ଏହି ମହୋତ୍ସବ ଉତ୍ତର-ପୂର୍ବ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବ, ଯେଉଁଥିରେ କି ପାରମ୍ପରିକ କଳା, ଶିଳ୍ପ ଏବଂ ସାଂସ୍କୃତିକ ପ୍ରଥାର ବିବିଧତାକୁ ଏକକାଳୀନ ଦେଖିବାକୁ ମିଳିବ
ମହୋତ୍ସବ ପାରମ୍ପରିକ ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନର ଆର୍ଥିକ ସୁବିଧାକୁ ପ୍ରୋତ୍ସାହିତ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୬ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିବେ । ଉତ୍ତର-ପୂର୍ବ ଭାରତର ସାଂସ୍କୃତିକ ଜୀବନ୍ତତାକୁ ପ୍ରଦର୍ଶିତ କରିବାର ପ୍ରତିବଦ୍ଧତାକୁ ଏହି ମହୋତ୍ସବ ଦର୍ଶାଉଛି ।

ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ମହୋତ୍ସବ ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବ । ଏହି ମହୋତ୍ସବ ଉତ୍ତର-ପୂର୍ବ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବ, ଯେଉଁଥିରେ କି ପାରମ୍ପରିକ କଳା, ଶିଳ୍ପ ଏବଂ ସାଂସ୍କୃତିକ ପ୍ରଥାର ବିବିଧତାକୁ ଏକକାଳୀନ ଦେଖିବାକୁ ମିଳିବ ।

ପାରମ୍ପରିକ ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଆର୍ଥିକ ସୁବିଧାକୁ ବଢ଼ାଇବା ପାଇଁ ଏହି ମହୋତ୍ସବରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହେବ । ଏହି ମହୋତ୍ସବରେ କାରିଗରୀ ପ୍ରଦର୍ଶନୀ, ଗ୍ରାମୀଣ ହାଟ, ରାଜ୍ୟୱାରି ମଣ୍ଡପ ରହିବ । ଉତ୍ତର-ପୂର୍ବର ବିକାଶ ପାଇଁ ବିଭିନ୍ନ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଯୁକ୍ତିଗତ ଅଧିବେଶନ ଅନୁଷ୍ଠିତ ହେବ । ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ନିବେଶକ ଓ କ୍ରେତା-ବିକ୍ରେତାଙ୍କୁ ରାଉଣ୍ଡଟେବଲ ବୈଠକ ରହିଛି । ଏଥିରେ ଏହି ଅଞ୍ଚଳର ନେଟୱର୍କ, ସହଭାଗିତା ଏବଂ ଆର୍ଥିକ ସୁଦୃଢ଼ୀକାରଣ ପାଇଁ ମିଳିତ ପଦକ୍ଷେପ ନେବା ପାଇଁ ସୁଯୋଗ ସୃଷ୍ଟି କରାଯିବ ।

ଏହି ମହୋତ୍ସବରେ ଡିଜାଇନ କନକ୍ଲେଭ ଏବଂ ଫେସନ୍ ଶୋ ହେବ । ଏଥିରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତର ଉନ୍ନତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ପ୍ରଦର୍ଶିତ ହେବ । ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଦେଇ ମହୋତ୍ସବରେ ଜୀବନ୍ତ ସଙ୍ଗୀତ ପ୍ରଦର୍ଶନ ଏବଂ ଉତ୍ତର-ପୂର୍ବ ଭାରତର ଖାଦ୍ୟଦ୍ରବ୍ୟକୁ ମଧ୍ୟ ପ୍ରଦର୍ଶନ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action