କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ ‘କର୍ତ୍ତବ୍ୟ ପଥ’ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଉଦାହରଣ
ପ୍ରଧାନମନ୍ତ୍ରୀଙ୍କ ‘ପଞ୍ଚ ପ୍ରାଣ’ ମଧ୍ୟରୁ ଅନ୍ୟତମ: ଔପନିବେଶିକ ମାନସିକତାର ଚିହ୍ନ ହଟାଇବା
‘କର୍ତ୍ତବ୍ୟ ପଥ’ରେ ଉନ୍ନତ ସାମୂହିକ ସ୍ଥଳ ଓ ସୁବିଧା ଯେପରିକି ଲନ, ଚଲାପଥ, ଅଧିକ ସବୁଜିମା, ନବୀକୃତ କେନାଲ, ଉନ୍ନତ ସାଇନବୋର୍ଡ, ନୂଆ ସୁବିଧା ଥିବା ବ୍ଲକ ଓ ଭେଣ୍ଡିଂ କିଓସ୍କ ଆଦି ରହିବ
ପଦଯାତ୍ରୀଙ୍କ ପାଇଁ ନୂଆ ଅଣ୍ଡରପାସ, ଉନ୍ନତ ପାର୍କିଂ ସ୍ଥାନ, ନୂଆ ପ୍ରଦର୍ଶନ ପ୍ୟାନେଲ ଓ ଉନ୍ନୀତ ରାତ୍ରି ଆଲୋକ ବ୍ୟବସ୍ଥା ଲୋକଙ୍କୁ ସୁଖଦ ଅନୁଭବ ପ୍ରଦାନ କରିବ
ଏଥିରେ କଠିନ ବର୍ଜ୍ୟ ପ୍ରବନ୍ଧନ, ବ୍ୟବହୃତ ଜଳ ପ୍ରକ୍ରିୟାକରଣ, ବର୍ଷାଜଳ ଅମଳ ଓ ବିଦ୍ୟୁତ ସଞ୍ଚୟକାରୀ ଆଲୋକ ବ୍ୟବସ୍ଥା ଭଳି ଅନେକ ଚିରସ୍ଥାୟୀ ସୁବିଧା ସାମିଲ ରହିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮, ୨୦୨୨ ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ । ନୂଆ ଭାରତର ଅମୃତ କାଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପଞ୍ଚ ପ୍ରାଣ ଔପନିବେଶିକ ମାନସିକତାର ଚିହ୍ନ ହଟାଇବା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ।

ବର୍ଷ ବର୍ଷ ଧରି ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ଯୋଗୁଁ ଏହାର ଭିତ୍ତିଭୂମି ପ୍ରଭାବିତ ହେଉଥିଲା । ଶୌଚାଳୟ, ପିଇବା ପାଣି, ଷ୍ଟ୍ରିଟ ଫର୍ଣ୍ଣିଚର ଓ ଆବଶ୍ୟକ ପାର୍କିଂ ସ୍ଥାନ ଭଳି ମୌଳିକ ସୁବିଧା ସୁଯୋଗ ନଥିଲା । ଏହାବ୍ୟତୀତ ରାସ୍ତାରେ କମ ସାଇନ ବୋର୍ଡ, ଅନୁନ୍ନତ ଜଳ ପରିଚାଳନା ଓ ଅବ୍ୟବସ୍ଥିତ ପାର୍କିଂ ଭଳି ସମସ୍ୟା ଥିଲା । ସେହିପରି ଗଣତନ୍ତ୍ର ଦିବସ ପ୍ୟାରେଡ ଓ ଅନ୍ୟ ଜାତୀୟ କାର୍ଯ୍ୟକ୍ରମଗୁଡିକୁ ସୂଚାରୁ ରୂପେ ତଥା ଲୋକଙ୍କ ଯାତାୟତକୁ ପ୍ରଭାବିତ ନକରି ଆୟୋଜନ କରିବାର ଆବଶ୍ୟକତା ପରିଲକ୍ଷିତ ହୋଇଥିଲା । ଏସବୁ ପ୍ରସଙ୍ଗକୁ ଧ୍ୟାନରେ ରଖି ତଥା ସ୍ଥାପତ୍ୟ କଳାର ଚରିତ୍ର ଅତୁଟ ରଖିବା ସହ ଏହାର ଧାରାବାହିକତା ବଜାୟ ରଖି ପୁନଃବିକାଶ ହୋଇଥିଲା ।

କର୍ତ୍ତବ୍ୟ ପଥ ସୁଦୃଶ୍ୟ ଲ୍ୟାଣ୍ଡସ୍କେପ, ଚଲାପଥ ସହ ଲନ, ଅଧିକ ସବୁଜିମା, ନବୀକୃତ କେନାଲ, ଉନ୍ନତ ସାଇନବୋର୍ଡ, ନୂଆ ସୁବିଧା ଥିବା ବ୍ଲକ ଓ ଭେଣ୍ଡିଂ କିଓସ୍କ ଆଦି ରହିବ । ସେହିପରି ପଦଯାତ୍ରୀଙ୍କ ପାଇଁ ନୂଆ ଅଣ୍ଡରପାସ, ଉନ୍ନତ ପାର୍କିଂ ସ୍ଥାନ, ନୂଆ ପ୍ରଦର୍ଶନ ପ୍ୟାନେଲ ଓ ଉନ୍ନୀତ ରାତ୍ରି ଆଲୋକ ବ୍ୟବସ୍ଥା ଲୋକଙ୍କୁ ସୁଖଦ ଅନୁଭୂତି ପ୍ରଦାନ କରିବ । ଏଥିରେ କଠିନ ବର୍ଜ୍ୟ ପ୍ରବନ୍ଧନ, ବ୍ୟବହୃତ ଜଳ ପ୍ରକ୍ରିୟାକରଣ, ବର୍ଷାଜଳ ଅମଳ ଓ ବିଦ୍ୟୁତ ସଞ୍ଚୟକାରୀ ଆଲୋକ ବ୍ୟବସ୍ଥା ଭଳି ଅନେକ ଚିରସ୍ଥାୟୀ ସୁବିଧା ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ । ଚଳିତ ବର୍ଷ ସେହି ସ୍ଥାନରେ ପରିକ୍ରମା ଦିବସ (ଜାନୁୟାରୀ ୨୩) ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଗ୍ରାନାଇଟରେ ନିର୍ମିତ ଏହି ପ୍ରତିମୂର୍ତ୍ତି ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଯୋଗଦାନ ପାଇଁ ନେତାଜୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବା ସହିତ ଦେଶ ତାଙ୍କ ନିକଟରେ ଋଣୀ ହେବାର ପ୍ରତୀକ ପାଲଟିବ । ମୁଖ୍ୟ ସ୍ଥପତି ଶ୍ରୀ ଆଦିତ୍ୟ ଯୋଗୀରାଜଙ୍କ ଦ୍ୱାରା ମନୋଲିଥିକ ଗ୍ରାନାଇଟ ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ ଓ ଓଜନ ୬୫ ମେଟ୍ରିକ ଟନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.