୧୪୫୦ ଏମବିବିଏସ ସିଟ୍ ବୃଦ୍ଧି ପାଇଁ ନୂଆ ମେଡିକାଲ କଲେଜ- ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ଓ ସୁଲଭ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ପ୍ରୟାସର ଅନୁରୂପ
କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ନୂଆ କ୍ୟାମ୍ପସ- ଶାସ୍ତ୍ରୀୟ ତାମିଲ ଭାଷାର ସଂରକ୍ଷଣ ଓ ପ୍ରୋତ୍ସାହନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ
ଭାରତୀୟ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ତଥା ଶାସ୍ତ୍ରୀୟ ଭାଷାଗୁଡିକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୨, ୨୦୨୨ ଅପରାହ୍ନ ୪ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ୧୧ଟି ନୂଆ ମେଡିକାଲ କଲେଜ ଓ ଚେନ୍ନାଇ ଠାରେ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ନୂଆ କ୍ୟାମ୍ପସ ଉଦଘାଟନ କରିବେ ।

ପ୍ରାୟ ୪୦୦୦ କୋଟି ଟଙ୍କା ବିନିଯୋଗରେ ଏହି ନୂଆ ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି, ଯେଉଁଥିରୁ କେନ୍ଦ୍ର ସରକାର  ୨୧୪୫ କୋଟି ପ୍ରଦାନ କରିଥିବା ବେଳେ ବାକି ତାମିଲନାଡୁ ସରକାର ପ୍ରଦାନ କରିଛନ୍ତି । ନୂଆ ମେଡିକାଲ କଲେଜ ସ୍ଥାପିତ ହୋଇଥିବା ଜିଲ୍ଲାଗୁଡିକ ହେଲା ବିରୁଧୁନଗର, ନମକ୍କଲ, ନୀଳଗିରି, ତିରୁପୁର, ଥିରୁଭାଲ୍ଲୁର, ନାଗପଟ୍ଟିନମ, ଡିଣ୍ଡିଗୁଲ, କଲ୍ଲାକୁରିଚି, ଆରିୟାଲୁର, ରାମନାଥପୁରମ ଓ କ୍ରିଷ୍ଣଗିରି । ଦେଶର ସମସ୍ତ ସ୍ଥାନରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସୁଲଭ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ଅନୁରୂପ ଏହି ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି । “କେନ୍ଦ୍ର ସରକାର ପ୍ରାୟୋଜିତ ଜିଲ୍ଲା/ରେଫରାଲ ଡାକ୍ତରଖାନା ଅନ୍ତର୍ଗତ ମେଡିକାଲ କଲେଜ ସ୍ଥାପନ ଯୋଜନା” ଅନ୍ତର୍ଗତ ୧୪୫୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି । ଏହି ଯୋଜନା ଅନ୍ତର୍ଗତ ସରକାରୀ କିମ୍ବା ବେସରକାରୀ ମେଡିକାଲ କଲେଜ ନଥିବା ଜିଲ୍ଲାଗୁଡିକରେ ମେଡିକାଲ କଲେଜ ସ୍ଥାପନ ହେଉଛି ।

ଭାରତୀୟ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ତଥା ଶାସ୍ତ୍ରୀୟ ଭାଷାଗୁଡିକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ (ସିଆଇସିଟି), ଚେନ୍ନାଇର ନୂଆ କ୍ୟାମ୍ପସ ସ୍ଥାପନ ହୋଇଛି । ନୂଆ କ୍ୟାମ୍ପସ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ଏହା ୨୪ କୋଟି ଟଙ୍କାରେ ନିର୍ମିତ ହୋଇଛି । ଏପର୍ଯ୍ୟନ୍ତ ଭଡା ଘରୁ ପରିଚାଳିତ ହେଉଥିବା ସିଆଇସିଟି ଏବେ ନୂଆ ତିନି ମହଲା ବିଶିଷ୍ଟ କ୍ୟାମ୍ପସରୁ ପରିଚାଳିତ ହେବ । ନୂଆ କ୍ୟାମ୍ପସରେ ପ୍ରଶସ୍ତ ଲାଇବ୍ରେରି, ଏକ ଇ-ଲାଇବ୍ରେରି, ସେମିନାର ହଲ ଓ ଏକ ମଲ୍ଟିମିଡିଆ ହଲ ରହିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ସ୍ୱୟଂଶାସିତ ସଂସ୍ଥା ସିଆଇସିଟି, ତାମିଲ ଭାଷାର ପ୍ରାଚୀନତା ଓ ବୈଶିଷ୍ଟ୍ୟତା ପ୍ରତିପାଦନ ପାଇଁ ଗବେଷଣା ମାଧ୍ୟମରେ ଶାସ୍ତ୍ରୀୟ ତାମିଲକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛି । ସଂସ୍ଥାନର ଲାଇବ୍ରେରିରେ ୪୫ ହଜାରରୁ ଅଧିକ ପ୍ରାଚୀନ ତାମିଲ ପୁସ୍ତକ ସଂଗୃହୀତ ହୋଇରହିଛି । ଶାସ୍ତ୍ରୀୟ ତାମିଲକୁ ପ୍ରୋତ୍ସାହିତ କରିବା ସହ ଏହାର ଛାତ୍ରଛାତ୍ରୀଙ୍କୁ ସମର୍ଥନ ଦେବା ପାଇଁ ସଂସ୍ଥାନ ସେମିନାର ଆୟୋଜନ ଓ ତାଲିମ ପ୍ରଦାନ ଭଳି ଶୈକ୍ଷିକ କାର୍ଯ୍ୟକ୍ରମ ଆୟୋଜିତ କରିବା ସହ ଫେଲୋସିପ ପ୍ରଦାନ କରିଥାଏ । ବିଭିନ୍ନ ଭାରତୀୟ ଭାଷା ସହିତ ୧୦୦ ବିଦେଶୀ ଭାଷାରେ ‘ଥିରୁକ୍କୁରାଲ’ ଅନୁବାଦ ଓ ପ୍ରକାଶନ ଏହାର ଉଦ୍ଦେଶ୍ୟ ରହିଛି । ସାରା ବିଶ୍ୱରେ ଶାସ୍ତ୍ରୀୟ ତାମିଲକୁ ପ୍ରୋତ୍ସାହିତ କରିବାରେ ଏହି ନୂଆ କ୍ୟାମ୍ପସ ଏକ ଫଳପ୍ରଦ ବାତାବରଣ ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves jump $9 bn to $697.1 bn in week ended April 3

Media Coverage

India's forex reserves jump $9 bn to $697.1 bn in week ended April 3
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance