ବାହାନ ସ୍କ୍ରାପିଂ ଭିତ୍ତିଭୂମି ସ୍ଥାପନ କରିବାକୁ ନିବେଶ ଆହ୍ୱାନ ପାଇଁ ଆୟୋଜିତ ହେଉଛି ସମ୍ମିଳନୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩, ୨୦୨୧ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ଆୟୋଜିତ ନିବେଶକ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ । ସ୍ୱେଚ୍ଛାକୃତ ବାହାନଭେଳା ଆଧୁନିକୀକରଣ କାର୍ଯ୍ୟକ୍ରମ ବା ବାହାନ ସ୍କ୍ରାପିଂ ନୀତି ଅନୁଯାୟୀ ବାହାନ ସ୍କ୍ରାପିଂ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ନିବେଶ ଆହ୍ୱାନ ପାଇଁ ଏହି ସମ୍ମିଳନୀର ଆୟୋଜନ ହୋଇଛି । ଏକୀକୃତ ସ୍କ୍ରାପିଂ ହବ ବିକାଶ ପାଇଁ ଅଲଙ୍ଗ ଠାରେ ଜାହାଜଭଙ୍ଗା ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ସମନ୍ୱୟ ପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରିବ ।

ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଓ ଗୁଜୁରାଟ ସରକାର ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି । ଗୁଜୁରାଟର ଗାନ୍ଧିନଗର ଠାରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ସମ୍ମିଳନୀରେ ସମ୍ଭାବ୍ୟ ନିବେଶକ, ଶିଳ୍ପ ବିଶେଷଜ୍ଞ, ସମ୍ପର୍କିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରାଳୟ ଭାଗ ନେବେ ।

କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ।

ବାହାନ ସ୍କ୍ରାପିଂ ନୀତି ସମ୍ପର୍କରେ...

ଅନୁପଯୁକ୍ତ ଓ ପ୍ରଦୂଷଣ କରୁଥିବା ଯାନବାହାନଗୁଡିକୁ ପର୍ଯ୍ୟାୟ କ୍ରମେ ହଟାଇ ଇକୋ ସିଷ୍ଟମ ସୃଷ୍ଟି କରିବା ବାହାନ ସ୍କ୍ରାପିଂ ନୀତିର ଲକ୍ଷ୍ୟ । ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ଓ ସାରା ଦେଶରେ ପଞ୍ଜିକୃତ ବାହାନ ସ୍କ୍ରାପିଂ ସୁବିଧା ମାଧ୍ୟମରେ ସ୍କ୍ରାପିଂ ଭିତ୍ତିଭୂମି ସୃଷ୍ଟି କରିବା ଏହି ନୀତିର ଉଦ୍ଦେଶ୍ୟ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership