ଋଣ ଭିତ୍ତିକ ସରକାରୀ ଯୋଜନାଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ । “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶବିଶେଷ ସ୍ବରୂପ ଜୁନ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଋଣ ଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ-ଜନ ସମର୍ଥ ପୋର୍ଟାଲର ଉନ୍ମୋଚନ କରିବେ । ପ୍ରଥମ ଥର ପାଇଁ ଏପରି ଏକ ପୋର୍ଟାଲ ଆରମ୍ଭ ହେବାକୁ ଯାଉଛି ଯାହାକି ସିଧାସଳଖ ହିତାଧିକାରୀଙ୍କୁ ଋଣଦାତାଙ୍କ ସହିତ ଯୋଡ଼ିବ । ସରଳ ଓ ସହଜ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ସଠିକ ପ୍ରକାରର ସରକାରୀ ଲାଭ ଯୋଗାଇ ଦେବା ସହିତ ବିଭିନ୍ନ କ୍ଷେତ୍ରକୁ ମାର୍ଗଦର୍ଶନ ଓ ପରାମର୍ଶ ଯୋଗାଇ ଦେଇ ସେମାନଙ୍କର ସମାବେଶୀ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ହେଉଛି ଜନ ସମର୍ଥ ପୋର୍ଟାଲର ଉଦ୍ଦେଶ୍ୟ।  ସମସ୍ତ ସରକାରୀ ପ୍ରୋତ୍ସାହନ ଯୋଜନା ପାଇଁ ଏହି ପୋର୍ଟାଲ ଏଣ୍ଡ ଟୁ ଏଣ୍ଡ କଭରେଜ ପ୍ରଦାନ କରିବ ।

ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ଡିଜିଟାଲ ପ୍ରଦର୍ଶନୀ ଆୟୋଜନ କରିବେ ଯାହାକି ବିଗତ ଆଠ ବର୍ଷ ମଧ୍ୟରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯାତ୍ରାକୁ ପ୍ରଦର୍ଶିତ କରିବ । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ୧, ୨, ୫, ୧୦ ଏବଂ ୨୦ ଟଙ୍କିଆ ମୁଦ୍ରାର ସ୍ବତନ୍ତ୍ର ସିରିଜ ଜାରି କରିବେ। ଏହି ସ୍ବତନ୍ତ୍ର ସିରିଜର ମୁଦ୍ରା ବା କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିବ ଏବଂ ଦୃଷ୍ଟିହୀନ ଲୋକମାନେ ଏହାକୁ ସହଜରେ ଚିହ୍ନଟ କରିପାରିବେ ।

ଏହି କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଦେଶର ୭୫ଟି ସ୍ଥାନରେ ଆୟୋଜନ କରାଯିବ ଏବଂ ପ୍ରତ୍ୟେକ ସ୍ଥାନ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟ କାର୍ଯ୍ୟକ୍ରମ ସହ ଯୋଡ଼ି ହେବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India