୍ଷା ନିମନ୍ତେ ଭାଷା, ସାହିତ୍ୟ ଓ ସଂସ୍କୃତିର ଏବଂ ମେଗା ମହୋତ୍ସବ
୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବୋଡ଼ୋ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହେବା ପରଠାରୁ ମିଳିଥିବା ଉପଲବ୍ôଧିର ଉତ୍ସାହ ମନାଯିବ

ନୂଆଦିଲ୍ଲୀର ସାଇ ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବୋଡ଼ୋ ଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ମଧ୍ୟ ଦେବେ ।

ଏହି ଦୁଇ ଦିନିଆ ମହୋତ୍ସବ ନଭେମ୍ବର ୧୫ ଓ ୧୬ ତାରିଖରେ ଆୟୋଜନ କରାଯିବ । ଏକ ଉତ୍ସାହୀ ବୋଡ଼ୋ ସମାଜ ଗଠନ ପାଇଁ ଏବଂ ଶାନ୍ତି ରକ୍ଷା ନିମନ୍ତେ ଭାଷା, ସାହିତ୍ୟ ଓ ସଂସ୍କୃତିର ଏହା ମେଗା ମହୋତ୍ସବ । ମହୋତ୍ସବର ଉଦ୍ଦେଶ୍ୟ କେବଳ ବୋଡ଼ୋଲ୍ୟାଣ୍ଡ ନୁହେଁ, ବରଂ ଆସାମ, ପଶ୍ଚିମବଙ୍ଗ, ନେପାଳ ଏବଂ ଉତ୍ତର-ପୂର୍ବର ଆନ୍ତର୍ଜାତିକ ସୀମାବର୍ତ୍ତୀ ଇଲାକାରେ ରହୁଥିବା ବୋଡ଼ୋ ମାନଙ୍କୁ ଏକୀକୃତ କରିବା । ମହୋତ୍ସବର ବିଷୟବସ୍ତୁ ‘ସମୃଦ୍ଧ ଭାରତ ପାଇଁ ଶାନ୍ତି ଏବଂ ସଦଭାବ’ । ଏଥିରେ ବୋଡ଼ୋ ସମୁଦାୟଙ୍କ ସହିତ ବୋଡ଼ୋଲ୍ୟାଣ୍ଡ ପ୍ରାଦେଶିକ କ୍ଷେତ୍ର (ବିଟିଆର)ରେ ରହୁଥିବା ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ସମୃଦ୍ଧ ସଂସ୍କୃତି, ଶିକ୍ଷା ଏବଂ ଭାଷା ଉପରେ ମଧ୍ୟ ଫୋକସ୍ କରାଯିବ । ଏହାର ଉଦ୍ଦେଶ୍ୟ ବୋଡ଼ୋଲ୍ୟାଣ୍ଡର ସାସ୍କୃତିକ ଏବଂ ଭାଷା ଐତିହ୍ୟ ପରିସ୍ଥିତିକ ଜୈବ ବିବିଧତା ଏବଂ ପର୍ଯ୍ୟଟନ ସ୍ଥଳର ଉପଯୁକ୍ତ ଲାଭ ଉଠାଇବା ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତୃତ୍ୱରେ ୨୦୨୦ ମସିହାରେ ବୋଡ଼ୋଲ୍ୟାଣ୍ଡ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ପରଠାରୁ ମିଳିଥିବା ଉତ୍ସାହଭରା ଉପଲବ୍ôଧର ଉତ୍ସବ ମନାଯିବ । ଏହି ଶାନ୍ତି ଚୁକ୍ତିନାମା ବିଗତ କେଇ ଦଶନ୍ଧି ଧରି ବୋଡ଼ୋଲ୍ୟାଣ୍ଡରେ ଚାଲି ଆସୁଥିବା ସଂଘର୍ଷ, ହିଂସା ଏବଂ ଜୀବନହାନୀରୁ ମୁକ୍ତି ଦେବା ସହ ଅନ୍ୟାନ୍ୟ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ହୋଇଥିଲା ।

ଭାରତୀୟ ଐତିହ୍ୟ ଏବଂ ପରମ୍ପରାରେ ଯୋଗଦାନ ଦେଉଥିବା ‘ସମୃଦ୍ଧ ବୋଡ଼ୋ ସଂସ୍କୃତି, ପରମ୍ପରା ଏବଂ ସାହିତ୍ୟ’ ଉପରେ ଆୟୋଜିତ ଅଧିବେଶନ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ । ଏଥିରେ ସମୃଦ୍ଧ ବୋଡ଼ୋ ସଂସ୍କୃତି,ପରମ୍ପରା, ଭାଷା ଏବଂ ସାହିତ୍ୟ ଉପରେ ବିଚାରବିମର୍ଷ କରାଯିବ । ଅନ୍ୟ ଏକ ଅଧିବେଶନରେ ‘ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ମାତୃଭାଷା ମାଧ୍ୟମରେ ଶିକ୍ଷା ପାଇଁ ଆହ୍ୱାନ ଓ ଅବସର’ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ । ବୋଡ଼ୋଲ୍ୟାଣ୍ଡ କ୍ଷେତ୍ରର ସଂସ୍କୃତି ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଂସ୍କୃତି ତଥା ପର୍ଯ୍ୟଟନ ମାଧ୍ୟମରେ ‘ସ୍ଥ୍‌ାନୀୟ ସାଂସ୍କୃତିକ ବୈଠକ’ ଏବଂ ‘ଉତ୍ସାହୀ ବୋଡ଼ୋଲ୍ୟାଣ୍ଡ’ର ନିର୍ମାଣ ଉପରେ ବିଷୟଗତ ଆଲୋଚନା ମଧ୍ୟ ଏକ ଅଧିବେଶନରେ କରାଯିବ ।

ଏହି ମହୋତ୍ସବରେ ବୋଡ଼ୋଲ୍ୟାଣ୍ଡ କ୍ଷେତ୍ର, ଆସାମ,ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ଭାରତର ଅନ୍ୟାନ୍ୟ କ୍ଷେତ୍ର, ଓ ନେପାଳ, ଭୁଟାନରୁ ୫ ହଜାରରୁ ଅଧିକ ଭାଷାବିତ୍ ସଂସ୍କୃତିପ୍ରେମୀ ଏବଂ କଳାପ୍ରେମୀ ସାମିଲ ହେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development