ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫେବୃଆରୀ 20, 2021 ସକାଳ 10.30 ସମୟରେ ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକର କାର୍ଯ୍ୟସୂଚୀ ମଧ୍ୟରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା ପ୍ରଦାନ ଏବଂ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସମ୍ବନ୍ଧିତ ବିଷୟ ସ୍ଥାନିତ ହୋଇଛି ।

ଆନ୍ତଃ-ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ପରିଚାଳନା ପରିଷଦ ଏକ ପ୍ଲାଟଫର୍ମ ଉପସ୍ଥାପନ କରିଛି । ପ୍ରଧାନମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନ୍ୟାନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିଧାନମଣ୍ଡଳ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନଙ୍କୁ ନେଇ ଏହି ପରିଷଦ ଗଠିତ । ଷଷ୍ଠ ବୈଠକରେ ପ୍ରଥମ ଥର ପାଇଁ ଲଦାଖର ପ୍ରବେଶ ସହିତ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଅଂଶଗ୍ରହଣ କରିବ । ଏଥର ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟ ଯୋଗଦେବା ପାଇଁ ଆମନ୍ତ୍ରିତ ହୋଇଛନ୍ତି । ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ର ମନ୍ତ୍ରୀଗଣ, ଉପାଧ୍ୟକ୍ଷ, ନୀତି ଆୟୋଗର ସଦସ୍ୟ ତଥା ସିଇଓ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi