ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୪ ତାରିଖ ପୂର୍ବାହ୍ନ ୧୦.୩୦ ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ । ଏହି ଉଦଘାଟନୀ ସମାରୋହରେ ବିଶ୍ୱର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିବ ।

ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ ଟ୍ରଷ୍ଟ ପୁଟ୍ଟପର୍ତ୍ତିର୍ର ପ୍ରସନ୍ନ ନୀଳୟମ ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟର ର୍ନିମାଣ କରିଛି । ପ୍ରସନ୍ନ ନୀଳୟମ୍ ହେଉଛି ଶ୍ରୀ ସତ୍ୟ ସାଇ ବାବାଙ୍କର ମୁଖ୍ୟ ଆଶ୍ରମ । ପରୋପକାରୀ ଶ୍ରୀ ରିୟୁକୋ ହୀରାଙ୍କ ଦ୍ୱାରା ଦାନ କରାଯାଇଥିବା ଏହି କନଭେନସନ ସେଣ୍ଟର ସାଂସ୍କୃତିକ ଆଦାନ ପ୍ରଦାନ, ଆଧ୍ୟାତ୍ମିକତା ଏବଂ ବିଶ୍ୱ ସମନ୍ୱୟକୁ ପ୍ରୋତ୍ସାହିତ କରିବାର ଦୃଷ୍ଟିକୋଣର ପ୍ରମାଣ ଅଟେ । ବିଭିନ୍ନ ପୃଷ୍ଠଭୂମିର ବିଶିଷ୍ଟ ବ୍ୟକ୍ତିମାନେ ଏକତ୍ରିତ ହେବା, ଯୋଡି ହେବା ଏବଂ ଶ୍ରୀ ସତ୍ୟ ସାଇ ବାବାଙ୍କ ଶିକ୍ଷା ଅନୁସନ୍ଧାନ କରିବା ପାଇଁ ଏହା ଏକ ଉନ୍ନତ ପରିବେଶ ଯୋଗାଇବ ।  ଏହାର ବିଶ୍ୱ ସ୍ତରୀୟ ସୁବିଧା ଏବଂ ଭିତ୍ତିଭୂମି ସମ୍ମିଳନୀ, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହଜ କରିବ, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଲୋଚନା ଏବଂ ବୁଝାମଣାକୁ ବୃଦ୍ଧି କରିବ । ଏହି ବିଶାଳ ସୌଧ ପରିସରରେ ଧ୍ୟାନ ଗୃହ, ଶାନ୍ତି ଉଦ୍ୟାନ ଏବଂ ରହିବା ପାଇଁ ସୁବିଧା ମଧ୍ୟ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 4, 2026
June 04, 2026

India's Remarkable Stride Under PM Modi: Clean Energy Jobs, Infrastructure Surge & Global Trade Wins