ସିଭିସିଙ୍କ ନୂତନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ପୋର୍ଟାଲ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗର ସ୍ଥିତି ଉପରେ ନିୟମିତ ଭାବେ ସର୍ବଶେଷ ସୂଚନା ଜଣାଇବ ଏହି ପୋର୍ଟାଲ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଭିସିଙ୍କ ନୂତନ ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲ ଶୁଭାରମ୍ଭ କରିବେ । ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗର ସ୍ଥିତି ଉପରେ ନିୟମିତ ଭାବେ ସର୍ବଶେଷ ସୂଚନା ପ୍ରଦାନ କରିବାକୁ ପୋର୍ଟାଲ କଳ୍ପନା କରାଯାଇଛି । ସେ ନୈତିକତା ଏବଂ ଉତ୍ତମ ଅଭ୍ୟାସ ଉପରେ ଏକ ସଚିତ୍ର ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ; ସାର୍ବଜନୀନ କ୍ରୟ ଉପରେ “ପ୍ରତିଷେଧକ ଭିଜିଲାନ୍ସ” ଏବଂ ସ୍ୱତନ୍ତ୍ର ଅଙ୍କ “ଭିଜିଆଇ-ବାଣୀ” ଉପରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ସଂକଳନ ।

ଜୀବନର ସମସ୍ତ କ୍ଷେତ୍ରରେ ସାଧୁତାର ବାର୍ତ୍ତା ପ୍ରଚାର କରିବାରେ ସମସ୍ତ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ସିଭିସି ପ୍ରତିବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରିଥାନ୍ତି । ଚଳିତ ବର୍ଷ ଏହା ୩୧ ଅକ୍ଟୋବରରୁ ୬ ନଭେମ୍ବର ମଧ୍ୟରେ  “ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ” ବିଷୟବସ୍ତୁ ସହିତ ପାଳନ କରାଯାଉଛି । ଭିଜିଲାନ୍ସ ସଚେତନତା ସପ୍ତାହର ଉପରୋକ୍ତ ବିଷୟବସ୍ତୁ ଉପରେ ସିଭିସିଙ୍କ ଦ୍ୱାରା ପରିଚାଳିତ ଦେଶବ୍ୟାପୀ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରବନ୍ଧ ଲେଖିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw

Media Coverage

Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 12, 2026
February 12, 2026

Sustainable, Strong, and Global: India's 2026 Surge Under PM Modi's Transformative Leadership