ପ୍ରଧାନମନ୍ତ୍ରୀ ଉଜ୍ଜୟନୀ ଏବଂ ଇନ୍ଦୋର ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ ମଧ୍ୟପ୍ରଦେଶରେ ରେଳବାଇର ଏକାଧିକ ପଦକ୍ଷେପର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ତାରିଖରେ ତାଙ୍କର ମଧ୍ୟପ୍ରଦେଶ ଗସ୍ତ ସମୟରେ ପୁନଃ ବିକଶିତ ରାଣୀ କମଳାପତି ରେଳ ଷ୍ଟେସନର ଉଦଘାଟନ କରିବେ ।

ପୁନଃ ବିକଶିତ ରାଣୀ କମଳାପତି ରେଳ ଷ୍ଟେସନ ଯାହାକି ଗୋଣ୍ଡ ରାଜ୍ୟର ସାହସୀ ତଥା ର୍ନିଭୀକ ରାଣୀ କମଳାପତିଙ୍କ ନାମରେ ନାମିତ, ମଧ୍ୟପ୍ରଦେଶରେ ତାହା ପ୍ରଥମ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଅଟେ । ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ପୁନଃ ବିକଶିତ ଏହି ଷ୍ଟେସନକୁ ଅତ୍ୟାଧୁନିକ ବିଶ୍ୱ ସ୍ତରୀୟ ସୁବିଧା ସହିତ ପରିବେଶ ଅନୁକୂଳ କୋଠା ଭାବରେ ଡିଜାଇନ୍ କରାଯାଇଛି ଯାହା ଭିନ୍ନକ୍ଷମମାନଙ୍କ ପାଇଁ ଯାତାୟତର ସହଜତାକୁ ମଧ୍ୟ ବିଚାରକୁ ନେଇଛି । ଏହି  ଷ୍ଟେସନ୍ ମଧ୍ୟ ସମନ୍ୱିତ ବହୁମୁଖୀ ପରିବହନ ପାଇଁ ଏକ ହବ୍ ଭାବରେ ବିକଶିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ରେଳବାଇର ଏକାଧିକ ପଦକ୍ଷେପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେଥି ମଧ୍ୟରେ ଉଜ୍ଜୟନୀ-ଫତେହାବାଦ ଚନ୍ଦ୍ରମୋତିଗଞ୍ଜ ବ୍ରଡ ଗଜ ସେକ୍ସନରେ ରେଳ ଗଜ ପରିବର୍ତ୍ତନ ଓ ବିଦ୍ୟୁତୀକରଣ, ଭୋପାଳ-ବରଖେରା ସେକ୍ସନର ତୃତୀୟ ଲାଇନ୍‍, ମାଥେଲା-ନିମାର ଖେରୀ ବ୍ରଡ ଗଜ ସେକ୍ସନର ଗଜ ପରିବର୍ତ୍ତନ ଏବଂ ବିଦ୍ୟୁତୀକରଣ ଏବଂ ଗୁନା-ଗ୍ୱାଲିଅର ସେକ୍ସନର ବିଦ୍ୟୁତୀକରଣ ଆଦି ରହିଛି । ପ୍ରଧାମନ୍ତ୍ରୀ ଆହୁରି ମଧ୍ୟ ଉଜ୍ଜୟନୀ-ଇନ୍ଦୋର ଏବଂ ଇନ୍ଦୋର-ଉଜ୍ଜୟନୀ ମଧ୍ୟରେ ଦୁଇଟି ନୂଆ ମେମୋ ଟ୍ରେନର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour