ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ଏବଂ ୨୮ ଡିସେମ୍ବର ଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ପଞ୍ଚମ ଜାତୀୟ ମୁଖ୍ୟ ସଚିବ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହି ସମ୍ମିଳନୀ ଜାତୀୟ ବିକାଶ ପ୍ରାଥମିକତା ଉପରେ ଆଧାରିତ ଏବଂ ନିରନ୍ତର ଆଲୋଚନା ମାଧ୍ୟମରେ କେନ୍ଦ୍ର-ରାଜ୍ୟ ସହଭାଗୀତାକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ପ୍ରଧାନମନ୍ତ୍ରୀଙ୍କ ସହଯୋଗ ସଂଘୀୟ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ସମ୍ମିଳନୀ ଏପରି ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥାଏ, ଯେଉଁଠାରେ କେନ୍ଦ୍ର ଏବଂ ରାଜ୍ୟଗୁଡିକ ଭାରତର ମାନବ ପୁଞ୍ଜି କ୍ଷମତାକୁ ସର୍ବାଧିକ କରିବା ତଥା ସମାବେଶୀ ଭବିଷ୍ୟ ପାଇଁ ପ୍ରସ୍ତୁତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଏକୀକୃତ ରୋଡମ୍ୟାପ ଡିଜାଇନ କରିବାକୁ ସହଯୋଗ କରିଥାଏ ।
୨୬ରୁ ୨୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଏକ ସାଧାରଣ ବିକାଶ ଏଜେଣ୍ଡାକୁ ଚୂଡାନ୍ତ କରିବା ଉଦ୍ଦେଶ୍ୟରେ ଗଭୀର ବିଚାର-ବିମର୍ଶ କରାଯିବ । ଏହି ସମ୍ମିଳନୀ ଭାରତର ଜନସଂଖ୍ୟାକୁ କେବଳ ଏକ ଜନସଂଖ୍ୟାଗତ ଲାଭାଂଶ ଭାବରେ ଦେଖିବା ପରିବର୍ତ୍ତେ ନାଗରିକମାନଙ୍କୁ ମାନବ ପୁଞ୍ଜି ଭାବରେ ସ୍ଥାନିତ କରିବା ନିମନ୍ତେ ସହଯୋଗମୂଳକ କାର୍ଯ୍ୟ ପାଇଁ ଭୂମି ପ୍ରସ୍ତୁତ କରିବ । ଏଥିପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦକ୍ଷତା ବିକାଶ ପଦକ୍ଷେପକୁ ଆଗେଇ ନେବା ଏବଂ ସାରା ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ କଠିନ ରଣନୀତି ବିକଶିତ କରାଯିବ ।
କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ନୀତି ଆୟୋଗ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଏବଂ ସମ୍ପର୍କିତ କ୍ଷେତ୍ର ବିଶେଷଜ୍ଞମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ଉପରେ ଆଧାରିତ, ପଞ୍ଚମ ଜାତୀୟ ସମ୍ମିଳନୀ ‘ବିକଶିତ ଭାରତ ପାଇଁ ମାନବ ପୁଞ୍ଜି’ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେବେ ଯେଉଁଥିରେ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡିକ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ଏବଂ ରଣନୀତି ଅନ୍ତର୍ଭୁକ୍ତ ହେବ ।
ଏହି ପ୍ରମୁଖ ବିଷୟବସ୍ତୁ ଅଧୀନରେ, ପାଞ୍ଚଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ: ପ୍ରାରମ୍ଭିକ ଶୈଶବ ଶିକ୍ଷା, ସ୍କୁଲ ଶିକ୍ଷା, ଦକ୍ଷତା ବିକାଶ, ଉଚ୍ଚଶିକ୍ଷା, କ୍ରୀଡା ଏବଂ ପାଠ୍ୟକ୍ରମ ବାହାର କାର୍ଯ୍ୟକଳାପ, ଯାହାକୁ ବିସ୍ତୃତ ଆଲୋଚନା ପାଇଁ ଚିହ୍ନଟ କରାଯାଇଛି ।
ରାଜ୍ୟଗୁଡିକରେ କୋହଳ ଆଇନ ବ୍ୟବସ୍ଥା, ଶାସନରେ ପ୍ରଯୁକ୍ତିବିଦ୍ୟା: ସୁଯୋଗ, ବିପଦ ଏବଂ ପ୍ରଶମନ; ସ୍ମାର୍ଟ ଯୋଗାଣ ଶୃଙ୍ଖଳା ଏବଂ ବଜାର ସଂଯୋଗ ପାଇଁ କୃଷି ଷ୍ଟାକ; ଗୋଟିଏ ରାଜ୍ୟ, ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ; ଆତ୍ମନିର୍ଭର ଭାରତ ଏବଂ ସ୍ୱଦେଶୀ ତଥା ପୋଷ୍ଟ-ଏଲ୍ଡବ୍ଲ୍ୟୁଇର ଭବିଷ୍ୟତ ଯୋଜନା ଭଳି ବିଷୟ ଉପରେ ୬ଟି ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ ।
ଏହା ବ୍ୟତୀତ, ଭୋଜନ ସମୟରେ ଐତିହ୍ୟ ତଥା ପାଣ୍ଡୁଲିପି ସଂରକ୍ଷଣ ଏବଂ ଡିଜିଟାଇଜେସନ ତଥା ସମସ୍ତଙ୍କ ପାଇଁ ଆୟୁଷ-ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନରେ ଜ୍ଞାନକୁ ସମନ୍ୱିତ କରିବା ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯିବ ।
ଗତ ଚାରି ବର୍ଷ ଧରି ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି । ଏହାର ପ୍ରଥମ ସମ୍ମିଳନୀ ଜୁନ୍ ୨୦୨୨ରେ ଧର୍ମଶାଳାରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ଉକ୍ତ ସମ୍ମିଳନୀ ଜାନୁଆରୀ ୨୦୨୩, ଡିସେମ୍ବର ୨୦୨୩ ଏବଂ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଇଥିଲା ।
ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ, ବରିଷ୍ଠ ଅଧିକାରୀ, ସମ୍ବନ୍ଧିତ କ୍ଷେତ୍ରର ବିଶେଷଜ୍ଞଙ୍କ ସମେତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିବେ ।
The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.
The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.
The Prime Minister posted on X:
“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"
Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi
— PMO India (@PMOIndia) April 21, 2026
"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000."
The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000. https://t.co/TOGx8sEISm
— PMO India (@PMOIndia) April 21, 2026
"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി
@narendramodi."
തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി @narendramodi.
— PMO India (@PMOIndia) April 21, 2026
"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."
മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും. https://t.co/ECIZMC8YEv
— PMO India (@PMOIndia) April 21, 2026


