ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସ୍ମାରକୀରେ ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ୨୮ ଅଗଷ୍ଟ ୨୦୨୧ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶକୁ ଉତ୍ସର୍ଗ କରିବେ । ସେ ଆହୁରି ମଧ୍ୟ ସ୍ମାରକୀରେ ବିକଶିତ ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କଂପ୍ଲେକ୍ସ ର ନବୀକରଣ ପାଇଁ ସରକାର ନେଇଥିବା ଏକାଧିକ ବିକାଶମୂଳକ ପଦକ୍ଷେପ ମଧ୍ୟ ପ୍ରଦର୍ଶିତ ହେବ ।

ପଦକ୍ଷେପ ଗ୍ରହଣ

ଅନାବଶ୍ୟକ ଏବଂ ଅବ୍ୟବହୃତ ଅଟ୍ଟାଳିକାର ଆବଶ୍ୟକତା ଅନୁଯାୟୀ ପୁନଃ ବ୍ୟବହାର ମାଧ୍ୟମରେ ଚାରୋଟି ସଂଗ୍ରହାଳୟ ଗ୍ୟାଲେରୀ ସୃଷ୍ଟି କରାଯାଇଛି । ଗ୍ୟାଲେରୀଗୁଡିକ ସେହି ସମୟ ମଧ୍ୟରେ ପଞ୍ଜାବରେ ଘଟିଥିବା ଘଟଣାଗୁଡ଼ିକର ଐତିହାସିକ ମୂଲ୍ୟ ପ୍ରଦର୍ଶନ କରୁଛି ଯେଉଁଥିରେ ଅଡିଓ-ଭିଜୁଆଲ୍ ଜ୍ଞାନକୌଶଳ, ପ୍ରୋଜେକସନ ମ୍ୟାପିଂ ଏବଂ ୩ଡି ପ୍ରତିନିଧିତ୍ୱ ସହିତ କଳା ଏବଂ ମୂର୍ତ୍ତି ସ୍ଥାପନର ମିଶ୍ରଣ ହୋଇଛି ।

୧୩ ଏପ୍ରିଲ, ୧୯୧୯ ରେ ଘଟିଥିବା ଘଟଣାଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି ।

କମ୍ପେ୍ଲକ୍ସରେ ଏକାଧିକ ବିକାଶମୂଳକ ପଦକ୍ଷେପ ନିଆଯାଇଛି । ପଞ୍ଜାବର ସ୍ଥାନୀୟ ସ୍ଥାପତ୍ୟ ଶୈଳୀ ସହିତ ଅନୁରୂପ ଭାବେ ବିସ୍ତୃତ ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ଶାହିଡି କୂଅର ମରାମତି ଏବଂ ନିର୍ମାଣ ସହିତ ପୁନଃ ସ୍ଥାପିତ ହୋଇଛି । ବାଗର ହୃଦୟ, ଅଗ୍ନି ସ୍ମାରକୀ, ମରାମତି ଏବଂ ପୁନଃରାୟ ସ୍ଥାପିତ ହୋଇଛି, ଜଳାଶୟକୁ ଏକ ପଦ୍ମ ପୋଖରୀ ରୂପେ ପୁର୍ନଜୀବିତ କରାଯାଇଛି ଏବଂ ଉତ୍ତମ ନୌଚାଳନା ପାଇଁ ପଥଗୁଡ଼ିକ ବିସ୍ତୃତ ହୋଇଛି । 

କେତେକ ନୂତନ ଏବଂ ଆଧୁନିକ ସୁବିଧା ସୁଯୋଗ ଅର୍ନ୍ତଭୁକ୍ତ କରାଯାଇଛି, ଏଥି ମଧ୍ୟରେ ଯାତାୟତ ପାଇଁ ଚକଚକ୍‍ କରୁଥିବା ର୍ନିଦ୍ଧିଷ୍ଟ ପଥ, ରଣନୀତିକ ଚିହ୍ନଗୁଡ଼ିକର ଆଲୋକୀକରଣ; ଦେଶୀ ବୃକ୍ଷରୋପଣ ସହିତ ସବୁଜ ଗାଲିଚା ଏବଂ ଟାଇଲ ବିଛାଯାଇଛି; ଏବଂ ସମଗ୍ର ବଗିଚାରେ ଗୀତ ଶୁଣିବାପାଇଁ ସ୍ପିକରଗୁଡିକ ଖଞ୍ଜା ଯାଇଛି । ଏଥି ସହିତ ସାଲଭେସନ୍ ଗ୍ରାଉଣ୍ଡ, ଅମର ଜ୍ୟୋତି ଏବଂ ଫ୍ଲାଗ୍ ମାଷ୍ଟ୍ ଘର ପାଇଁ ନୂତନ କ୍ଷେତ୍ରଗୁଡିକ ବିକାଶ କରାଯାଇଛି ।

 

ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ରାଜ୍ୟପାଳ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ; ହରିୟାଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ; ଏହି ଅବସରରେ ପଞ୍ଜାବର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସାଂସଦ, ଜଲିଆନାୱାଲା ବାଗ ଜାତୀୟ ସ୍ମାରକ ଟ୍ରଷ୍ଟର ସଦସ୍ୟମାନେ ଯୋଗଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival