ସାଂସ୍କୃତିକ ପ୍ରାଚୀନ ସାମଗ୍ରୀ ଏବଂ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମ ସହ ଜଡ଼ିତ ମୂର୍ତ୍ତି ଏହି କଳାକୃତି ମଧ୍ୟରେ ସାମିଲ
ଅଧିକାଂଶ ସାମଗ୍ରୀ ଏକାଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ବେଳର ଓ ପ୍ରାକ ସାଧାରଣ ଯୁଗର କିଛି ଐତିହାସିକ ପ୍ରାଚୀନ ସାମଗ୍ରୀ ବି ଅନ୍ତର୍ଭୁକ୍ତ
ଆମର ପୁରାତନ ସାମଗ୍ରୀ ତଥା କଳାକୃତିଗୁଡ଼ିକୁ ସମଗ୍ର ବିଶ୍ୱରୁ ଫେରାଇ ଆଣିବା ପାଇଁ ମୋଦୀ ସରକାରଙ୍କ ନିରନ୍ତର ପ୍ରୟାସକୁ ଏହି ଉଦ୍ୟମ ସୂଚାଉଛି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଆମେରିକା ଦ୍ୱାରା ୧୫୭ କଳାକୃତି ଓ ପ୍ରାଚୀନ ସାମଗ୍ରୀ ହସ୍ତାନ୍ତର କରାଯାଇଛି । ଆମେରିକା ଦ୍ୱାରା ଭାରତକୁ ପ୍ରାଚୀନ ସାମଗ୍ରୀଗୁଡ଼ିକୁ ଫେରାଇ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଭୂୟସୀ ପ୍ରଶଂସା କରିଛନ୍ତି । ସାଂସ୍କୃତିକ ସାମଗ୍ରୀଗୁଡ଼ିକର ଚୋରି, ବେଆଇନ କାରବାର ଓ ଚାଲାଣକୁ ପ୍ରତିହତ ସକାଶେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ବାଇଡେନ ନିଜ ଉଦ୍ୟମକୁ ସଶକ୍ତ କରିବା ପାଇଁ  ବଦ୍ଧପରିକର ହୋଇଛନ୍ତି ।

ଏହି ୧୫୭ କଳାକୃତି ତାଲିକା ମଧ୍ୟରେ ଦଶମ ଶତାବ୍ଦୀର ବାଲୁକା ପଥରରେ ରେବାନ୍ତର ଏକ ଅଧ ମିଟର ବେସ ରିଲିଫ ପ୍ୟାନେଲଠାରୁ ଆରମ୍ଭକରି ୮.୫ ସେମି ଉଚ୍ଚ, ସୂକ୍ଷ କାଂସ୍ୟ ନଟରାଜ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାମଗ୍ରୀ ଅନ୍ତର୍ଭୁକ୍ତ । ଏହି ସାମଗ୍ରୀଗୁଡ଼ିକ ମୁଖ୍ୟତଃ ଏକାଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ବେଳର ଏବଂ ଐତିହାସିକ ପ୍ରାଚୀନ ସାମଗ୍ରୀ ରହିଛି ଯେଭଳି କି ଖ୍ରୀଷ୍ଟପୂର୍ବ ୨୦୦୦ର ତମ୍ବା ମାନବରୂପୀ ସାମଗ୍ରୀ ବା ଦ୍ୱିତୀୟ ଶତାବ୍ଦୀର ଟେରାକୋଟା ଫୁଲଦାନି ଅନ୍ତର୍ଭୁକ୍ତ । ପ୍ରାୟ ୪୫ ପ୍ରାଚୀନ ସାମଗ୍ରୀ ସାଧାରଣ ଯୁଗ ପୂର୍ବର ଅଟେ ।

 

ଅଧା କଳାକୃତି (୭୧) ସାଂସ୍କୃତିକ ହୋଇଥିବା ବେଳେ ବାକି ଅଧା ମୂର୍ତ୍ତି ହିନ୍ଦୁ (୬୦), ବୌଦ୍ଧ (୧୬) ଓ ଜୈନ ଧର୍ମ (୯) ସହ ଜଡ଼ିତ ।

 

ସେଗୁଡ଼ିକର ନିର୍ମାଣ ଧାତୁ, ପ୍ରସ୍ତର ଓ ଟେରାକୋଟା ପର୍ଯ୍ୟନ୍ତ ବ୍ୟାପିଛି । କାଂସ୍ୟ ସାମଗ୍ରୀଗୁଡ଼ିକରେ ମୁଖ୍ୟତଃ ଲକ୍ଷ୍ମୀନାରାୟଣ, ବୁଦ୍ଧ, ବିଷ୍ଣୁ, ଶିବ ପାର୍ବତୀ ଓ ୨୪ ଜୈନ ତୀର୍ଥଙ୍କରଙ୍କ ମୁଦ୍ରାଗୁଡ଼ିକର ଅଳଙ୍କୃତ ମୂର୍ତ୍ତି ରହିଛି ଏବଂ ଅନ୍ୟ ନାମବିହୀନ ଦେବଦେବୀ ଓ ଦିବ୍ୟ ପ୍ରତିମୂର୍ତ୍ତି ବ୍ୟତୀତ ସ୍ୱଳ୍ପ ଜଣାଶୁଣା କଙ୍କଳମୂର୍ତ୍ତି ବ୍ରାହ୍ମୀ ଓ ନନ୍ଦିକେଶ ରହିଛି ।

 

ରୂପାଙ୍କନଗୁଡ଼ିକରେ ହିନ୍ଦୁ ଧର୍ମର ଧାର୍ମିକ ମୂର୍ତ୍ତି (ତିନି ମସ୍ତକ ଥିବା ବ୍ରହ୍ମା, ରଥ ସବାର ଥିବା ସୂର୍ଯ୍ୟ, ବିଷ୍ଣୁ ଏବଂ ତାଙ୍କର ପତ୍ନୀ, ଦକ୍ଷିଣମୂର୍ତ୍ତି ଭାବେ ଶିବ, ନୃତ୍ୟରତ ଗଣେଶ ଇତ୍ୟାଦି), ବୌଦ୍ଧ ଧର୍ମ ମୂର୍ତ୍ତି (ଦଣ୍ଡାୟମାନ ବୁଦ୍ଧ, ବୋଧିସତ୍ତ୍ୱ ମଜୁଶ୍ରୀ, ତାରା) ଏବଂ ଜୈନ ଧର୍ମ (ଜୈନ ତୀର୍ଥଙ୍କର, ପଦ୍ମାସନ ତୀର୍ଥଙ୍କର, ଜୈନ ଚୌବିଶି) ସମେତ ଧର୍ମନିରପେକ୍ଷ ରୂପାଙ୍କନ (ସାମାଭଙ୍ଗରେ ଅନାକାର ଯୁଗଳ, ଚୌରୀ ବାହକ, ଢୋଲ ବଜାଉଥିବା ମହିଳା ଆଦି) ସାମିଲ ରହିଛି ।

 

୫୬ ଟେରାକୋଟା ଖଣ୍ଡ (ଫୁଲଦାନି ଦ୍ୱିତୀୟ ଶତାବ୍ଦୀ, ହରିଣ ଯୋଡ଼ି ଦ୍ୱାଦଶ ଶତାବ୍ଦୀ, ମହିଳା ବକ୍ଷ ଚତୁର୍ଦ୍ଦଶ ଶତାବ୍ଦୀ) ଏବଂ ଅଷ୍ଟାଦଶ ଶତାବ୍ଦୀ ଖଡ଼ଗ ରହିଛି, ଯେଉଁଥିରେ ଶିଳାଲେଖ ସହିତ ପାର୍ସିରେ ଗୁରୁ ହରଗୋବିନ୍ଦ ସିଂହ ବାବଦରେ ଉଲ୍ଲେଖ ରହିଛି ।

 

ମୋଦୀ ସରକାରଙ୍କ ଦ୍ୱାରା ବିଶ୍ୱବ୍ୟାପୀ ଆମର ପ୍ରାଚୀନ ସାମଗ୍ରୀ ଓ କଳାକୃତିଗୁଡ଼ିକୁ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ଏହା ଦର୍ଶାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indias wind turbine exports jumped 50% in FY26, further growth expected: IWTMA CEO

Media Coverage

Indias wind turbine exports jumped 50% in FY26, further growth expected: IWTMA CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 9, 2026
September 09, 2026

Viksit Bharat Express: How PM Modi’s Reforms Are Supercharging India’s Economy and Infrastructure