ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ 5, 2021 ଦିନ 11 ଟା ସମୟରେ କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମ ‘ୱାନ ନେସନ ୱାନ ଗ୍ୟାସ ଗ୍ରୀଡ’ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ଅବସରରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ମଧ୍ୟ ଯୋଗଦେବେ ।

ପାଇପଲାଇନ ବିଷୟରେ

450 କିଲୋମିଟର ଲମ୍ବା ପାଇପଲାଇନ ଗେଲ (ଭାରତ) ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି । ଏହାର ଦୈନିକ 12 ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ପରିବହନ କ୍ଷମତା ରହିଛି ଏବଂ କୋଚି (କେରଳ)ରେ ଲିକ୍ୱିଫାଏଡ ପ୍ରାକୃତିକ ବାଷ୍ପ (ଏଲଏନଜି) ରେଜିଫିକେସନ ଟର୍ମିନାଲରୁ ପ୍ରାକୃତିକ ବାଷ୍ପ ପରିବହନ କରିବ ଯାହା ମାଙ୍ଗାଲୁରୁ (ଡାକସିନା କନ୍ନଡ ଜିଲ୍ଲା, କର୍ଣ୍ଣାଟକ), ଏର୍ନାକୁଲମ୍, ଥ୍ରିସୁର, ପାଲକ୍କଡ, ମାଲାପୁରାମ, କୋଜିକୋଡେ, କନ୍ନୁର ଏବଂ କାସାରାଗୋଡ ଜିଲ୍ଲା ଦେଇ ଯିବ । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ 3000 କୋଟି ଟଙ୍କା ଏବଂ ଏହାର ନିର୍ମାଣରେ 12 ଲକ୍ଷରୁ ଅଧିକ ମାନବ-ନିଯୁକ୍ତି ସୃଷ୍ଟି କରିଛି । ପାଇପଲାଇନ ସ୍ଥାପନ ଏକ ଇଞ୍ଜିନିୟରିଂ ଆହ୍ଵାନ ଥିଲା, କାରଣ ଏହି ମାର୍ଗରେ 100ରୁ ଅଧିକ ସ୍ଥାନରେ ଜଳସ୍ରୋତ ପାର ହେବା ଆବଶ୍ୟକ କରୁଥିଲା । Horizontal Directional Drilling ପଦ୍ଧତିର ଏକ ସ୍ୱତନ୍ତ୍ର କୌଶଳ ମାଧ୍ୟମରେ ଏହା କରାଯାଇଥିଲା ।

ଏହି ପାଇପଲାଇନ ଦ୍ଵାରା ପରିବାରକୁ ପାଇପ ଯୋଗେ ପ୍ରାକୃତିକ ବାଷ୍ପ (ପିଏନଜି) ଯୋଗାଇବ ଏବଂ ପରିବହନ କ୍ଷେତ୍ରକୁ କମ୍ପ୍ରେସଡ ପ୍ରାକୃତିକ ବାଷ୍ପ (ସିଏନଜି) ଆକାରରେ ପରିବେଶ ଅନୁକୂଳ ତଥା ସୁଲଭ ଇନ୍ଧନ ଯୋଗାଇବ । ଏହା ପାଇପ ଲାଇନ ସହିତ ଜିଲ୍ଲାଗୁଡ଼ିକରେ ଥିବା ବାଣିଜ୍ୟିକ ଏବଂ ଶିଳ୍ପ ସଂସ୍ଥାଗୁଡିକୁ ପ୍ରାକୃତିକ ବାଷ୍ପ ଯୋଗାଇବ । ପରିଷ୍କାର ଇନ୍ଧନର ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣକୁ ରୋକିବାରେ ସାହାଯ୍ୟ କରିବ ଯଦ୍ୱାରା ବାୟୁ ଗୁଣବତ୍ତା ବୃଦ୍ଧି ପାଇବାରେ ସହାୟକ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future