ଇନଫିନିଟି ଫୋରମ୍ ହେଉଛି ଫିନ୍‌ଟେକ୍ ଉପରେ ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ମଂଚ
ବିଷୟବସ୍ତୁ – ‘ଜିଆଇଏଫ୍‌ଟି - ଆଇଏଫ୍‌ଏସ୍‌ସି : ନର୍ଭ ସେଂଟର ଫର୍ ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌'

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୯, ୨୦୨୩ ପୂର୍ବାହ୍ନ ୧୦ ଟା ୩୦ମିନିଟ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍‌ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ମଂଚ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଇନଫିନିଟି ଫୋରମ୍‌ର ଦ୍ୱିତୀୟ ସଂସ୍କରଣର ଆୟୋଜନ ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ୍ ସମିଟ ୨୦୨୪ର ଅଗ୍ରଦୂତ କାର୍ଯ୍ୟକ୍ରମ ରୂପରେ ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍‌ଏସ୍‌ସିଏ) ଏବଂ ଜିଆଇଏଫ୍‌ଟି ସିଟିର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି । ଏହି ଫୋରମ ଏକ ଏମିତି ମଂଚ ପ୍ରଦାନ କରେ, ଯେଉଁଠାରେ ସମଗ୍ର ବିଶ୍ୱର ପ୍ରଗତିଶୀଳ ଚିନ୍ତାଧାରା, ଜଟିଳ ସମସ୍ୟା, ଅଭିନବ ଜ୍ଞାନକୌଶଳ ଆବିଷ୍କାର, ଆଲୋଚନା ଏବଂ ସମାଧାନ ଏବଂ ସୁଯୋଗରେ ବିକଶିତ ହୁଏ ।

ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ହେଉଛି – ‘ଜିଆଇଏଫ୍‌ଟି - ଆଇଏଫ୍‌ଏସ୍‌ସି: ନର୍ଭ ସେଂଟର ଫର୍ ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌' / ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର , ଯାହାକୁ ନିମ୍ନଲିଖିତ ତିନୋଟି ଟ୍ରାକ୍ ମାଧ୍ୟମରେ ସଂଯୋଗ କରାଯିବ:

ପ୍ଲେନାରି ଟ୍ରାକ୍‌: ଏକ ନୂତନ ଯୁଗର ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ନିର୍ମାଣ

ଗ୍ରୀନ୍ ଟ୍ରାକ୍‌: "ଗ୍ରୀନ୍ ଷ୍ଟେକ୍‌’ ପାଇଁ ଏକ ପ୍ରସଙ୍ଗ ତିଆରି କରିବା

ସିଲ୍‌ଭର ଟ୍ରାକ୍‌: ଜିଆଇଏଫ୍‌ଟି - ଆଇଏଫଏସସିରେ ଦୀର୍ଘକାଳୀନ ଆର୍ଥିକ କେନ୍ଦ୍ର

ପ୍ରତ୍ୟେକ ଟ୍ରାକରେ ଜଣେ ବରିଷ୍ଠ ଉଦ୍ୟୋଗ ନେତାଙ୍କ ଦ୍ୱାରା ଏକ ଇନଫିନିଟି ଅଭିଭାଷଣ ପ୍ରଦାନ କରାଯିବ ଏବଂ ଭାରତ ଓ ସମଗ୍ର ବିଶ୍ୱର ଆର୍ôଥକ କ୍ଷେତ୍ରର ଶିଳ୍ପ ବିଶେଷଜ୍ଞ ଏବଂ ପେଶାଦାର ମାନଙ୍କର ଏକ ପ୍ୟାନେଲ ଦ୍ୱାରା ଆଲୋଚନା କରାଯିବ, ଯାହା ବ୍ୟବହାରିକ ବୁଝାମଣା ଏବଂ କାର୍ଯ୍ୟକାରୀ ସମାଧାନ ପ୍ରଦାନ କରିବ ।

ଏହି ମଂଚରେ ଆମେରିକା, ବ୍ରିଟେନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ସମେତ ୨୦ରୁ ଅଧିକ ଦେଶରେ ଭାରତ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ଦୃଢ଼ ଅନଲାଇନ୍ ଅଂଶଗ୍ରହଣ ସହିତ ୩୦୦ରୁ ଅଧିକ ସିଏକ୍ସଓ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବିଦେଶୀ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଦେଶୀ ଦୂତାବାସର ପ୍ରତିନିଧିମାନେ ଯୋଗ ଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India