ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ସମ୍ମିଳନୀ
ମାନୁଫାକଚରିଂ, ନିଯୁକ୍ତି, ନବୀକରଣଯୋଗ୍ୟ ଊର୍ଜା ଓ ଆର୍ଥିକ ବିକାଶ ଉପରେ ଅଧିବେଶନ
ଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର, ମିଶନ କର୍ମଯୋଗୀ ଉପରେ ସ୍ୱତନ୍ତ୍ର ଅଧିବେଶନ
ଉପସ୍ଥାପନ ହେବ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସର୍ବୋତ୍ତମ ପରିପ୍ରକାଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୪ ଓ ୧୫ ତାରିଖରେ ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ ।

ଗତ ତିନି ବର୍ଷ ଧରି ଏହି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଆସୁଛି । ଧର୍ମଶାଳାରେ ଜୁନ ୨୦୨୨ରେ ପ୍ରଥମକରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ପରେ ଜାନୁୟାରୀ ୨୦୨୩ ଓ ଡିସେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଏହା ଅନୁଷ୍ଠିତ ହୋଇଥିଲା ।

୧୩ ଡିସେମ୍ବରରୁ ୧୫ ଡିସେମ୍ବର ଯାଏ ଆୟୋଜିତ ହେଉଥିବା ଏହି ତିନି ଦିନିଆ ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକକ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୁହାଯାଇଛି । ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମତପ୍ରକାଶ ପାଇଛି ।

କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ନିତି ଆୟୋଗ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଓ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଏହି ଚତୁର୍ଥ ଜାତୀୟ ସମ୍ମିଳନୀ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବ । ଏହି କାର୍ଯ୍ୟକ୍ରମ ଅଧୀନରେ ଛଅଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ଏଗୁଡିକ ହେଲା ମାନୁଫାକଚରିଂ, ନିଯୁକ୍ତି, ଗ୍ରାମାଂଚଳ ଅଣଫାର୍ମ, ସହରାଂଚଳ, ନବୀକରଣଯୋଗ୍ୟ ଊର୍ଜା ଓ ଚଳନକ୍ଷମ ଅର୍ଥନୀତି । ଏହାଛଡା ଚାରିଟି ପ୍ରସଙ୍ଗ ଉପରେ ବି ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କୁହାଯାଇଛି । ଏଗୁଡିକ ହେଲା ବିକଶିତ ଭାରତ ଲାଗି ଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର, ମିଶନ କର୍ମଯୋଗୀ ମାଧ୍ୟମରେ ଦକ୍ଷତା ବୃଦ୍ଧି । କୃଷିରେ ଆତ୍ମନିର୍ଭରଶୀଳତା, ବୟସ୍କଙ୍କ ଲାଗି ସହାୟକ ଅର୍ଥନୀତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଓ ଭାରତୀୟ ଜ୍ଞାନ ପରମ୍ପରା ପରି ପ୍ରସଙ୍ଗ ଉପରେ ଅଧିବେଶନ ବି ବସିବ ।

ଏସବୁ ପ୍ରସଙ୍ଗ ଉପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସର୍ବୋତ୍ତମ ପରିପ୍ରକାଶକୁ ଉପସ୍ଥାପିତ କରାଯିବ । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବରିଷ୍ଠ ପଦାଧିକାରୀ ଓ ଏକାଧିକ ବିଶେଷଜ୍ଞ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership