ଉତ୍ତରାଖଣ୍ଡରୁ ଶୁଭାରମ୍ଭ ହେଉଥିବା ଏହା ହେଉଛି ପ୍ରଥମ ବନ୍ଦେ ଭାରତ ଟ୍ରେନ୍
ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତିକରଣ ରେଳ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ପଥ ବିଦ୍ୟୁତିକରଣ ରାଜ୍ୟ ଭାବେ ଘୋଷଣା କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 25 ମଇ ଦିନ 11 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଏହା ହେବ ଉତ୍ତରାଖଣ୍ଡରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଚଳନ । ବିଶ୍ବସ୍ତରୀୟ ସୁବିଧାଗୁଡ଼ିକ ସହିତ ସୁସଜ୍ଜିତ ଏହି ଏକ୍ସପ୍ରେସ ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ, ବିଶେଷ କରି ରାଜ୍ୟକୁ ପରିଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆରାମଦାୟକ ଯାତ୍ରା ଅଭିଜ୍ଞତାର ଏକ ନୂତନ ଯୁଗର ଆରମ୍ଭ କରିବ । ଏହି ଟ୍ରେନ୍ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏବଂ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ଉନ୍ନତ ସୁରକ୍ଷା କବଚ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହୋଇଛି ।

 

ଜନସାଧାରଣଙ୍କୁ ପରିବହନର ଏକ ସ୍ୱଚ୍ଛ ମାଧ୍ୟମ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରୁ ପ୍ରେରଣା ନେଇ ଭାରତୀୟ ରେଳବାଇ ଦେଶରେ ରେଳ ମାର୍ଗର ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ଆଡକୁ ଅଗ୍ରସର ହେଉଛି । ଏହି ପ୍ରକ୍ରିୟା ଅଧୀନରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରେ ନୂତନ ବିଦ୍ୟୁତିକରଣ ହୋଇଥିବା ରେଳ ଲାଇନ ସେକ୍ସନକୁ ଉଦଘାଟନ କରିବେ । ଏହା ସହିତ ରାଜ୍ୟର ସମଗ୍ର ରେଳ ପଥ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଯିବ। ବିଦ୍ୟୁତକରଣ ଦ୍ବାରା ବୈଦ୍ୟୁତିକ ଟ୍ରାକ୍ସନ୍ ମାଧ୍ୟମରେ ପରିଚାଳିତ ଟ୍ରେନ୍ କେବଳ ଟ୍ରେନର ଗତି ବୃଦ୍ଧି କରିବ ନାହିଁ ବରଂ ପରିବହନ କ୍ଷମତା ମଧ୍ୟ ବୃଦ୍ଧି କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi