ଜାନୁଆରୀ ୭ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅପରାହ୍ନ ଗୋଟାଏ ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହା ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବାର ଉନ୍ନତି ନିମିତ୍ତ ରହିଥିବା ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କୋଲକତାସ୍ଥିତ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ ପରିସର ଉଦଘାଟନ କରିବେ । ଦେଶର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର କର୍କଟ ରୋଗୀମାନେ ଏହି ଦ୍ୱିତୀୟ ପରିସରରୁ ବିଶେଷ ଭାବେ ସ୍ୱାସ୍ଥ୍ୟସେବା ପାଇପାରିବେ । ଏହା ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବାର ଉନ୍ନତି ନିମିତ୍ତ ରହିଥିବା ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ । ଜାନୁଆରୀ ୭ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅପରାହ୍ନ ଗୋଟାଏ ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଦେଶବ୍ୟାପୀ ନାଗରିକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର କ୍ଷେତ୍ରରେ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଏହି ଦ୍ୱିତୀୟ ପରିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଠାରୁ ଉନ୍ନତ ଏବଂ ସମ୍ପ୍ରସାରିତ ସ୍ୱାସ୍ଥ୍ୟସେବା ମିଳିପାରିବ । ବର୍ତ୍ତମାନ ଏହି ପ୍ରତିଷ୍ଠାନ ରୋଗୀଙ୍କର ଅସମ୍ଭବ ଭିଡ ଜନିତ ଚାପର ସମ୍ମୁଖୀନ ହୋଇଛି । ତେଣୁ ଏହାର ସମ୍ପ୍ରସାରଣ ଆବଶ୍ୟକ ଥିଲା । ଦ୍ୱିତୀୟ ପରିସର ଏହି ଅଭାବକୁ ପୂରଣ କରିବ । ୫୩୦ କୋଟି ଟଙ୍କା ବିନିଯୋଗରେ ଏହି ଦ୍ୱିତୀୟ ପରିସର ନିର୍ମାଣ କରାଯାଇଛି । ଏଥିରେ କେନ୍ଦ୍ର ସରକାର ଅଂଶ ଭାବରେ ୪୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ବଳକା ୧୩୦ କୋଟି ଟଙ୍କା ପଶ୍ଚିମବଙ୍ଗ ସରକାର ବହନ କରିଛନ୍ତି । ୪୬୦ ଶଯ୍ୟା ବିଶିଷ୍ଟ ଏହି ପରିସରରେ ରୋଗ ନିରୂପଣ, ଚିକିତ୍ସା ଯତ୍ନ ଆଦିର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏଥି ସହିତ ଅତ୍ୟାଧୁନିକ ନ୍ୟୁକ୍ଲିୟର ମେଡିସିନ, ଟେସଲା ଏମଆରୱାଇ, ୧୨୮ ସିଟି ସ୍କାନର, ରେଡିଓ ନ୍ୟୁକ୍ଲିଡ ଚିକିତ୍ସା, ଏଣ୍ଡୋସ୍କୋପିକ ୟୁନିଟ ଆଦି ରହିଛି । କର୍କଟ ଗବେଷଣା କ୍ଷେତ୍ରରେ ଏହା ଏକ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ଦେଶର ପୂର୍ବ ଏବଂ ଉତ୍ତର ପୂର୍ବ କ୍ଷେତ୍ରରେ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ସେବା ଯୋଗାଇବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi