PM Modi flags off Indian Railways’ first #MakeInIndia 12,000 HP electric locomotive in Bihar’s Madhepura district
I am glad that the people of Bihar have shown the spirit of oneness for the Swachhta campaign, says the PM Modi
We are taking forward Mahatma Gandhi's ideals through Swachhagraha movement: PM Modi
In the last one week, more than 8,50,000 toilets have been constructed in Bihar, this is a great achievement: PM Modi in Motihari
Villages built along the Ganga coast are being freed from open defecation on a priority basis: PM
The demand for LPG has risen because of the emphasis on clean fuel and the success of the #UjjwalaYojana : PM Modi
By building a toilet, a woman has found respect and safety & health parameters have also shown a marked increase: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀରେ ଅନୁଷ୍ଠିତ ସ୍ୱଚ୍ଛାଗ୍ରହୀମାନଙ୍କ ଜାତୀୟ ସମ୍ମେଳନରେ ଉଦ୍ବୋଧନ ଦେଇଛନ୍ତି । ଚମ୍ପାରଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହର ଉପଲକ୍ଷେ ଆୟୋଜିତ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ଏହି ଉତ୍ସବ ଆୟୋଜନ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ । ଜଳଯୋଗାଣ ଏବଂ ପରିମଳ କ୍ଷେତ୍ରରେ ସେ ମୋତିଝିଲ ପ୍ରକଳ୍ପ, ବେଟିଆ ନଗର ପରିଷଦ ଜଳଯୋଗାଣ ଯୋଜନା ଏବଂ ଚାରିଟି ଗଙ୍ଗା ପ୍ରକଳ୍ପ ଯଥା : ସୟିଦପୁର ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ, ପାଟନା, ପାହାଡ଼ି ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ-ଜୋନ 4, ପାହାଡ଼ି ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ-ଜୋନ 5 ଏବଂ ପାହାଡ଼ି ଏସଟିପି ପ୍ରକଳ୍ପର ଶିଳାନ୍ୟାସ ଫଳକ ଉନ୍ମୋଚନ କରିଥିଲେ ।

ରେଳବାଇ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ମୁଜାଫରପୁର ଏବଂ ସାଗାଓଲୀ ରେଳଲାଇନ ଏବଂ ସାଗାଓଲୀ ଏବଂ ବାଲ୍ମିକୀନଗର ରେଳଲାଇନ ଦୋହରୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମାଧେପୁରା ଇଲେକଟ୍ରିକ ଲୋକୋମୋଟିଭ କାରଖାନାର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଭିଡିଓ ଲିଙ୍କ ଜରିଆରେ ସେ ପ୍ରଥମ 12 ହଜାର ଅଶ୍ଵଶକ୍ତି ବିଶିଷ୍ଟ ଇଲେକଟ୍ରିକ ରେଳଇଞ୍ଜିନ ଏବଂ ଚମ୍ପାରଣ ହମସଫର ଏକ୍ସପ୍ରେସ ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।

ଜାତୀୟ ରାଜପଥ-2 ଅନ୍ତର୍ଗତ ଔରଙ୍ଗାବାଦ ବିହାର-ଝାଡ଼ଖଣ୍ଡ ସୀମା ଅଂଶର ରାଜପଥ ଲେନ, ମୋତିହାରୀ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନର ଏକ ଏଲପିଜି ଟର୍ମିନାଲ ଏବଂ ପେଟ୍ରୋଲିୟମ ଅଏଲ ଲ୍ୟୁବ, ଏବଂ ସାଗାଓଲୀ ଠାରେ ଏଚପିସିଏଲର ଏକ ଏଲପିଜି ପ୍ଳାଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ।

ସେ ମଧ୍ୟ ଚାମ୍ପିଅନ ସ୍ୱଚ୍ଛାଗ୍ରହୀମାନଙ୍କୁ ଏହି ଅବସରରେ ପୁରସ୍କାର ବିତରଣ କରିଥିଲେ ।

ଉତ୍ସାହୀ ଜନସଭାକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋତିହାରୀରେ ଆଜିର ବାତାବରଣ ଶହେ ବର୍ଷ ପୂର୍ବର ଚମ୍ପାରଣ ସତ୍ୟାଗ୍ରହ ଭଳି ସମାନ ଉତ୍ସାହକୁ ପ୍ରତିଫଳିତ କରୁଛି ।

ସେ କହିଥିଲେ ଯେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପର୍ଯ୍ୟନ୍ତ ଏହି ଯାତ୍ରାରେ ବିହାରର ଜନସାଧାରଣ ସେମାନଙ୍କ ନେତୃତ୍ୱ ନେବାର କ୍ଷମତା ପ୍ରଦର୍ଶନ କରିଛନ୍ତି । ଗତ 1 ସପ୍ତାହ ମଧ୍ୟରେ ବିହାରରେ ଶୌଚାଳୟ ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଏଥିପାଇଁ ସେ ରାଜ୍ୟର ଜନସାଧାରଣ ଏବଂ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ହେଉ, କିମ୍ବା ଦୁର୍ନୀତି ବିରୋଧୀ ଲଢ଼େଇ କିମ୍ବା ମୌଳିକ ସୁବିଧା ସୁଯୋଗର ବିକାଶ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ କାନ୍ଧ ସହ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ 6 ହଜାର କୋଟି ଟଙ୍କାର ପ୍ରକଳ୍ପ ଆଜି ଶୁଭାରମ୍ଭ କରାଯାଇଛି । ଏହା ସ୍ଥାନୀୟ ଅଞ୍ଚଳ ଏବଂ ରାଜ୍ୟ ପାଇଁ ଦୀର୍ଘସ୍ଥାୟୀ ବିକାଶ ଆଣିପାରିବ । ମୋତିଝିଲର ପୁନରୁଦ୍ଧାର ସମ୍ପର୍କରେ ସେ ଉଲ୍ଲେଖ କରି ଏହାକୁ ମୋତିହାରୀର ଇତିହାସ ଭାବେ ସେ ବର୍ଣ୍ଣନା କରିଥିଲେ । ଗଙ୍ଗାନଦୀରେ ବର୍ଜ୍ୟଜଳ ନିଷ୍କାସନ ପ୍ରବେଶକୁ ରୋକିବା ଲାଗି 3000 କୋଟି ଟଙ୍କାର 11ଟି ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା ଅନୁମୋଦନ କରାଯାଇଛି । ସେ କହିଥିଲେ ଯେ ବିହାରରେ ଉଜ୍ଜ୍ୱଳା ଯୋଜନା ଜରିଆରେ 50 ଲକ୍ଷ ମହିଳାଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦିଆଯାଇସାରିଛି । ଏହି ପରିପ୍ରେକ୍ଷୀରେ, ଆଜି ଶୁଭାରମ୍ଭ କରାଯାଇଥିବା ଏଲପିଜି ଏବଂ ପେଟ୍ରୋଲିୟମ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ପୂର୍ବ ଭାରତକୁ ଦେଶର ବିକାଶ ଇଞ୍ଜିନ ଭାବେ ବିକଶିତ କରିବାର ବିସ୍ତୃତ ସଂକଳ୍ପର ଅଂଶବିଶେଷ ସ୍ୱରୂପ ଆଜିର ପ୍ରକଳ୍ପଗୁଡ଼ିକ ଶୁଭାରମ୍ଭ କରାଯାଇଥିବା ସେ କହିଥିଲେ । ସେ ମଧ୍ୟ ଆଜି ଶୁଭାରମ୍ଭ ହୋଇଥିବା ରେଳ ଏବଂ ସଡ଼କ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ମାଧେପୁରା ଇଲେକଟ୍ରିକ ଲୋକୋମୋଟିଭ କାରଖାନାକୁ ମେକ ଇନ ଇଣ୍ଡିଆର ପ୍ରମୁଖ ଉଦାହରଣ ଭାବେ ସେ ବର୍ଣ୍ଣନା କରିଥିଲେ । ଏହା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତିର ଉତ୍ସ ହେବ ବୋଲି ସେ କହିଥିଲେ । ସେ କହିଥିଲେ ଯେ 12ହଜାର ଅଶ୍ଵଶକ୍ତି କ୍ଷମତା ବିଶିଷ୍ଟ ଇଞ୍ଜିନ, ପ୍ରଥମେ ଆଜି ଯାହାର ଚଳାଚଳ ଆରମ୍ଭ କରିଛି, ଗୁରୁତ୍ୱପୂର୍ଣ୍ଣ ଭାବେ ମାଲବାହୀ ଟ୍ରେନଗୁଡ଼ିକର ଗତି ବୃଦ୍ଧି କରିବାରେ ସହାୟକ ହେବ । ସେ କହିଥିଲେ ଯେ 2007 ରେ ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା । କିନ୍ତୁ ଏହାର କାର୍ଯ୍ୟ 3 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଏବେ ସମ୍ପୂର୍ଣ୍ଣ ହୋଇସାରିଛି । ସେ କହିଥିଲେ, ଲୋକମାନଙ୍କ ସହାୟତାରେ କେନ୍ଦ୍ର ସରକାର ନିଜର ଅଭିଯାନ ଏବଂ ସଂକଳ୍ପଗୁଡ଼ିକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି ।

ସ୍ୱଚ୍ଛତା କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧୀ ପ୍ରସଙ୍ଗରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତାର ପ୍ରସାର 2014ରେ ମାତ୍ର 40ପ୍ରତିଶତ ଥିବା ବେଳେ ଏବେ ଏହାର 80 ପ୍ରତିଶତରେ ପହଁଚିଛି । ସେ କହିଥିଲେ ଶୌଚାଳୟ ନିର୍ମାଣ ସାମାଜିକ ବିଷମତା ଦୂର କରୁଛି ଏବଂ ଏହା ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ଏବଂ ନାରୀ ସଶକ୍ତିକରଣର ମାଧ୍ୟମ ପାଲଟିଛି । ସ୍ୱଚ୍ଛ ଭାରତ ଅଭିଯାନ ଭଳି ଜନ ଆନ୍ଦୋଳନ ଏକବିଂଶ ଶତାବ୍ଦୀରେ ବିଶ୍ୱର ଅନ୍ୟ କେଉଁଠି ଦେଖିବାକୁ ମିଳି ନାହିଁ ବୋଲି ସେ ବର୍ଣ୍ଣନା କରିଥିଲେ ।

ସ୍ୱଚ୍ଛତା ପାଇଁ ସଂକଳ୍ପ ଏକ ସ୍ୱଚ୍ଛ ଏବଂ ସମୃଦ୍ଧ ଭାରତ ପାଇଁ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"