Ro-Pax ferry service will reduce travel time, logistics cost and lower environmental footprint
It will create new avenues for jobs & enterprises and give a boost to tourism in the region
Event marks a big step towards PM’s vision of harnessing waterways and integrating them with economic development of the country

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲର ଉଦଘାଟନ କରିବା ସହ ଗୁଜରାଟର ହାଜିରା ଓ ଘୋଗା ମଧ୍ୟରେ ରୋ-ପାକ୍ସ ଜଳସେବାର ଶୁଭାରମ୍ଭ କରିବେ । ଆସନ୍ତା 8 ତାରିଖ ଦିନ ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହା ସମ୍ପନ୍ନ ହେବ । ଜଳପଥକୁ ଆର୍ଥିକ ବିକାଶ ସହ ସାମିଲ କରି ଉନ୍ନତି ଘଟାଇବାରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଲକ୍ଷ୍ୟକୁ ଏହା ପୂରଣ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳସେବା ଉପଯୋଗ କରୁଥିବା ସ୍ଥାନୀୟ ଅଧିବାସୀଙ୍କ ସହ ମଧ୍ୟ ମତ ବିନିମୟ କରିବେ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବାର  କାର୍ଯ୍ୟକ୍ରମ ରହିଛି ।

ରୋ-ପାକ୍ସ ଜଲତରୀ ବା ଭଏଜ ସିମ୍ଫୋନୀ ଏକ ତିନି ଡେକ୍ସ ବିଶିଷ୍ଟ ତରୀ ଯାହାକି 2500 ରୁ 2700 ଟନ ଓ ଏହା 12000 ରୁ 15000 ଜିଟି ଅପସାରଣ କରିପାରିବ । ଏହାର ମୁଖ୍ୟ ଡେକରେ 30 ଟ୍ରକ ବା 50 ଟନ ପର୍ଯ୍ୟନ୍ତ ମାଲ ପରିବହନର କ୍ଷମତା ରହିଥିବା ବେଳେ ଉପର ଡେକରେ 100 ଯାତ୍ରୀ ଓ ପାସେଞ୍ଜର ଡେକରେ 500 ଯାତ୍ରୀ, 34ଜଣ କର୍ମଚାରୀ ଓ ଅନ୍ୟାନ୍ୟ ସେବାକାରୀ ରହିପାରିବେ ।

ହାଜିରା ଘୋଗା ରୋ-ପାକ୍ସ ନୌସେବା ଯୋଗୁଁ ଅନେକ ସୁବିଧା ଉପଲବ୍ଧ ହେବ । ଏହା ପଶ୍ଚିମ ଗୁଜରାଟ ଓ ସୌରାଷ୍ଟ୍ର ମଧ୍ୟରେ ପ୍ରବେଶ ଦ୍ଵାର ଭାବେ କାର୍ଯ୍ୟ କରିବ । ଏହି ନୌସେବା ଯୋଗୁଁ ଘୋଗା ଏବଂ ହାଜିରା ମଧ୍ୟରେ ଦୂରତ୍ଵ 370 ରୁ 90 କିଲୋମିଟରକୁ ହ୍ରାସ ପାଇବ । ଏହି ପଣ୍ୟଦ୍ରବ୍ୟ ଓ ଯାତ୍ରୀ ପରିବହନ ଯୋଗୁଁ ସମୟ 10 ରୁ 12 ଘଣ୍ଟା ଲାଗୁଥିବା ବେଳେ ଏବେ ଏହା ମାତ୍ର 4 ଘଣ୍ଟାରେ ସମାପ୍ତ ହୋଇପାରିବ । ଏହି ସେବା ଯୋଗୁଁ ଦିନକୁ ପ୍ରାୟ 9000 ଲିଟର ପର୍ଯ୍ୟନ୍ତ ଇନ୍ଧନ ବଞ୍ଚିବା ସହ ପରିବହନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇବ । ହାଜିରା ଘୋଗା ପଥରେ ଏହି ନୌସେବା ଦିନକୁ 3ଥର ସମ୍ପନ୍ନ ହୋଇପାରିବ । ଏଥିଯୋଗୁଁ ବାର୍ଷିକ 5 ଲକ୍ଷ ଯାତ୍ରୀ, 80 ହଜାର ଯାତ୍ରୀବାହି ଯାନ, 50 ହଜାର ଦୁଇ ଚକିଆ ଯାନ ଓ 30 ହଜାର ଟ୍ରକ ପରିବହନ କରାଯାଇପାରିବ । ଏହା ଟ୍ରକ ଚାଳକମାନଙ୍କ କ୍ଲେଶ ହ୍ରାସ କରିବା ସହ ସେମାନଙ୍କୁ ଅଧିକ ଯାତ୍ରା ସୁବିଧା ଦେଇ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଏହାଫଳରେ ଦିନକୁ ହାରାହାରି  24 ମେଟ୍ରିକ  ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ବାୟୁ ମଣ୍ଡଳକୁ ନଛାଡି ବାର୍ଷିକ 8,653 ମେଟ୍ରିକ ଟନ ବାଷ୍ପକୁ ବାୟୁ ମଣ୍ଡଳରେ ମିଶିବାରୁ ରକ୍ଷା କରିବ । ସୌରାଷ୍ଟ୍ର ଅଞ୍ଚଳ ସହ ଯୋଗାଯୋଗ ସହଜ ହେବା ଦ୍ଵାରା ଏହା ପର୍ଯ୍ୟଟନର  ଅଭିବୃଦ୍ଧି ସାଙ୍ଗକୁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ନୌସେବା ଆରମ୍ଭ ହେବା ଯୋଗୁଁ ବନ୍ଦର, ସୌରାଷ୍ଟ୍ର ଏବଂ କଚ୍ଛର ଆସବାବ ପତ୍ର ଓ ସାର କାରଖାନାକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ । ପରିବେଶ ପର୍ଯ୍ୟଟନ ଓ ଗୁଜରାଟର ବିଶେଷକରି ପୋର ବନ୍ଦର, ସୋମନାଥ, ଦ୍ୱାରକା ଓ ପଲଟନା ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ ବିକଶିତ ହେବ । ଏହି ନୌସେବା ଫଳରେ ଗୁଜରାଟ ଗିରର ପ୍ରସିଦ୍ଧ ଏସୀୟ ସିଂହ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi