ଅହୋମ ସାମ୍ରାଜ୍ୟର ରାଜକୀୟ ସୈନ୍ୟବାହିନୀର ସେନାପତି ଥିଲେ ଲଚିତ ବରଫୁକନ, ୧୬୭୧ ସାରାଇଘାଟ ଯୁଦ୍ଧରେ ମୋଗଲମାନଙ୍କୁ ପରାସ୍ତ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୨୫ ନଭେମ୍ବର, ୨୦୨୨ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ଦେଶର ଅପରିଚିତ ନାୟକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ଭାବେ ପ୍ରୟାସ କରି ଆସୁଛନ୍ତି । ଏହି କ୍ରମରେ, ଦେଶ ୨୦୨୨ ବର୍ଷକୁ ଲଚିତ ବରଫୁକନଙ୍କ ୪୦୦ତମ ଜନ୍ମଜୟନ୍ତୀ ବର୍ଷ ଭାବେ ପାଳନ କରୁଛି । ବର୍ଷେ ବ୍ୟାପୀ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା। ତତ୍‌କାଳୀନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଗୌହାଟୀ ଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଲଚିତ ବରଫୁକନ (୨୪ ନଭେମ୍ବର, ୧୬୨୨ – ୨୫ ଏପ୍ରିଲ, ୧୬୭୨) ଆସାମର ଅହୋମ ରାଜ୍ୟରେ ରାଜକୀୟ ସେନାର ପ୍ରସିଦ୍ଧ ସେନାପତି ଥିଲେ। ଆଉରଙ୍ଗଜେବ ଅଧୀନରେ ମୋଗଲ ସାମ୍ରାଜ୍ୟର ମହତ୍ବାକାଂକ୍ଷୀ ଚିରବିସ୍ତାରବାଦୀ ଅଭିଯାନକୁ ସେ ସଫଳତାପୂର୍ବକ ରୋକିବାରେ ସକ୍ଷମ ହୋଇଥିଲେ । ୧୬୭୧ ମସିହାରେ ସାରାଇଘାଟ ଯୁଦ୍ଧ ସଂଘଟିତ ହୋଇଥିଲା। ଲଚିତ ବରଫୁକନଙ୍କ ନେତୃତ୍ବରେ ଉତ୍ସାହୀ ଅହମୀୟା ସେନା ହାତରେ ମୋଗଲମାନେ ଶୋଚନୀୟ ଭାବେ ପରାସ୍ତ ଓ ଅପମାନିତ ହୋଇଥିଲେ । ଲଚିତ ବରଫୁକନ ଏବଂ ତାଙ୍କ ସେନାର ବୀରତ୍ବ ଗାଥା ଆମ ଦେଶର ଇତିହାସରେ ସବୁଠୁ ପ୍ରେରଣାଦାୟୀ ପ୍ରତିରୋଧକାରୀ ସୈନ୍ୟ ଅଭିଯାନ ଭାବେ ଲିପିବଦ୍ଧ ହୋଇ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."