ଦୁଇ ଦିନିଆ ସମାଗମ୍ ଏନ୍ଇପି ୨୦୨୦ ର ଶୁଭାରମ୍ଭର ୩ୟ ବାର୍ଷିକୀ ସମୟରେ ହେଉଛି
ପିଏମ୍ ଶ୍ରୀ ଯୋଜନା ଅଧୀନରେ ପାଣ୍ଠିର ପ୍ରଥମ କିସ୍ତି ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ
୧୨ ଟି ଭାରତୀୟ ଭାଷାରେ ଅନୁବାଦିତ ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଜୁଲାଇ ୨୦୨୩ ପୂର୍ବାହ୍ନ ୧୦ଟାରେ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ଅଖିଳ  ଭାରତୀୟ  ଶିକ୍ଷା ସମାଗମକୁ ଉଦଘାଟନ କରିବେ । ଏହା ଜାତୀୟ ଶିକ୍ଷା ନୀତି ୨୦୨୦ ର ୩ୟ ବାର୍ଷିକୀ ସମୟରେ ହେଉଛି ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ପିଏମ ଶ୍ରୀ ଯୋଜନା ଅଧୀନରେ ପ୍ରଥମ କିସ୍ତି ଅର୍ଥ ମଞ୍ଜୁର କରିବେ । ଏହା ବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ଏପରି ଭାବରେ ଗଢି ତୋଳିବ ଯେ ସେମାନେ ଜାତୀୟ ଶିକ୍ଷା ନୀତି (ଏନ୍‍ଇପି) ୨୦୨୦ ଦ୍ୱାରା ଧାର୍ଯ୍ୟ ହୋଇଥିବା ଏକ ସମାନ, ଅନ୍ତର୍ଭୂକ୍ତି ଏବଂ ବହୁଳବାଦୀ ସମାଜ ଗଠନ ପାଇଁ ନାଗରିକ, ଉତ୍ପାଦକ ତଥା ଯୋଗଦାନକାରୀ ଭାବରେ ସାମିଲ ହୋଇପାରିବେ । ପ୍ରଧାନମନ୍ତ୍ରୀ  ୧୨ ଟି ଭାରତୀୟ ଭାଷାରେ ଅନୁବାଦିତ ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ । 

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ ଦେଶର ଅମୃତ କାଳରେ ଯୁବକମାନଙ୍କୁ ଦେଶର ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଏନ୍‍ଇପି ୨୦୨୦ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ମୌଳିକ ମୂଲ୍ୟବୋଧରେ ରଖିବା ସହିତ ଭବିଷ୍ୟତର ଆହ୍ୱାନ ଗୁଡ଼ିକୁ ସାମନା କରିବା ପାଇଁ ପ୍ରସ୍ତୁତ କରିବା । ଏହା କାର୍ଯ୍ୟକାରୀ ହେବାର ତିନି ବର୍ଷ ମଧ୍ୟରେ ଏହି ନୀତି ବିଦ୍ୟାଳୟ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛି । ୨୯ ଏବଂ ୩୦ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‍, କ୍ଷେତ୍ର ବିଶେଷଜ୍ଞ, ନୀତି ର୍ନିମାତା, ଶିଳ୍ପ ପ୍ରତିନିଧୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ପ୍ରତିଷ୍ଠାନକୁ ସେମାନଙ୍କର ଜ୍ଞାନ, ସଫଳତା ସେୟାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯିବ । ଏନ୍‍ଇପି ୨୦୨୦ କାର୍ଯ୍ୟକାରୀ କରିବାରେ ସେମାନଙ୍କର ଅର୍ନ୍ତଦୃଷ୍ଟି ଓ ସର୍ବୋତ୍ତମ ଅଭ୍ୟାସ ଏବଂ ଏହାକୁ ଆହୁରି ଆଗକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିବ ।

ଅନ୍ୟ ମଧ୍ୟରେ ଅଖିଳ ଭାରତୀୟ ଶିକ୍ଷା ସମାଗାମରେ ଷୋହଳଟି ଅଧିବେଶନ ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ ଶାସନ, ସମାନତା ଏବଂ ଅନ୍ତର୍ଭୂକ୍ତ ଶିକ୍ଷା, ସାମାଜିକ-ଅର୍ଥନୈତିକ ଅନଗ୍ରସର ଗୋଷ୍ଠୀର ପ୍ରସଙ୍ଗ, ଜାତୀୟ ପ୍ରତିଷ୍ଠାନ ରାଙ୍କିଙ୍ଗ ଢାଞ୍ଚା, ଭାରତୀୟ ଜ୍ଞାନ ବ୍ୟବସ୍ଥା, ଶିକ୍ଷାର ଆର୍ନ୍ତଜାତୀୟକରଣ ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi