ପ୍ରଧାନମନ୍ତ୍ରୀ ନବନିର୍ମିତ ରାୟପୁରର ଜାତୀୟ ବାୟୋପିକ ପ୍ରତିଷ୍ଠାନ ପରିସର ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟକୁ ଗ୍ରୀନ କ୍ୟାମ୍ପସ ସମ୍ମାନରେ ସମ୍ମାନୀତ କରିବେ: ପ୍ରଧାନମନ୍ତ୍ରୀ

 ଜଳବାୟୁ  ସହ ଖାପ ଖାଇବା ଭଳି ବୈଷୟିକ ଜ୍ଞାନର ଜନସଚେତନତାକୁ ଦୃଷ୍ଟିରେ ରହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୨୮.୯.୨୦୨୧) ଦିନ ୧୧ଟା  ବେଳେ ବିଶେଷଗୁଣ ସମ୍ପନ୍ନ ୩୫ଟି ପ୍ରଜାତିର ଖାଦ୍ୟଶସ୍ୟ ଦେଶ ପାଇଁ ଭିଡିଓ କନ୍‌ଫରେନ୍ସି ଜରିଆରେ ଉତ୍ସର୍ଗ କରିବେ । ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ସମସ୍ତ ଆଇସିଏଆର ପ୍ରତିଷ୍ଠାନ, ରାଜ୍ୟ ଓ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରମାନେ ଆୟୋଜନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାୟପୁରସ୍ଥିତ ନବନିର୍ମିତ ଜାତୀୟ ବାୟୋଟିକ ଷ୍ଟ୍ରେସ ଟଲରେନ୍ସ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟଗୁଡିକୁ ଗ୍ରୀନ କ୍ୟାମ୍ପସ ସମ୍ମାନ ମଧ୍ୟ ବିତରଣ କରିବା ସହ ଚାଷୀମାନଙ୍କ ସହ ମତବିନିମୟ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବେ ।

କେନ୍ଦ୍ର କୃଷିମନ୍ତ୍ରୀ ଓ ଛତିଶଗଡ ମୁଖମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

ବିଶେଷ ଗୁଣବତ୍ତା ଥିବା ଶସ୍ୟ ପ୍ରଜାତିର ସମ୍ପର୍କରେ

ଜଳବାୟୁ ପରିବର୍ତ୍ତନ ଓ ଅପପୁଷ୍ଟି ଆହ୍ୱାନର ମୁକାବିଲା ନିମନ୍ତେ ବିଶେଷ ଗୁଣବତ୍ତା ଥିବା ବହୁ ପ୍ରଜାତିର ଶସ୍ୟ ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର) ବିକଶିତ କରିଛି । ୨୦୨୧ ମସିହାରେ ୩୫ଟି ବିଭିନ୍ନ ପ୍ରଜାତିର ବିଶେଷ ଗୁଣ ଥିବା ଏହି ପୁଷ୍ଟିକର ଶସ୍ୟ ସୃଷ୍ଟି କରାଯାଇଛି । ମରୁଡି ପ୍ରତିରୋଧକାରୀ, ଚିକ୍‌ପିଜ୍‌, ପିଜିୟନପି, ଶୀଘ୍ର ଅମଳକ୍ଷମ  ସୋୟାବିନ, ରୋଗ ପ୍ରତିରୋଧକାରୀ ଧାନ ଓ ଜୈବିକ ପ୍ରଜାତିର ଗହମ, ମକା ଓ ଚିକ୍‌ପି, ୱିଙ୍ଗଡ୍‌ବିନ୍ ଇତ୍ୟାଦି ।

 ଏହି ସ୍ୱତନ୍ତ୍ର ବିଶେଷତା ଥିବା ଖାଦ୍ୟଶସ୍ୟ ଶରୀରରେ ଅପପୁଷ୍ଟିଜନିତ ଅଭାବ ଦୂର କରିବାରେ ସକ୍ଷମ । ଉଦାହରଣ ସ୍ୱରୂପ ଏହି ପ୍ରଜାତିଗୁଡିକ ମଧ୍ୟରେ ରହିଛି ପୁଷା ଡବଲ ଜିରୋ ସୋରିଷ ୩୩, ପ୍ରଥମ କ୍ୟାନୋଲା ଗୁଣଯୁକ୍ତ ଆରସିଏଚ୍ । ଯେଉଁଥିରେ ଶତକଡା ୨ଭାଗରୁ କମ୍ ୟୁରିକ୍ ଏସିଡ୍ ଥିବ । ଏହାଛଡା ବିଶେଷ ଗୁଣଥିବା ସୋୟବିନ୍‌, ଡାଲିଜାତୀୟ ଶସ୍ୟ, ବେବିକର୍ଣ୍ଣ ଇତ୍ୟାଦି ଅନ୍ତର୍ଭୁକ୍ତ ।

ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ବାୟୋଟିକ୍ ମ୍ୟାନେଜମେଣ୍ଟ

ରାୟପୁରଠାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଟିକ୍ ଷ୍ଟ୍ରେସ ମ୍ୟାନେଜମେଣ୍ଟ ବାୟୋଟିକ ଷ୍ଟ୍ରେସ ସମ୍ପର୍କୀୟ ମୌଳିକ ଗବେଷଣା ଓ ରଣନୀତି ସମ୍ପର୍କରେ ଶିକ୍ଷାଦାନ କରିଥାଏ । ୨୦୨୦-୨୧ରୁ ଏହା ସ୍ନାନକୋତ୍ତର ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିଛି ।

ଗ୍ରୀନ କ୍ୟାମ୍ପସ ସମ୍ମାନ

ରାଜ୍ୟ ଓ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଗୁଡିକରେ ଗ୍ରୀନ କ୍ୟାମ୍ପସ ସମ୍ମାନ କ୍ୟାମ୍ପସକୁ ସବୁଜିମାରେ ଭରି ଦେବା ସହ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛ ଭାରତ ମିଶନ’ ୱେଷ୍ଟ ଟୁ ୱେଲଥ ମିଶନ ଓ ସମାଜ ସହ ସଂଶ୍ଲିଷ୍ଟ ହେବା ପାଇଁ କରାଯାଇଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଏହା କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 1, 2026
June 01, 2026

Self-Reliant India Rising: Healthcare, Ports, Railways & More Under PM Modi