ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ 7 ତାରିଖ (2021 ଜାନୁୟାରୀ)ରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର (ଡବ୍ଳୁଡିଏଫ୍‍ସି)ର 306 କିମି ଲମ୍ବ ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିବେ । ସେଦିନ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ ହେବ । ସେଦିନ ମଧ୍ୟ ବିଶ୍ୱର ପ୍ରଥମ ଡବଲ ଷ୍ଟାକ୍‍ (ଦୁଇ ଥାକିଆ) 1.5 କିମି ଲମ୍ବର ଲଙ୍ଗ ହାଉଲ କଣ୍ଟେନର ଟ୍ରେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ । ଏହି ଟ୍ରେନକୁ ଅତି ଶକ୍ତିଶାଳୀ ବିଜୁଳି ଇଂଜିନ ଟାଣିବ । ଯେଉଁ ମାଲଗାଡିରେ 59ରୁ ଅଧିକ ୱାଗନ ଥାଏ ତାହା ଲଙ୍ଗହାଉଲ ଟ୍ରେନଭାବେ ପରିଗଣିତ ହୋଇଥାଏ । ଏହି ଟ୍ରେନ ସେଦିନ ନିଉ ଅଟେଲି ଓ ନିଉ କିଷନଗଡ ଷ୍ଟେସନ ମଧ୍ୟରେ ଯାତ୍ରା କରିବ । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିଆନାର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଉପସ୍ଥିତ ରହିବେ ।

ନିଉ ରେୱାରି-ନିଉ ମଦାର ସେକ୍ସନ

ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି ଓ ନିଉ ମଦାର ସେକ୍ସନ ହରିଆନାରେ ଅବସ୍ଥିତ । ଏହି ରେଳପଥର ଲମ୍ବ ପ୍ରାୟ 79 କିମି । ଏହା ମହେନ୍ଦ୍ରଗଡ ଓ ରେୱାରି ଜିଲାରେ ରହିଛି । ଏହାର ଅବଶିଷ୍ଟ 227 କିମି ପଥ ରାଜସ୍ଥାନର ଜୟପୁର, ଆଜମେର, ସିକର, ନାଗାଉର ଏବଂ ଅଲୱାର ଜିଲାରେ ଅଛି । ଏହି ପଥରେ 9ଟି ନବନିର୍ମିତ ଡିଏଫ୍‍ସି ଷ୍ଟେସନ ଓ 6ଟି କ୍ରସିଂ ଷ୍ଟେସନ ରହିଛି । ଏହି କ୍ରସିଂ ଷ୍ଟେସନଗୁଡିକ ହେଲା ନିଉ ଡବ୍‍ଲା, ନିଉ ଭଗେଗା, ନିଉ ଶ୍ରୀମାଧପୁର, ନିଉ ପଚାର ମାଲିକପୁର, ନିଉ ସକୁନ ଓ ନିଉ କିଷନଗଡ । ଏହାଛଡା ଏହି ପଥରେ ନିଉ ରେୱାରି, ନିଉ ଅଟେଲି ଓ ନିଉ ଫୁଲେରାରେ ଜଙ୍କସନ ଷ୍ଟେସନମାନ ତିଆରି କରାଯାଇଛି ।

ୱେଷ୍ଟର୍ଣ୍ଣ ଫ୍ରେଟ କରିଡରର ଏହି ଖଣ୍ଡଟି ଟ୍ରେନ ଚଳାଚଳ ପାଇଁ ଖୋଲାଯିବା ପରେ ରାଜସ୍ଥାନ ଓ ହରିଆନାର ରେୱାରି, ମାନେସର, ନରନାଉଲ, ଫୁଲେରା ଏବଂ କିଷନଗଡ ଭଳି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ବିଶେଷ ଉପକୃତ ହେବେ । କଠୁଆଠାରେ ଯେଉଁ କଣ୍ଟେନର ଡିପୋ ତିଆରି ହୋଇଛି ତାହାର ସୁଯୋଗ ମଧ୍ୟ ଅଧିକ ନିଆଯାଇପାରିବ । ଏହି ସେକ୍ସନ ଆହୁରି ମଧ୍ୟ ପଶ୍ଚିମ ଉପକୂଳର କାଣ୍ଡଲା, ପିପାବାବ, ମୁନ୍ଦ୍ରା ଏବଂ ଦହେଜ ବନ୍ଦର ସହିତ ନିରନ୍ତର ଯୋଗାଯୋଗ ସୁବିଧା ଯୋଗାଇଦେବ । ଏ ସବୁ ବନ୍ଦର ଗୁଜରାଟରେ ଅବସ୍ଥିତ ।

ଏହି ସେକ୍ସନର ଉଦ୍‍ଘାଟନ ଫଳରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଓ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ମଧ୍ୟରେ ବାଧାହୀନ ସଂଯୋଗ ସ୍ଥାପନ ହୋଇପାରିବ । ଏହା ପୂର୍ବରୁ ଇଷ୍ଟର୍ଣ୍ଣ ଫ୍ରେଟ କରିଡରର 351 କିମି ଲମ୍ବ ନିଉ ଭାଉପୁର-ନିଉ ଖୁର୍ଜା ସେକ୍ସନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2020 ଡିସେମ୍ବର 29 ତାରିଖରେ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ।

ଡବ୍‍ଲ ଷ୍ଟାକ ଲଙ୍ଗହାଉଲ କଣ୍ଟେନର ସେବା

ଡବ୍‍ଲ ଷ୍ଟାକ୍‍ ଲଙ୍ଗହାଉଲ କଣ୍ଟେନର ସେବା ଆରମ୍ଭ ଫଳରେ ପ୍ରତ୍ୟେକ ୱାଗନର ସର୍ବାଧିକ ବୋଝେଇ ପରିମାଣ 25 ଟନକୁ ବୃଦ୍ଧି ପାଇବ । ଏହି ଟ୍ରେନର ଡିଜାଇନ ଆରଡିଏସ୍‍ଓ ୱାଗନ ବିଭାଗ କରିଛି । ଏହା କେବଳ ଉତ୍ସର୍ଗୀକୃତ ଫ୍ରେଟ କରିଡରରେ ଚାଲିବାକୁ ଉଦ୍ଦିଷ୍ଟ । ଏହା ପୂର୍ବରୁ ଏହି ଟ୍ରେନର ବିଏଲ୍‍ସିଏସ୍‍-ଏ ଏବଂ ବିଏଲ୍‍ସିଏସ୍‍-ବି ୱାଗନର ମଡେଲକୁ ପରୀକ୍ଷାମୂଳକଭାବେ ପ୍ରଚଳନ କରାଯାଇଥିଲା ଏବଂ ଏଥିରେ ସଫଳତା ମିଳିଛି । ଏ ଧରଣର ଟ୍ରେନରେ ଅଧିକ ମାଲ ପରିବହନ ସହିତ ସବୁ ୱାଗନରେ ସମାନ ପରିମାଣର ବୋଝେଇ ସୁବିଧା ରହିଛି । ଏହାର ସ୍ଥାନ ଦକ୍ଷତାର ସର୍ବାଧିକ ଉପଯୋଗ ମଧ୍ୟ କରାଯାଇପାରିବ । ଏହି ଦୀର୍ଘକାୟ ଡବ୍‍ଲ ଷ୍ଟାକ୍‍ ଟ୍ରେନ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରରେ ବର୍ତ୍ତମାନ ଚଳାଚଳ କରୁଥିବା ମାଲ ଗାଡିଠାରୁ ଚାରିଗୁଣ ଅଧିକ ସାମଗ୍ରୀ ପରିବହନ କରିବାକୁ ସକ୍ଷମ । ଏହି କରିଡରରେ ମାଲଗାଡିଗୁଡିକ ଘଣ୍ଟାପିଛା 100 କିମି ବେଗରେ ଗତି କରିବ । ଏବେ ଭାରତୀୟ ରେଳର ମାଲଗାଡିଗୁଡିକର ସର୍ବାଧିକ ଘଣ୍ଟା ପ୍ରତି ବେଗ 75 କିମରେ ସୀମିତ । ତେବେ ରେଳପଥଗୁଡିକର ସ୍ଥିତି ଦୃଷ୍ଟିରୁ ଦେଶରେ ଏବେ ମାଲଗାଡିଗୁଡିକ ଘଣ୍ଟା ପିଛା ପ୍ରାୟ 26 କିମି ବେଗରେ ଗତି କରୁଛି । ଡେଡିକେଟେଡ ଫ୍ରେଟ କରିଡରରେ ଚଳାଚଳ କରିବାକୁ ଥିବା ସବୁ ଟ୍ରେନ ଅତିକମ୍‍ରେ 70 କିମି ବେଗରେ ଗତି କରିବ ଏବଂ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ରେଳବାଇ ପକ୍ଷରୁ ଗ୍ରହଣ କରାଯାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities

Media Coverage

‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi