ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରୀ ୨ ଅପରାହ୍ନ ସାଢ଼େ ୪ଟାରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ଭାରତର ସବୁଠୁ ବଡ଼ ଏବଂ ପ୍ରଥମ ମୋବିଲିଟି ପ୍ରଦର୍ଶନୀ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୪ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ ।

 

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୪ ସମ୍ପୂର୍ଣ୍ଣ ଗତିଶୀଳତା ଏବଂ ଅଟୋମେଟିଭ୍ ମୂଲ୍ୟ ଶୃଙ୍ଖଳାରେ ଭାରତର କ୍ଷମତା ପ୍ରଦର୍ଶନ କରିବ । ଏକ୍ସପୋରେ ପ୍ରଦର୍ଶନୀ, ସମ୍ମେଳନ, କ୍ରେତା-ବିକ୍ରେତାଙ୍କ ବୈଠକ, ରାଜ୍ୟ ଅଧିବେଶନ, ସଡ଼କ ସୁରକ୍ଷା ପାଭେଲିଅନ ଏବଂ ଗୋ-କାର୍ଟିଂ ଭଳି ଜନକୈନ୍ଦ୍ରିକ ଆକର୍ଷଣୀୟ ପ୍ରଦର୍ଶନୀ ରହିବ ।

 

୫୦ରୁ ଅଧିକ ଦେଶର ୮୦୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶକଙ୍କ ସହ ଏକ୍ସପୋ ଅତ୍ୟାଧୁନିକ ଜ୍ଞାନକୌଶଳ, ସ୍ଥାୟୀ ସମାଧାନ ଏବଂ ଗତିଶୀଳତାର ସଫଳତା ଉପରେ ଆଲୋକପାତ କରିବ । ଏହି ପ୍ରଦର୍ଶନୀରେ ୬ଶହରୁ ଅଧିକ ଅଟୋ କମ୍ପୋନେଟ୍ ନିର୍ମାତାଙ୍କ ଉପସ୍ଥିତି ସହ ୨୮ରୁ ଊର୍ଦ୍ଧ୍ୱ ବାହନ ନିର୍ମାତା ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ  ୧୩ରୁ ଅଧିକ ବୈଶ୍ୱିକ ବଜାରରୁ ହଜାରେରୁ ଊର୍ଦ୍ଧ୍ୱ ବ୍ରାଣ୍ଡ୍ ନିଜ ଉତ୍ପାଦ, ଟେକ୍ନୋଲୋଜି ଏବଂ ସେବା ପ୍ରଦର୍ଶନ କରିବେ ।

 

ପ୍ରଦର୍ଶନୀ ଏବଂ ସମ୍ମେଳନ ସହ ଏହି କାର୍ଯ୍ୟକ୍ରମରେ ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ସହଯୋଗକୁ ସକ୍ଷମ କରିବା, ଗତିଶୀଳତା ସମାଧାନ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟଗୁଡ଼ିକ ପାଇଁ ରାଜ୍ୟସ୍ତରୀୟ ଅଧିବେଶନ ମଧ୍ୟ ସାମିଲ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity