କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ
ତିନୋଟି ବିଷୟବସ୍ତୁ ଉପରେ ବିସ୍ତୃତ ବିଚାରବିମର୍ଶ ହେବ: ଏନ୍‍ଇପିର କାର୍ଯ୍ୟକାରିତା, ସହରାଞ୍ଚଳ ପ୍ରଶାସନ ଏବଂ ଫସଲ ବିବିଧକରଣ ଓ କୃଷିଜାତ ଦ୍ରବ୍ୟରେ ଆତ୍ମର୍ନିଭରଶୀଳତା ହାସଲ କରିବା
ଉପସ୍ଥାପିତ ହେବାକୁ ଥିବା ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବୋତ୍ତମ ଅଭ୍ୟାସର ଉପସ୍ଥାପନା
‘ଆଜାଦି କା ଅମୃତ ମହୋତ୍ସବ: ୨୦୪୭ ପାଇଁ ରୋଡମ୍ୟାପ୍‌' ଉପରେ ସ୍ୱତନ୍ତ୍ର ଅଧିବେଶନ
ବ୍ୟବସାୟର ସହଜତା ଉପରେ ଚାରୋଟି ଅତିରିକ୍ତ ବିଷୟବସ୍ତୁ ଭିତ୍ତିକ ଅଧିବେଶନ; ଯୋଜନାଗୁଡିକର ପରିପୃଷ୍ଠତା ହାସଲ କରିବା ଏବଂ ଶେଷ ସମୀ ପର୍ଯ୍ୟନ୍ତ ବିତରଣକୁ ସୁନିଶ୍ଚିତ କରିବା; ପିଏମ ଗତି ଶକ୍ତି ମାଧ୍ୟମରେ ଭାରତର ଭିତ୍ତିଭୂମିରେ ପରିବର୍ତ୍ତନ; ଏବଂ ଦକ୍ଷତା ବୃଦ୍ଧି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉପରେ ଅଧିବେଶନ
କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରିବାକୁ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ବିଚାରବିମର୍ଶର ଫଳାଫଳ
Outcomes of Conference to be deliberated in Governing Council Meeting of NITI Aayog to finalize action plan

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୧୫ ରୁ ୧୭ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୨୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ, ଯେଉଁଥିରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଡୋମେନ୍ ବିଶେଷଜ୍ଞମାନେ ପ୍ରତିନିଧିତ୍ୱ କରିବେ । ତିନି ଦିନ ମଧ୍ୟରେ, ଏହା ରାଜ୍ୟ ସହ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବ । ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା, ସମ୍ମିଳନୀ ସ୍ଥିରତା, ଚାକିରି ସୃଷ୍ଟି, ଶିକ୍ଷା, ଜୀବନଯାପନ ସହଜତା ଏବଂ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସହିତ ଉଚ୍ଚ ଅଭିବୃଦ୍ଧି ପାଇଁ ସହଯୋଗୀ କାର୍ଯ୍ୟ ଲାଗି ମୂଳଦୁଆ ପକାଇବ । ଏହି ସମ୍ମିଳନୀ ସାଧାରଣ ବିକାଶର ଏଜେଣ୍ଡା ଏବଂ ଲୋକମାନଙ୍କର ଆକାଂକ୍ଷା ହାସଲ କରିବା ପାଇଁ ମିଳିତ କାର୍ଯ୍ୟ ପାଇଁ ବ୍ଲୁ ପ୍ରିଣ୍ଟ୍‍ ପ୍ରସ୍ତୁତି ଏବଂ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବ ।

ଛଅ ମାସ ମଧ୍ୟରେ ୧୦୦ ରୁ ଅଧିକ ଥର ବିଚାର ବିମର୍ଶ ପରେ ଏହି ସମ୍ମିଳନୀ ପାଇଁ ଧାରଣା ଏବଂ ଏଜେଣ୍ଡାକୁ ପ୍ରସ୍ତୁତ  କରାଯାଇଛି । ସମ୍ମିଳନୀରେ ବିସ୍ତୃତ ବିଚାର ପାଇଁ ତିନୋଟି ବିଷୟବସ୍ତୁ ଚିହ୍ନଟ କରାଯାଇଛି: (୧) ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା; (୨) ସହରାଞ୍ଚଳ ପ୍ରଶାସନ; ଏବଂ (୩) ଫସଲର ବିବିଧକରଣ ଏବଂ ତୈଳବୀଜ, ଡାଲି ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟରେ ଆତ୍ମର୍ନିଭରଶୀଳତା ହାସଲ କରିବା । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଉପରେ ବିଚାରବିମର୍ଶ କରାଯିବ । ପାରସ୍ପରିକ ଶିକ୍ଷା ପାଇଁ ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅନ୍ତର୍ଗତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବୋତ୍ତମ ଅଭ୍ୟାସ ଉପସ୍ଥାପିତ ହେବ ।

ଆଙ୍କାକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉପରେ ଏକ ଅଧିବେଶନ ହେବ ଯାହାକି ର୍ନିଦ୍ଦିଷ୍ଟ ଜିଲ୍ଲାର ଯୁବ ଜିଲ୍ଲାପାଳଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଭିତ୍ତିକ ଶାସନ ଉପରେ ସଫଳ ଘଟଣା ଅନୁଧ୍ୟାନ ସହିତ ଏପର୍ଯ୍ୟନ୍ତ ମିଳିଥିବା ସଫଳତାକୁ ବିଚାର କରାଯିବ ।

‘ଆଜାଦି କା ଅମୃତ ମହୋତ୍ସବ: ୨୦୪୭ ପାଇଁ ରୋଡମ୍ୟାପ୍‌' ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ବ୍ୟବସାୟର ସହଜତା ପାଇଁ ଛୋଟଛୋଟ ଅପରାଧ ସଂକ୍ରାନ୍ତୀୟ ମାମଲା ହ୍ରାସ କରିବା ଉପରେ ଚାରୋଟି ଅତିରିକ୍ତ ବିଷୟ ଭିତ୍ତିକ ଅଧିବେଶନ ହେବ; ଯୋଜନାଗୁଡିକର ପରିପୃଷ୍ଠତା ହାସଲ କରିବା ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟ ଏବଂ ଶେଷ ସୀମା ପର୍ଯ୍ୟନ୍ତ ବିତରଣକୁ ନିଶ୍ଚିତ କରିବା; ପିଏମ ଗତି ଶକ୍ତି ମାଧ୍ୟମରେ ଭାରତର ଭିତ୍ତିଭୂମିରେ ପରିବର୍ତ୍ତର୍ନ; ଏବଂ ଦକ୍ଷତା ବିକାଶ: ଆଇଜିଓଟି ର କାର୍ଯ୍ୟାନ୍ୱୟନ - ମିଶନ୍ କର୍ମଯୋଗୀ ।

ଏହି ସମ୍ମିଳନୀର ଫଳାଫଳ ପରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ବିଚାର କରାଯିବ, ଯେଉଁଠାରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକମାନେ ଉପସ୍ଥିତ ରହିବେ, ଯାହା ଦ୍ୱାରା ସର୍ବୋଚ୍ଚ ସ୍ତରରେ ବ୍ୟାପକ ସହମତି ସହ ଏକ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Chai Pe Charcha' With Xi, Putin: Unseen Footage From BRICS Summit Show PM Modi's Moments With Leaders

Media Coverage

'Chai Pe Charcha' With Xi, Putin: Unseen Footage From BRICS Summit Show PM Modi's Moments With Leaders
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Samvatsari
September 15, 2026

The Prime Minister, Shri Narendra Modi, has extended his greetings to the people on the sacred occasion of Samvatsari. Shri Modi said that Samvatsari reminds us that forgiveness and compassion strengthen every bond. He called upon everyone to embrace humility and let kindness and goodwill guide their actions.

The Prime Minister posted on X:

Samvatsari reminds us that forgiveness and compassion strengthen every bond.

On this sacred occasion, may humility guide us and may kindness and goodwill shape our every action.

Michhami Dukkadam!