ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ଏହି ପ୍ରକଳ୍ପଗୁଡିକ ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା ସହ ସୁଗମ କରିବ
ଦିଲ୍ଲୀ- ଡେରାଡୁନ ଅର୍ଥନୈତିକ କରିଡର ଦ୍ୱାରା ଯାତ୍ରା ସମୟ ୨.୫ ଘଣ୍ଟାକୁ ହ୍ରାସ ପାଇବ; ବନ୍ୟଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଏହା ଏସିଆର ସବୁଠାରୁ ବଡ ଏଲିଭେଟେଡ ବନ୍ୟଜନ୍ତୁ କରିଡର ହେବ
ଉଦଘାଟିତ ହେଉଥିବା ସଡକ ପ୍ରକଳ୍ପ ଦ୍ୱାରା ଚାରି ଧାମ ସହିତ ସ୍ଥାନୀୟ ଅଞ୍ଚଳରେ ସହଜରେ ଯାତାୟତ ହୋଇପାରିବ ଓ ପର୍ଯ୍ୟଟନ ସମୃଦ୍ଧ ହେବ
ଲାମ୍ବାଗଡ ଭୂସ୍ଖଳନ ପ୍ରତିରୋଧୀ ପ୍ରକଳ୍ପ ବାରମ୍ବାର ଭୂସ୍ଖଳନ ହେଉଥିବା ଅଞ୍ଚଳରେ ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୪, ୨୦୨୧ରେ ଡେରାଡୁନ ଗସ୍ତ କରି ମଧ୍ୟାହ୍ନ ୧ଟା ବେଳେ ପ୍ରାୟ ୧୮୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଗସ୍ତ ଅବସରରେ ସଡକ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପଗୁଡିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ, ଯାହା ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ସହ ଅଞ୍ଚଳରେ ପର୍ଯ୍ୟଟନକୁ ସମୃଦ୍ଧ କରିବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ଏହି ପ୍ରକଳ୍ପଗୁଡିକ ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା ସହ ସୁଗମ କରିବ । 

ପ୍ରଧାନମନ୍ତ୍ରୀ ୧୧ଟି ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡର (ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସଓ୍ୱେ ଜଙ୍କସନରୁ ଡେରାଡୁନ) ସାମିଲ ରହିଛି, ଯାହା ୮୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ । ଏହା ଦିଲ୍ଲୀ ଠାରୁ ଡେରାଡୁନ ପର୍ଯ୍ୟନ୍ତ ୬ ଘଣ୍ଟାର ରାସ୍ତାକୁ ୨.୫ ଘଣ୍ଟାକୁ ହ୍ରାସ କରିବ । ଏଥିରେ ହରିଦ୍ୱାର, ମୁଜାଫରନଗର, ଶାମଲି, ଯମୁନାନଗର, ବାଗପତ, ମିରଟ ଓ ବରୌତ ଆଦି ସ୍ଥାନକୁ ଏହା ସଂଯୁକ୍ତ କରିବା ପାଇଁ ସାତଟି ପ୍ରମୁଖ ଇଣ୍ଟରଚେଞ୍ଜ ରହିବ । ଏଥିରେ ବନ୍ୟଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଏସିଆର ସବୁଠାରୁ ବଡ ବନ୍ୟଜୀବ ଏଲିଭେଟେଡ କରିଡର (୧୨ କିଲୋମିଟର) ରହିବ । ଏହାସହିତ ଡେରାଡୁନର ଦତ କାଳୀ ମନ୍ଦିର ନିକଟରେ ୩୪୦ ମିଟର ଲମ୍ବ ସୁଡଙ୍ଗ ବନ୍ୟଜୀବଙ୍କ ଉପରେ ପଡିବାକୁ ଥିବା ପ୍ରଭାବ କମାଇବାରେ ସହାୟକ ହେବ । ଏହାବ୍ୟତୀତ ଗଣେଶପୁର- ଡେରାଡୁନ ଖଣ୍ଡରେ ଗାଡିମୋଟର ଓ ବନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ଦୁର୍ଘଟଣା ଏଡାଇବା ପାଇଁ ବନ୍ୟଜନ୍ତୁଙ୍କ ପାଇଁ ଅନେକ ରାସ୍ତା ନିର୍ମାଣ ହୋଇଛି । ଦିଲ୍ଲୀ- ଡେରାଡୁନ ଅର୍ଥନୈତିକ କରିଡରରେ ୫୦୦ ମିଟର ଅନ୍ତରରେ ବର୍ଷାଜଳ ସଞ୍ଚୟ ବ୍ୟବସ୍ଥା ଓ ୪୦୦ରୁ ଅଧିକ ଜଳ ରିଚାର୍ଜ ପଏଣ୍ଟ ବ୍ୟବସ୍ଥା ରହିବ ।

ଦିଲ୍ଲୀ- ଡେରାଡୁନ ଅର୍ଥନୈତିକ କରିଡରରୁ ଗ୍ରୀନଫିଲ୍ଡ ଶ୍ରେଣୀବଦ୍ଧ ପ୍ରକଳ୍ପ, ସାହାରନପୁରର ହଲଗୋଆରୁ ହରିଦ୍ୱାରର ଭଦ୍ରାବାଦକୁ ସଂଯୋଗ କରୁଥିବା ପ୍ରକଳ୍ପ ୨୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ନିର୍ମିତ ହେବ । ଏହି ପ୍ରକଳ୍ପ ଦିଲ୍ଲୀରୁ ହରିଦ୍ୱାର ପର୍ଯ୍ୟନ୍ତ ଯାତାୟତକୁ ସୁଗମ କରିବା ସହ ଯାତ୍ରା ସମୟ ହ୍ରାସ କରିବ । ୧୬୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ନିର୍ମିତ ହେବାକୁ ଥିବା ମନୋହରପୁରରୁ କାଙ୍ଗଡି ପର୍ଯ୍ୟନ୍ତ ହରିଦ୍ୱାର ରିଙ୍ଗ ରୋଡ ପ୍ରକଳ୍ପ, ହରିଦ୍ୱାର ସହର ବାସିନ୍ଦା, ବିଶେଷ କରି ପର୍ଯ୍ୟଟନ ଋତୁରେ ଯିବାଆସିବା ବେଳେ ଲାଗୁଥିବା ଜାମ ସମସ୍ୟାରୁ ମୁକ୍ତି ଦେବ ଓ କୁମାଉନ କ୍ଷେତ୍ର ସହିତ ଯୋଗାଯୋଗ ଉନ୍ନତ ହେବ ।

ପ୍ରାୟ ୧୭୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଡେରାଡୁନ- ପାଓଁତା ସାହିବ (ହିମାଚଳ ପ୍ରଦେଶ) ସଡକ ପ୍ରକଳ୍ପ ଯାତ୍ରା ସମୟ ହ୍ରାସ କରିବ ଓ ଦୁଇ ସ୍ଥାନ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ । ଏହା ଆନ୍ତଃରାଜ୍ୟ ପର୍ଯ୍ୟଟନକୁ ମଧ୍ୟ ସମୃଦ୍ଧ କରିବ । ନଜିମାବାଦ- କୋଟଦ୍ୱାର ସଡକ ପ୍ରଶସ୍ତିକରଣ ପ୍ରକଳ୍ପ ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବା ସହ ଲାନ୍ସଡାଉନ ସହ ଯୋଗାଯୋଗ ଉନ୍ନତ କରିବ ।

ଲକ୍ଷ୍ମଣଝୁଲା ନିକଟସ୍ଥ ଗଙ୍ଗା ନଦୀରେ ଏକ ସେତୁ ନିର୍ମିତ ହେବ । ବିଶ୍ୱପ୍ରସିଦ୍ଧ ଲକ୍ଷ୍ମଣଝୁଲା ୧୯୨୯ରେ ନିର୍ମିତ ହୋଇଥିଲା, ହେଲେ ଭାର ବହନ କ୍ଷମତା ହ୍ରାସ ପାଇବାରୁ ଏହାକୁ ଏବେ ବନ୍ଦ କରାଯାଇଛି । ନିର୍ମିତ ହେବାକୁ ଥିବା ସେତୁରେ ଚାଲି ଚାଲି ଯାଉଥିବା ଲୋକଙ୍କ ପାଇଁ କାଚର ଡେକ ବ୍ୟବସ୍ଥା ରହିବା ସହ ହାଲକା ଯାନବାହାନ ଯିବା ପାଇଁ ଅନୁମତି ମିଳିବ ।

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଡେରାଡୁନର ପିଲାମାନଙ୍କ ଯିବାଆସିବା ପାଇଁ ରାସ୍ତାକୁ ସୁରକ୍ଷିତ କରି ସହରକୁ ବାଲହିତୈଷୀ କରିବା ପାଇଁ ଚାଇଲ୍ଡ ଫ୍ରେଣ୍ଡଲି ସିଟି ପ୍ରୋଜେକ୍ଟ, ଡେରାଡୁନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଡେରାଡୁନରେ ୭୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ଜଳ ଯୋଗାଣ, ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥାର ବିକାଶ ସମ୍ପର୍କିତ ପ୍ରକଳ୍ପଗୁଡିକର ଶିଳାନ୍ୟାସ ମଧ୍ୟ କରାଯିବ ।

ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ସ୍ମାର୍ଟ ଆଧ୍ୟାତ୍ମିକ ସହରର ବିକାଶ ଓ ପର୍ଯ୍ୟଟନ ସମ୍ପର୍କିତ ଭିତ୍ତିଭୂମି ଉନ୍ନତୀକରଣ ପାଇଁ ଶ୍ରୀ ବଦ୍ରିନାଥ ଧାମ ଓ ଗଙ୍ଗୋତ୍ରୀ- ଯମୁନୋତ୍ରୀ ଧାମରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ଶିଳାନ୍ୟାସ ହେବ । ଏହାସହିତ ହରିଦ୍ୱାରରେ ୫୦୦ରୁ ଅଧିକ କୋଟି ଟଙ୍କା ବିନିଯୋଗରେ ନୂଆ ମେଡିକାଲ କଲେଜ ମଧ୍ୟ ନିର୍ମାଣ କରାଯିବ ।

ପ୍ରଧାନମନ୍ତ୍ରୀ ବାରମ୍ବାର ଭୂସ୍ଖଳନ ଜନିତ ସମସ୍ୟାର ମୁକାବିଲା ପାଇଁ ସାତଟି ପ୍ରକଳ୍ପ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ଭୂସ୍ଖଳନ ମୁକାବିଲା ପ୍ରକଳ୍ପ, ଲାମବଗଡ (ଏହା ବଦ୍ରିନାଥ ଧାମ ରାସ୍ତାରେ ରହିଛି)ରେ ଭୂସ୍ଫଳଖ ମୁକାବିଲା ପ୍ରକଳ୍ପ ଓ ଏନଏଚ- ୫୮ରେ ଶକନିଧର, ଶ୍ରୀନଗର ଓ ଦେବପ୍ରୟାଗରେ ଗଭୀର ଭୂସ୍ଫଳନ ସମସ୍ୟାର ସମାଧାନ ସାମିଲ ରହିଛି । ଅଧିକ ଭୂସ୍ଖଳନ ଅଞ୍ଚଳରେ ଲାମବଗଡ ଭୂସ୍ଖଳନ ମୁକାବିଲା ପ୍ରକଳ୍ପରେ ବର୍ଷାରେ ସୁରକ୍ଷିତ ରଖିବା ପାଇଁ ପାଚେରୀ ଓ ପଥରବନ୍ଧ ନିର୍ମାଣ କରାଯିବ । ପ୍ରକଳ୍ପର ସ୍ଥାନ ଏହାର ସାମିରିକ ମର୍ଯ୍ୟାଦାକୁ ଆଗେଇ ନେବ ।

ଚାରିଧାନ ସଡକ ଯୋଗାଯୋଗ ପ୍ରକଳ୍ପ ଅନ୍ତର୍ଗତ ଦେବପ୍ରୟାଗରୁ ଶ୍ରୀକୋଟ ପର୍ଯ୍ୟନ୍ତ ଓ ଏନଏଚ-୫୮ରେ ବ୍ରହ୍ମପୁରୀରୁ କୋଡିୟାଲା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବା ପାଇଁ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ହେବ ।

୧୭୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ଯମୁନୀ ନଦୀରେ ନିର୍ମିତ ୧୨୦ ମେଗାଓ୍ୱାଟର ବ୍ୟାସି ଜଳ ବିଦ୍ୟୁତ ପ୍ରକଳ୍ପର ଉଦଘାଟନ ହିମାଳୟ ସଂସ୍କୃତି କେନ୍ଦ୍ର ସହିତ କରାଯିବ । ହିମାଲୟାନ ସଂସ୍କୃତି କେନ୍ଦ୍ରରେ ଏକ ରାଜ୍ୟସ୍ତରୀୟ ସଂଗ୍ରହାଳୟ ହେବ, ୮୦୦ ସିଟ୍ ବିଶିଷ୍ଟ କଳା ଅଡିଟୋରିୟମ, ଲାଇବ୍ରେରୀ, କନଫରେନ୍ସ ହଲ ଆଦି ରହିବ । ଯାହା ଲୋକଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରିବା ସହ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ତୋଳି ଧରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଡେରାଡୁନରେ ଅତ୍ୟାଧୁନିକ ଅତର ଓ ସୁଗନ୍ଧି ପ୍ରୟୋଗଶାଳା (ସେଣ୍ଟର ଫଲ ଅରୋମାଟିକ ପ୍ଲାଣ୍ଟସ) ଉଦଘାଟନ କରିବେ । ଏଠାରେ ହେବାକୁ ଥିବା ଗବେଷଣା ଅତର, ସାବୁନ, ସାନିଟାଇଜର, ଏୟାର ଫ୍ରେଶନର, ଅଗରବତୀ ଆଦି ସହିତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିବାରେ ଉପଯୋଗୀ ସାବ୍ୟସ୍ତ ହେବ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସମ୍ପର୍କିତ ଉଦ୍ୟୋଗ ମଧ୍ୟ ସ୍ଥାପନ ହେବ । ଏହି ସୁଗନ୍ଧିତ ବୃକ୍ଷରାଜି ପାଇଁ ଅଧିକ ଫସଲ ହେଉଥିବା ଉନ୍ନତ କିସମର ବିକାଶ ଉପରେ ପ୍ରୟୋଗଶାଳା ଧ୍ୟାନ କେନ୍ଦ୍ରୀଭୂତ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman

Media Coverage

UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.